Posted inରାଜ୍ୟ

ସୁପର ଫୁଡ୍‌ ‘କଳା ଚାଉଳ’

ଧାନର ରଙ୍ଗ ଧଳା, ଭିତରେ ଚାଉଳ କଳା। କଳା ଚାଉଳର ଜନ୍ମ ସ୍ଥାନ ଚାଇନା। ପୃଥିବୀରେ ପ୍ରାୟ ୬୦ କିସମର କଳା ଚାଉଳ ଧାନ ଅଛି। ଚାଇନା, ଜାପାନ, ଫିଲିପାଇନ୍ସ, ଇଣ୍ଡୋନେସିଆ, ଥାଇଲାଣ୍ଡ, ପୂବର୍ର୍ ଭାରତରେ ମଣିପୁର ଓ ଆସାମରେ କଳାଚାଉଳ ଧାନ ଚାଷ କରାଯାଏ। ମଣିପୁୁରରେ ୮/୯ କିସମର କଳାଧାନ ଚାଷ କରାଯାଏ, ଚାକାଓ ପୋରେଟ୍‌ନ ଓ ଚାକାଓ ସେମ୍ପକ କିସମ କଳା ଧାନ ଅଧିକ ଜନପ୍ରିୟ। କଳା ଚାଉଳ ମୁଖ୍ୟତଃ ଅକାଣ୍ଡିଆ (unpolish)ରେ ବ୍ୟବହୃତ ହୋଇଥାଏ। ଚାଉଳ ଉପରେ ଥିବା ବୋଳରେ ହିଁ ପୁଷ୍ଟିସାର ଅଧିକ ଥାଏ।
ଚାଇନା ରାଜାମାନେ ୧୫୦ ଖ୍ରୀଷ୍ଟାବ୍ଦରୁ କଳାଚାଉଳ ଚାଷ କଲେଣି। ଚାଇନାର କିମ୍ବଦନ୍ତୀ କୁହେ, ମିଙ୍ଗ ରାଜତ୍ୱ (୧୩୬୮-୧୬୪୪ ) କାଳରେ ସାଧାରଣ ଚାଷୀ କଳାଧାନ ଚାଷ କରିବା ଏକ ଧର୍ତ୍ତବ୍ୟ ଅପରାଧ ଥିଲା। ସେତେବେଳେ ଏହି କିଷମ ଧାନକୁ ନିଷିଦ୍ଧ ଚାଉଳ (forbidden rice)ବା ସମ୍ରାଟଙ୍କ ଚାଉଳ ବୋଲି ବିବେଚନା କରାଯାଉଥିଲା।
ଭାରତରେ ୨୦ରୁ ଅଧିକ କିସମର କଳାଧାନ ଚାଷ କରାଯାଉଛି। ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ କଳାଭାତ ଓ କଳାବତୀ କିସମ ଚାଷ ଅଧିକ। କଳା ଚାଉଳ ଭାତର ରଙ୍ଗ ମଧ୍ୟ କଳା ବା ନାଲି ମିଶା କଳା ବାଇଗେଣିଆ ହେଇଥାଏ। କଳାଚାଉଳ ରୋଷେଇ ବେଳେ ବାସ୍ନା ହୁଏ, ଏହା ଏକ ବାସ୍ନା ଚାଉଳ, କଳାଚାଉଳରୁ ମୁଖ୍ୟତଃ ଭାତ, ଖିରି, ସାଲାଡ୍‌ ଡ୍ରେସିଂ, ପାଇସାମ୍‌ ବା ପ୍ଲେଟ୍‌ରେ ରନ୍ଧ୍ୟା ଖାଦ୍ୟ ସଜାଇବାରେ ବ୍ୟବହାର କରାଯାଇଥାଏ। ଅନ୍ୟ ଚାଉଳ ପରି ରନ୍ଧା ଭାତ ଗୋଟି ଗୋଟି ନ ହୋଇ ଜାଉଆ ହୋଇଥାଏ, ଖାଇବା ଥାଳିରେ ଲାଗିଯାଏ। ଚାଇନା, ଜାପାନ, ଭିଏତନାମ, ତାଇଓ୍ବାନ ଭଳି ଦେଶଗୁଡ଼ିକରେ ସବୁ କିସମର ଚାଉଳ ଜାଉଆ। ସେମାନେ ଦୁଇଖଣ୍ଡ କାଠି ସାହାଯ୍ୟରେ ଖାଇଥାନ୍ତି। କାଠିରେ ଜାଉଆ ଭାତ ପାଟିକୁ ନେବା ସହଜ ହେଇଥାଏ। ଥାଇଲାଣ୍ଡରେ କଳାଧାନ କିସମକୁ ଜସମିନ୍‌ ରାଇସ୍‌ (jasmine rice) କହନ୍ତି। ରନ୍ଧାଭାତ ମଲିଫୁଲ ପରି ବାସେ। ଏହି କିସମ ଚାଉଳର ଭିତର ବି କଳା।

କଳା ଚାଉଳର ବିଭିନ୍ନ ପୁଷ୍ଟିକର ଉପାଦାନ

ପ୍ରତି ୧୦୦ ଗ୍ରାମ୍‌ କଳା ଚାଉଳରେ ଆଣ୍ଟିଅକ୍ସିଡାଣ୍ଟ ୭-୩୨୮ ଏମଜି (ସାଇନ୍‌ିଡିନ୍‌ -୩ ଗ୍ଲେକୋ ସାଇଡ୍‌ ଆନ୍ଥୋ ସାୟୋନିନ୍‌) ଏବଂ ଅନ୍ୟାନ୍ୟ ପୁଷ୍ଟିକାରକ ପଦାର୍ଥ ୯ରୁ ୧୪ ପ୍ରତିଶତ ରହିଛି। କଳାଚାଉଳ ଗ୍ଲୁଟେନ୍‌ ମୁକ୍ତ। ତେଣୁ ହଜମ ସହଜରେ ହୋଇଥାଏ। କୋଲେଷ୍ଟରଲ ମଧ୍ୟ ସାଧାରଣ କିସମ ଧଳାଚାଉଳଠାରୁ କମ୍‌। ଶର୍କରା ମାତ୍ରା ଖୁବ୍‌ କମ୍‌। ଏହି ଚାଉଳରେ ସାଧାରଣ ଚାଉଳଠାରୁ ରକ୍ତ ଶର୍କରା ସମସ୍ୟା ଖୁବ୍‌ କମ୍‌। ତେଣୁ ବହୁମୂତ୍ର ରୋଗୀମାନଙ୍କର ରୋଗ ନିୟନ୍ତ୍ରଣ ପାଇଁ କଳାଚାଉଳ ବିଶେଷ ଉପଯୋଗୀ।
ଚାଇନାର ଡାକ୍ତରମାନେ ରକ୍ତହୀନତା, ମୁଣ୍ଡ ବୁଲାଇବା, ଦୃଷ୍ଟିଶକ୍ତି ହ୍ରାସ, ମୁଣ୍ଡରୁ କେଶ୍‌ ଉପୁଡିବା, ହେପାଟାଇଟିିସ୍‌, ଚିରେସିସ୍‌ ଏବଂ ଅର୍ଶ ଭଳି ରୋଗ ଉପଶମ ପାଇଁ କଳାଚାଉଳ ବ୍ୟବହାର କରିବାକୁ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି। କଳାଚାଉଳର ଗ୍ଲାଇସେମିକ୍‌ ସୂଚକାଙ୍କ-୪୨। ଏହା ଓଜନ କମାଇବା ଏବଂ ବହୁମୂତ୍ର ନିୟନ୍ତ୍ରଣ ପାଇଁ ବିଶେଷ ଉପଯୋଗୀ। ଅଧିକ ତନ୍ତୁ ଜାତୀୟ ପଦାର୍ଥ ଓ ଲୌହ ଲବଣ ଥିବା ଯୋଗୁ କର୍କଟ, ହୃଦ୍‌ରୋଗ, ଆଲଜିମର ରୋଗ (ବାର୍ଦ୍ଧକ୍ୟ) ଏବଂ ହୃଦ୍‌ଘାତ ନିୟନ୍ତ୍ରଣ ପାଇଁ ମଧ୍ୟ କଳା ଚାଉଳର ଭୂମିକା ଉଲ୍ଲେଖନୀୟ। ଏହି ସବୁ ଗୁଣଯୋଗୁ କଳା ଚାଉଳକୁ ସୁପର ଫୁଡ଼ (super food)ମଧ୍ୟ କୁହାଯାଏ।

କଳା ଚାଉଳ ରୋଷେଇ ବିଧି

ଚାଉଳ ଉପରେ ବୋଳ ଥିବା ଯୋଗୁ କଳାଚାଉଳ ରାନ୍ଧିବାକୁ ବହୁ ସମୟ ଲାଗେ। ଏଥିପାଇଁ ରାତିରେ ଚାଉଳକୁ ପାଣିରେ ଭିଜାଇ ରଖି ସକାଳେ ରୋଷେଇ କରିବା। ସନ୍ଧ୍ୟା ଭୋଜନ ପାଇଁ କଳାଭାତ ବରାଦ ଥିଲେ, ଦିନ ୧୦/୧୧ଟାରୁ ଚାଉଳକୁ ପାଣିରେ ଭିଜାଇବା। ରୋଷେଇ ବେଳେ ଚାଉଳ ସହିତ ଭିଜାପାଣିକୁ ମଧ୍ୟ ବ୍ୟବହାର କରିବା। ଗୋଟିଏ କପ୍‌ ଚାଉଳ ପାଇଁ ୩କପ୍‌ ପାଣି ଦେଇ ପ୍ରେସର୍‌କୁକରରେ ୨୫/୩୦ ମିନିଟ୍‌ ସିଝାଇଲେ ନରମ ଭାତ ପାଇବା। ଖିରି ବା ଅନ୍ୟ କୌଣସି ରୋଷେଇ କରିବାର ଥିଲେ ଗୃହିଣୀମାନେ ସେମାନଙ୍କ ଅଭିଜ୍ଞତାରୁ ଠିକ୍‌ ରୋଷେଇ କରିପାରିବେ। ଏହି କିସମ ଧାନକୁ ଦେଶୀ ପ୍ରଣାଳୀ (ଜୈବିକ ପ୍ରଣାଳୀ)ରେ ଚାଷ କଲେ ଏଥିରେ ଭାରିଧାତୁ (Heavy metal)କିମ୍ବା କୀଟନାଶକ ମାତ୍ରା ଥିବାର ପ୍ରଶ୍ନ ଉଠିବ ନାହିଁ।

କଳା ଧାନ ବିହନ, କଳା ଚାଉଳ ମିଳିବ କେଉଁଠୁ

ଆମ ରାଜ୍ୟର କେତେକ ସ୍ଥାନରେ କଳାଧାନ ଚାଷ କରାଯାଉଛି। କଟକ ଜିଲା ନିଆଳି ନିକଟ ନରିଶୋ ଗ୍ରାମରେ ଥିବା ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର କଳାଭାତ ଓ କଳାବତୀ ଚାଷ କରେ। ଏହି କେନ୍ଦ୍ରରୁ ବିହନ ସଂଗ୍ରହ କରି ପ୍ରାୟ ୫୦ ଜଣ ଚାଷୀ ଚାଷ କରୁଛନ୍ତି। ସେଲର ଧାନ କଳରେ ପୋଷାଇବା ଦ୍ୱାରା ଚାଉଳର ବୋଳ ଅକ୍ଷତ ରହୁଛି। ଓଡ଼ିଶା ସରକାରଙ୍କ ପରମ୍ପରାଗତ କୃଷି ବିକାଶ ଯୋଜନାରେ ନିଆଳି ଲୋକ ସମବାୟ ପ୍ରତିଷ୍ଠାନ ଅନେକ ଚାଷୀଙ୍କୁ ସାମିଲ କରିଛି। ସେମାନେ କଳା ଚାଉଳ ରାଜ୍ୟ ପ୍ରଦର୍ଶନୀ, ଆଦିବାସୀ ମେଳା ଏବଂ କଟକ ଓ ଭୁବନେଶ୍ୱରର ଖାଉଟିମାନଙ୍କୁ ଯୋଗାଇବା ଆରମ୍ଭ କରିଛନ୍ତି। ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ପ୍ରତିବର୍ଷ ମାର୍ଚ୍ଚ ୨୭ରେ ଏକ ବିହନ ବଣ୍ଟନ ମେଳା ଆୟୋଜନ କରିଥାଏ। ଏହି ମେଳା ଦୁଇଦିନ ଧରି ଚାଲିଥାଏ। ମେଳାରେ ଓଡ଼ିଶାର ବିଭିନ୍ନ ଜିଲାର ଚାଷୀମାନେ କେନ୍ଦ୍ରରେ ପହଞ୍ଚତ୍ ବିହନ ଗ୍ରହଣ କରିଥାନ୍ତି।
ଆମ ରାଜ୍ୟରେ କଳାଚାଉଳର ପ୍ରଚାର ପ୍ରସାର ହେଲେ ବହୁମୂତ୍ର, କ୍ୟାନସର ଭଳି ମାରାମତ୍କ ରୋଗ ନିୟନ୍ତ୍ରଣରେ ସହାୟକ ହେବ।

– ନଟବର ଷଡ଼ଙ୍ଗୀ
ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର, ନିଆଳି
୯୯୩୭୬୨୦୮୮୩, ୯୯୩୮୪୦୪୭୬୬


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri