Posted inଜାତୀୟ

ସିନେମାକୁ କରୋନା ମାଡ଼

ମୁମ୍ବାଇ/ଲସ୍‌ ଏଞ୍ଜେଲସ୍‌,୧୮ା୩: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କୋଭିଡ୍‌-୧୯ର ପ୍ରଭାବ ଚଳଚ୍ଚିତ୍ର ଶିଳ୍ପ ଉପରେ ମଧ୍ୟ ଦେଖିବାକୁ ମିଳିଛି। କରୋନା ଭୂତାଣୁ ସଂକ୍ରମଣର ଭୟରେ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ଭାରତରେ ପୂର୍ବରୁ କେତେକ ସମୟରେ ମନୋରଞ୍ଜନ ଟିିକସକୁ ନେଇ ସରକାର ବିରୋଧରେ ବିକ୍ଷୋଭ ଚାଲିଥିବାବେଳେ ଫିଲ୍ମ ହଲଗୁଡ଼ିକ ସ୍ବେଚ୍ଛାକୃତ ଓ ଯୋଜନାବଦ୍ଧ ଭାବେ ବନ୍ଦ ଥିଲା। କିନ୍ତୁ ଏବେ କରୋନା ଭୟ ଯୋଗୁ ଅଭୂତପୂର୍ବ ଅଚଳାବସ୍ଥା ଦେଖିବାକୁ ମିଳିଛି। ବାଣିଜ୍ୟ ପ୍ରଦର୍ଶନୀ, ଷ୍ଟୁଡିଓ, ଟିଭି ଚ୍ୟାନେଲ ଏବଂ ଓଭର ଦି ଟ୍ୟାପ୍‌ (ଓଟିଟି) ପ୍ଲାଟଫର୍ମଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛି। ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଆସୋସିଏଶନଗୁଡ଼ିକ ମାର୍ଚ୍ଚ ୧୯ଠାରୁ ୩୧ ପର୍ଯ୍ୟନ୍ତ ସମସ୍ତ ଶୁଟିଂ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
କରୋନା ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଏବେ ସର୍ବକାଳୀନ ଦୁର୍ବଳ ସ୍ଥିତିକୁ ଚାଲିଆସିଛି । ପ୍ରେକ୍ଷାଳୟଗୁଡ଼ିକରେ ଗହଳି ଲାଗିରହିଲେ ସଂକ୍ରମଣ ବୃଦ୍ଧିପାଇବା ଆଶଙ୍କା ଥିବାରୁ ସେଗୁଡ଼ିକୁ ବନ୍ଦ କରିଦିଆଯାଇଛି। ୟଶରାଜ ଫିଲ୍ମସ, ଧର୍ମା ପ୍ରଡକ୍ସନ୍ସ, ନାଡିଆଡ୍‌ଓ୍ବାଲା ଓ ଭିଆକମ୍‌ ଭଳି ବଡ଼ ବଡ଼ ପ୍ରଡକ୍ସନ ହାଉସ୍‌ ସେମାନଙ୍କ ଅଫିସ ବନ୍ଦ କରିସାରିଲେଣି। ଫିଲ୍ମ ବ୍ୟବସାୟ କରୁଥିବା ସମସ୍ତ କର୍ପୋରେଟ ହାଉସ୍‌ ମଧ୍ୟ ସେମାନଙ୍କ ଅଫିସ ବନ୍ଦ ପାଇଁ ଘୋଷଣା କରିଛନ୍ତି। ଏଥିଯୋଗୁ ସପ୍ତାହକୁ ବକ୍ସ ଅଫିସର ରାଜସ୍ବ କ୍ଷତି ୧୦୦-୧୨୫ କୋଟି ଟଙ୍କା ହେବ ବୋଲି ‘କମ୍ପ୍ଲିଟ୍‌ ସିନେମା’ ମାଗାଜିନ ସମ୍ପାଦକ ଅତୁଲ ମୋହନ ଆକଳନ କରିଛନ୍ତି। ସନ୍ଦୀପ ଔର ପିଙ୍କି ଫରାର, ଜୟେଶଭାଇ ଜୋରଦାର୍‌, ତୁଫାନ, ଉଧମ ସିଂ, କେଜିଏଫ୍‌: ଚାପ୍ଟର ୨ ଏବଂ ସୂର୍ଯ୍ୟବଂଶୀ ଭଳି ବଲିଉଡ୍‌ ଫିଲ୍ମଗୁଡ଼ିକର ଶୁଟିଂ ବନ୍ଦ କରାଯାଇଛି। ମୁମ୍ବାଇରେ ଟ୍ରେଡ୍‌ ଅନାଲିଷ୍ଟ କୋମଲ ନହାଟା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସାରା ଦେଶର ୩୫୦୦ରୁ ଊର୍ଦ୍ଧ୍ୱ ସ୍କ୍ରିନ ବନ୍ଦ ହେଲାଣି ଓ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। ଏଥିଯୋଗୁ ଥିଏଟର ମାଲିକମାନଙ୍କ ସାପ୍ତାହିକ କ୍ଷତି ୪୦ରୁ ୫୦ କୋଟି ଛୁଇଁବ। ମୋଟାମୋଟି ଭାବେ କରୋନା ଯୋଗୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ୮୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ ବୋଲି କୋମଲ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ଅନେକ ଦେଶରେ ଫିଲ୍ମ ଓ ଟିଭି ଶୋ ଶୁଟିଂକୁ ସ୍ଥଗିତ ରଖାଯାଇଛି। ଡିସେମ୍ବର ଶେଷ ଆଡ଼କୁ ଚାଇନାର ଉହାନ ସହରରେ ଆରମ୍ଭ ହୋଇଥିବା ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା ୧୬୨ଟି ରାଷ୍ଟ୍ରକୁ ବ୍ୟାପିସାରିଥିବାରୁ ଅନ୍ୟ ଶିଳ୍ପ ଭଳି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ସାଙ୍ଗରେ ନେଇ ଆସିଛି ଦୁଃସମ୍ବାଦ। ବିଶ୍ୱର ଦ୍ୱିତୀୟ ବକ୍ସ ଅଫିସ ରିଜିୟନ ଚାଇନାର ୭୦ ହଜାର ଫିଲ୍ମ ଥିଏଟର ବନ୍ଦ ପଡ଼ିଛି। ହଲିଉଡ୍‌ ଫିଲ୍ମଗୁଡ଼ିକର ରିଲିଜ ସ୍ଥଗିତ ରଖାଯାଇଛି। କେବଳ ହଲିଉଡ୍‌ କି ବଲିଉଡ୍‌ ନୁହେଁ, ଓଡ଼ିଶା ସମେତ କର୍ନାଟକ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଥିଏଟରଗୁଡ଼ିକୁ ବନ୍ଦ କରାଯାଇଛି।

ଆମେରିକାରେ ଅନ୍‌ଲାଇନ୍‌ ରିଲିଜ
ଆମେରିକାରେ କରୋନା ଭାଇରସ୍‌ ପ୍ରାୟ ୫ ହଜାର ଲୋକଙ୍କୁ ସଂକ୍ରମିତ କରିଥିବାବେଳେ ଏଥିରେ ୯୬ ଜଣଙ୍କ ଜୀବନ ଗଲାଣି। ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ କାମକୁ ବନ୍ଦ କରାଯାଇଛି। ଫଳରେ ଦେଶର ସବୁଠୁ ପୁରୁଣା ଷ୍ଟୁଡିଓ ୟୁନିଭର୍ସାଲ ପିକ୍‌ଚର୍ସ ଏହାର ପରବର୍ତ୍ତୀ ଫିଲ୍ମ ‘ଦି ଇନ୍‌ଭିଜିବଲ ମ୍ୟାନ୍‌’ ଓ ‘ଦି ହଣ୍ଟ’ର ଅନ୍‌ଲାଇନ ରିଲିଜ କରିବାକୁ ଯାଉଛି। ଫିଲ୍ମ ହଲଗୁଡ଼ିକ ବନ୍ଦ ପଡ଼ିଥିବାବେଳେ ଆସନ୍ତା ୨୦ ତାରିଖରେ ଅନ୍‌ଲାଇନରେ ଏହା ମୁକ୍ତିଲାଭ କରିବ। ସେହିପରି ‘ଟ୍ରୋଲ୍ସ ଓ୍ବାଲର୍‌ଡ ଟୁର’ ଶୀର୍ଷକ ଆନିମେଟେଡ୍‌ କମେଡିକୁ ମଧ୍ୟ ଇଣ୍ଟରନେଟରେ ରିଲିଜ କରାଇ ଫିଲ୍ମର ପଇସା ଉଠାଇବାକୁ ଉଦ୍ୟମ ଚାଲିଛି। ଏହି ଧାରାରେ ଆଉ କେତେକ ପ୍ରଯୋଜନା ସଂସ୍ଥା ମଧ୍ୟ ଅନ୍‌ଲାଇନରେ ଫିଲ୍ମ ରିଲିଜ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଆମେରିକାର ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୦ ବର୍ଷ ମଧ୍ୟରେ ଏପରି ଅବସ୍ଥା କେବେ ଦେଖିବାକୁ ମିଳି ନ ଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି।

 

‘କରୋନା ପ୍ୟାର ହୈ’: କୋଭିଡ୍‌-୧୯କୁ ନେଇ ଫିଲ୍ମ
ଚଳଚ୍ଚିତ୍ର ପ୍ରଯୋଜକମାନେ ଘାତକ କୋଭିଡ୍‌-୧୯ ଉପରେ ଆଧାରିତ ଫିଲ୍ମ ନିର୍ମାଣ ପାଇଁ ଟାଇଟଲ ପଞ୍ଜୀକରଣ କରିବାରେ ଧାଡ଼ି ବାନ୍ଧିଛନ୍ତି। ଏରୋସ୍‌ ଇଣ୍ଟରନ୍ୟାଶନାଲ ଏହି କ୍ଷେତ୍ରରେ ଟିକେ ଆଗୁଆ ରହିଛି। ୨୦୦୦ରେ ମୁକ୍ତିଲାଭ କରିଥିବା ହ୍ରିତିକ ରୋଶନ ଓ ଅମିଷା ପଟେଲଙ୍କ ଅଭିନୀତ ‘କହୋନା ପ୍ୟାର ହୈ’ ଟାଇଟଲ ଶୈଳୀରେ ‘କରୋନା ପ୍ୟାର ହୈ’ ନାମରେ ଏକ ଫିଲ୍ମ ପ୍ରସ୍ତୁତି ପାଇଁ ଅନୁମତି ହାସଲ କରିଛି। ଏରୋସ୍‌ର ପ୍ରଡ୍ୟୁସର କ୍ରିଷ୍ଣା ଲୁଲ୍ଲା କହିଛନ୍ତି, ସେମାନେ ଏବେ ଉକ୍ତ ଫିଲ୍ମର ପଟ୍ଟକଥା ଲେଖୁଛନ୍ତି। ଏହି ପ୍ରେମ କାହାଣୀରେ ମହାମାରୀ କରୋନା ବିଷୟବସ୍ତୁ ଗତିଶୀଳ ହୋଇଛି। ସ୍ଥିତି ସୁଧୁରିବା ମାତ୍ରେ ଏହାର ଶୁଟିଂ ଆରମ୍ଭ କରିବେ। ସେହିପରି କରୋନା ଉପରେ ପର୍ଯ୍ୟବସିତ ଆଉ କେତୋଟି ଫିଲ୍ମ ନିର୍ମାଣ ପାଇଁ ଅନ୍ୟ କେତେଜଣ ପ୍ରଯୋଜକ ପଞ୍ଜୀକରଣ କରିଥିବା ଇଣ୍ଡିଆନ୍‌ ମୋଶନ ପିକ୍‌ଚର୍ସ ପ୍ରଡ୍ୟୁସର୍ସ ଆସୋସିଏଶନ (ଆଇଏମ୍‌ପିପିଏ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଉ ଜଣେ ପ୍ରଯୋଜକ ‘ଡେଡ୍‌ଲି କରୋନା’ ଟାଇଟଲକୁ ବୁକ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri