Posted inରାଜ୍ୟ

ସୁବ୍ରତଙ୍କୁ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ଯୁବ ଭାଷା ଗବେଷକ ଡ. ସୁବ୍ରତ କୁମାର ପୃଷ୍ଟି ପାଇବେ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ। ୭୩ତମ ସ୍ବାଧୀନତା ଦିବସ ଅବସରରେ ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶାସ୍ତ୍ରୀୟ ମାନ୍ୟତା ପାଇବାର ୫ ବର୍ଷ ପରେ ପ୍ରଥମଥର ପାଇଁ କେନ୍ଦ୍ର ସରକାର ଓଡ଼ିଆ ଭାଷାରେ ଗବେଷଣା କରୁଥିବା ଜଣେ ଗବେଷକଙ୍କୁ ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ପଦକ ସହ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏବଂ ଓଡ଼ିଆ ଭାଷା ଉପରେ ବ୍ୟାପକ ଗବେଷଣା କରିବା ଲାଗି ପୃଷ୍ଟିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସେହିପରି ଶାସ୍ତ୍ରୀୟ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଗବେଷକ ଅନ୍ତର୍ଯ୍ୟାମୀ ମିଶ୍ର ରାଷ୍ଟ୍ରପତିଙ୍କଠାରୁ ‘ସାର୍ଟିଫିକେଟ୍‌ ଅଫ୍‌ ଅନର’ ପାଇବାକୁ ମନୋନୀତ ହୋଇଛନ୍ତି। ଏହାବ୍ୟତୀତ ପ୍ରଫେସର ଡ. ହରେକୃଷ୍ଣ ଶତପଥୀ ସଂସ୍କୃତ ଭାଷାରେ ଗବେଷଣା ପାଇଁ ସମ୍ମାନିତ ହେବେ।
କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ପ୍ରତିବର୍ଷ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା ଉପରେ ଗବେଷଣା କରିଥିବା ୮ଜଣ ବିଦ୍ୱାନଙ୍କୁ ୩ଟି ବିଭାଗରେ ଆନ୍ତର୍ଜାତିକ ସ୍ତରର ପୁରସ୍କାର ପ୍ରଦାନ କରାଯାଇଥାଏ। ୩ଟି ବିଭାଗ ହେଲା ଶାସ୍ତ୍ରୀୟ ଭାଷାରେ ଜୀବନବ୍ୟାପୀ ସାଧନା (୬୦ବର୍ଷରୁ ଊର୍ଦ୍ଧ୍ୱ), ଭାଷାରେ ବ୍ୟାପକ ଗବେଷଣା(ବିଦେଶୀ କିମ୍ବା ଭାରତୀୟ) ଓ ଶାସ୍ତ୍ରୀୟ ଭାଷାରେ ଗବେଷଣାରତ ଯୁବ ଗବେଷକ(ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ)। ଏହିକ୍ରମରେ ‘ପ୍ରସଙ୍ଗ ଓଡ଼ିଆ ଭାଷା ଓ ସାହିତ୍ୟ’, ‘ଓଡ଼ିଆ ଭାଷା ସାହିତ୍ୟ ପରିଚୟ, ଭାଷା ଓ ଜାତୀୟତା’, ‘ଶାସ୍ତ୍ରୀୟ ଭାଷା ଓଡ଼ିଆ’ ଭଳି ୧୧ରୁ ଊର୍ଦ୍ଧ୍ୱ ଭାଷାଭିତ୍ତିକ ପୁସ୍ତକର ରଚନା କରିଥିବା ଡ. ପୃଷ୍ଟିଙ୍କୁ ଯୁବ ଗବେଷକ ବିଭାଗରେ ପୁରସ୍କୃତ କରାଯିବ। ଡ. ପୃଷ୍ଟି ଭାରତୀୟ ଲିପିର ଉପତ୍ତ୍ତି ଓ କ୍ରମବିକାଶ ଉପରେ ଗବେଷଣା କରୁଛନ୍ତି। ଯାଜପୁର ଜିଲାରେ ଜନ୍ମଗ୍ରହଣ କରିଥିବା ଏହି ଯୁବ ଗବେଷକ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ୪ଟି ମାନଦଣ୍ଡ ଅନୁସାରେ ସମସ୍ତ ତଥ୍ୟ ଓ ଦସ୍ତାବିଜ୍‌ ଏକାଠି କରିଥିଲେ। ସେହିପରି ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ଗବେଷକ, ସ୍ତମ୍ଭକାର ଓ ଭାଷା ବିଜ୍ଞାନୀ। ୩୦ ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ତନ୍ମଧ୍ୟରୁ ୯ଟି ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘନ କୁହୁଡ଼ି ମଧ୍ୟରେ ବିମାନବନ୍ଦର: ୧୦୦ରୁ ଅଧିକ ବିମାନ ବାତିଲ, ଟ୍ରେନ ଚଳାଚଳ ବିଳମ୍ୱ

ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri