Posted inଜାତୀୟ

ସୁଧୁରୁନି ପାକିସ୍ତାନ: ୧୧ ମାସରେ କଶ୍ମୀରରେ ବଡ଼ ଧରଣର ୪ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୩।୬: ପାକିସ୍ତାନ ଭାରତ ଉପରେ ଦାଉ ସାଧୁଛି। ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନ ପଟୁ କୌଣସି ଆନ୍ତରିକତା ନାହିଁ। ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଓ ବାଲାକୋଟ୍‌ ଏୟାର ଷ୍ଟାଇକ୍‌ ପରେ ମଧ୍ୟ ପାକିସ୍ତାନ ସୁଧୁରି ପାରିନାହିଁ। ପୂର୍ବରୁ ପୁଲାଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟିଥିବାବେଳେ ଏବେ ଅନନ୍ତନାଗରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗତ ୧୧ ମାସ ମଧ୍ୟରେ କଶ୍ମୀରରେ ଏଭଳି ବଡ଼ ଧରଣର ୪ଟି ଆକ୍ରମଣ ହୋଇଛି। ୨୦୧୪ରୁ ୨୦୧୮ ମଧ୍ୟରେ ଜମ୍ମୁ-କଶ୍ମୀରରେ ଛୋଟବଡ଼ ୧୨ଶହ ୧୩ଟି ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ଏକ ଶହ ୮୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୮ଶହ ୩୮ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେହିପରି ଏହି ଆକ୍ରମଣରେ ଏକ ଶହ ୯୮ ଜଣ ଯବାନ ଶହୀଦ୍‌ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଗତ ୩ ବର୍ଷ ମଧ୍ୟରେ ପାକିସ୍ତାନ ୪ ହଜାର ୨ ଶହ ୮୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସେହିପରି ଏହି ସମୟ ମଧ୍ୟରେ ୭୪ଟି ଅନୁପ୍ରବେଶ ଘଟଣା ଘଟିଛି। ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତର ୭୦ ଯବାନ ଏବଂ ୭୦ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଘଟଣାରେ ୨ଶହ ୫୬ ଯବାନ ଏବଂ ୩ଶହ ୭୩ ସଧାରଣ ଲୋକ ଆହତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନର ଏଭଳି କାର୍ଯ୍ୟ ଦ୍ୱାରା ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଳାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

ଇରାନ ସହ କଥା ହେବା ମଧ୍ୟରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ବୁଧବାର ସୁଦ୍ଧା ଡିଲ ନ ହେଲେ…

ଓ୍ବାଶିଂଟନ,୧୮।୪: ଇରାନ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ…

ଗୋଟିଏ ଦିନ ପୂର୍ବରୁ ଜଣା ନ ଥିଲା କ’ଣ ହେବ, ହେଲେ ହୋଇଛି ଗଣତନ୍ତ୍ରର ବଡ଼ ବିଜୟ: ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୪: କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ଶନିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ, ସେ କହିଥିଲେ ଯେ ଶୁକ୍ରବାର ଯାହା ଘଟିଲା…

IPL 2026ରେ ଏତେ ଲକ୍ଷ ଟଙ୍କାର ଗାଡ଼ି ଉପରକୁ ଛକା ମାରିଲେ ଏହି ଖେଳାଳି ହୋଇଗଲା…

ନୂଆଦିଲ୍ଲୀ,୧୮।୪: IPL ମ୍ୟାଚଗୁଡ଼ିକରେ, ଚୌକା ଏବଂ ଛକାର ଏକ ସାଧାରଣ ଘଟଣା ହୋଇଥିଲେ ମଧ୍ୟ, କେତେକ ସମୟରେ ଏକ ନିର୍ଦ୍ଦିଷ୍ଟ ସଟ ଏତେ ସ୍ପଷ୍ଟ ଭାବରେ ଦେଖାଯାଏ…

ଇରାନ-ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କେବେ ଏବଂ କେଉଁଠି ହେବ? ସାମ୍ନାକୁ ଆସିଲା ସ୍ଥାନ ସହ ତାରିଖ

ତେହରାନ,୧୮।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, କୂଟନୈତିକ ପ୍ରୟାସ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ, ସୋମବାର (୨୦ ଏପ୍ରିଲ, ୨୦୨୬) ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ…

କୋହଲିଙ୍କ ଫଟୋରେ ‘ଲାଇକ୍‌’ ମାରିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ: ମୁଁ ଏବେ ଦୁଃଖିତ…

ନୂଆଦିଲ୍ଲୀ,୧୮।୪: ଆଜିର ସମୟରେ ସୋସିଆଲ ମିଡିଆ ଏକ ଏପରି ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ସାମାନ୍ୟ କାର୍ଯ୍ୟକଳାପ ମଧ୍ୟ ଏକ ବଡ଼ ସମସ୍ୟାର ରୂପ ନେଇପାରେ। ଭାରତୀୟ…

ହୋଟେଲ ଉପରେ ଅତର୍କିତ ଚଢ଼ାଉ: ମୁଖ୍ୟ ସଡ଼କରୁ ଜବରଦଖଲ ଉଚ୍ଛେଦ

ଭଞ୍ଜନଗର,୧୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଛି। ଯାତ୍ରା ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ଏବଂ ହୋଟେଲ ଗୁଡିକରେ…

ରୋହିତ ଶର୍ମାଙ୍କୁ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୮।୪: ଭାରତୀୟ ଟି-୨୦ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଇତିହାସ ରଚିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଟି-୨୦ ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri