Posted inଜାତୀୟ

ସୁପ୍ରିମକୋର୍ଟରେ କର୍ନାଟକ ଶୁଣାଣି:ଆଜି ରିପୋର୍ଟ ଦାଖଲ କରିବେ ବାଚସ୍ପତି

ନୂଆଦିଲ୍ଲୀ/ ବେଙ୍ଗାଲୁରୁ,୧୧ା୭(ପି.ଟି):କର୍ନାଟକରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୋଟିଏପଟେ ଅସନ୍ତୁଷ୍ଟ ବିଧାୟକମାନେ ଇସ୍ତଫା ଦେବାରେ ଲାଗିଥିବାବେଳେ ଅନ୍ୟପଟେ ସୁପ୍ରିମକୋର୍ଟରେ ଏହାର ବିଚାର ଆରମ୍ଭ ହୋଇଛି। ଏହିକ୍ରମରେ ଗୁରୁବାର ସନ୍ଧ୍ୟା ୬ଟାରେ ୧୦ ବିଦ୍ରୋହୀ ବିଧାୟକ ବାଚସ୍ପତି କେ.ଆର୍‌. ରମେଶଙ୍କୁ ବିଧାନସଭାସ୍ଥିତ ତାଙ୍କ ଚାମ୍ବରରେ ଭେଟି ଇସ୍ତଫା ଦେଇଛନ୍ତି। ବାଚସ୍ପତି ସେଗୁଡ଼ିକୁ ଯାଞ୍ଚ କରି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।
ଗୁରୁବାର କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୦ ବିଦ୍ରୋହୀ ବିଧାୟକଙ୍କ ପିଟିଶନର ଶୁଣାଣି କରି ସନ୍ଧ୍ୟା ୬ଟା ସୁଦ୍ଧା ବାଚସ୍ପତିଙ୍କୁ ଭେଟି ଇସ୍ତଫା ସମ୍ପର୍କିତ ନିଷ୍ପତ୍ତି ଜଣାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବାଚସ୍ପତିଙ୍କୁ ବିଧାୟକଙ୍କ ଇସ୍ତଫା ଉପରେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ନେଇଥିବା ନିଷ୍ପତ୍ତି ସମ୍ପର୍କରେ ଶୁକ୍ରବାର ଏହି ପ୍ରସଙ୍ଗରେ ଶୁଣାଣି ବେଳେ ଅଦାଲତଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷ ସାମିଲ ଥିବା ଏହି ଖଣ୍ଡପୀଠ ୧୦ ବିଧାୟକ ମୁମ୍ବାଇରୁ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚତ୍ବା ପରେ ସେମାନଙ୍କୁ ବିଧାନସଭା ଯାଏ ସୁରକ୍ଷା ଦେବା ଲାଗି କର୍ନାଟକ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ, ଖଣ୍ଡପୀଠ ଅନ୍ୟମାନଙ୍କ ପାଇଁ ନୁହେଁ, ବରଂ କେବଳ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା ୧୦ ବିଧାୟକଙ୍କ ସମ୍ପର୍କରେ ଏହି ନିର୍ଦ୍ଦେଶନାମା ଜାରି କରୁଛନ୍ତି। ପ୍ରକାଶ ଯେ, ପ୍ରତାପ ଗୌଡ଼ା ପାଟିଲ, ରମେଶ ଜାର୍କିହୋଲି, ବୀରାଟି ବାସବରାଜ, ବି.ସି. ପାଟିଲ, ଏସ୍‌.ଟି. ସୋମଶେଖର, ଅର୍‌ବାଇଲ୍‌ ଶିବରାମ ହେବ୍ବାର, ମହେଶ କୁମାଥାଲ୍ଲି, କେ. ଗୋପିନାଥ, ଏ.ଏଚ୍‌. ବିଶ୍ୱନାଥ ଓ ନାରାୟଣ ଗୌଡ଼ା ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, କର୍ନାଟକର ୧୫ ବିଧାୟକ ଇସ୍ତଫା ଦେଇଥିଲେ ହେଁ ବାଚସ୍ପତି ତାହା ଗ୍ରହଣ କରୁନାହାନ୍ତି। ଗତ ୬ ତାରିଖରେ ବିଧାୟକମାନେ ଇସ୍ତଫା ଦେବା ପାଇଁ ବାଚସ୍ପତିଙ୍କ ଅଫିସ୍‌କୁ ଯାଇଥିବାବେଳେ ସେ ପଛଦ୍ୱାର ଦେଇ କୁଆଡ଼େ ଚାଲିଯାଇଥିଲେ। ସେହିପରି ବୁଧବାର ଜଣେ ବିଦ୍ରୋହୀ ବିଧାୟକ ବାଚସ୍ପତିଙ୍କ ନିକଟକୁ ଯାଇଥିବାବେଳେ ସେଠାରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। କର୍ନାଟକ ବିଧାନସଭା ୧୨ ତାରିଖ (ଶୁକ୍ରବାର) ଆରମ୍ଭ ହେଉଥିବାରୁ ଆସ୍ଥାଭୋଟ ପରିବର୍ତ୍ତେ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଶାସକ ମେଣ୍ଟ ଉଦ୍ୟମ କରୁଛି। ତେଣୁ ବିଧାୟକମାନେ ଇସ୍ତଫା ଦେଇ ସାନି ନିର୍ବାଚନ ଲଢ଼ିବା ପାଇଁ ଚାହାନ୍ତି। ଗତ ୧ ତାରିଖରୁ ଚାଲିଥିବା ଘଟଣାକ୍ରମ ସମ୍ପର୍କରେ ରୋହତଗୀ ଅଦାଲତଙ୍କୁ ଅବଗତ କରାଉଥିବାବେଳେ ଆମକୁ କିଛି ବିସ୍ମିତ କରୁନାହିଁ ବୋଲି ଖଣ୍ଡପୀଠ କହିଥିଲେ। ରୋହତଗୀ କହିଥିଲେ, ସଂଖ୍ୟାଲଘୁ ସରକାରଙ୍କୁ ବାଚସ୍ପତି ସୁରକ୍ଷା ଦେଉଛନ୍ତି। ବିଧାୟକମାନେ ଲୋକଙ୍କ ସ୍ବାର୍ଥ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ରୋହତଗୀ ଯୁକ୍ତି ବାଢ଼ିଥିଲେ। ଫଳରେ ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାର କିଛି ସମୟ ପରେ ଖଣ୍ଡପୀଠଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ ପାଇଁ ବାଚସ୍ପତି ଶୀର୍ଷ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ୧୦ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ଦର୍ଶାଇ ସେ ସୁପ୍ରିମକୋର୍ଟଙ୍କୁ ଜଣାଇବା ସହ ଅଧିକ ସମୟ ମାଗିଥିଲେ। ଜଷ୍ଟିସ୍‌ ଗୋଗୋଇଙ୍କ ଖଣ୍ଡପୀଠରେ ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଥିଲେ, ଶୁକ୍ରବାର ଏହି ପ୍ରସଙ୍ଗରେ ଶୁଣାଣି ବେଳେ ନିଷ୍ପତ୍ତି ନେଇ ଅବଗତ କରାଇବାକୁ ବାଚସ୍ପତିଙ୍କୁ ସମୟ ମିଳୁ। ଖଣ୍ଡପୀଠ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, ପୂର୍ବାହ୍ନରେ ରାୟ ପ୍ରକାଶ ପାଇସାରିଥିବାରୁ ବାଚସ୍ପତିଙ୍କୁ ଗୁରୁବାର ସୁଦ୍ଧା ନିଷ୍ପତ୍ତି ନେବାକୁ ପଡ଼ିବ। ବାଚସ୍ପତିଙ୍କ ପିଟିଶନର ଶୁଣାଣି ଶୁକ୍ରବାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri