ସିନାପାଲି ବ୍ଲକରେ ଆବାସ ଯୋଜନା ବାଟବନା

ନୂଆପଡା ଅଫିସ,୨୪ା୪- ସରକାର ସବୁ ଗରିବ୍‌ ପରିବାରକେ ପକାଘର ଆର ଜମି ପଟ୍ଟା ଦେବାର ବେବସ୍‌ତା କରୁଛନ୍‌। ହେଲେ ବହୁତ୍‌ ଜାଗାରେ ଇ ସବୁ ଯୋଜନା କାଗଜ କଲମରେ ସୀମିତ ହେଇ ରହିଯାଉଛେ। ଯେନ୍‌ଥିରଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ସେନ୍‌ତା ଭିନେ ଭିନେ ସମିଆରେ ଗରିବ ଦୁଖିମାନେ ସାଧାରନ୍‌ ମଉଲିକ ସୁବିଧା ପାଏବାର ଲାଗି ବାରଦୁଆର ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା ସିନାପାଲି ବ୍ଲକର ଶରଧାପୁର ଗଁାରେ। ଇ ଗଁାର ସଞ୍ଜୟ ସୁନାନୀ। ସେ ନିହାତି ଗରିବ୍‌ ହେଇଥିଲାବେଲେ ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌। ଏନ୍‌ତା କି ତାକର ଜମିବାଡ଼ି, ଘରଡ଼ିହ ବଲି କିଛି ନାଇଁ।

ସୂଚନା ହିସାବେ ଆଏଜ୍‌କେ ଚାଲିଶ ବଛର ତଲେ ସିନାପାଲି ବ୍ଲକର ସିତଲିଖଳିଆ ଗଁାର ଧର୍ମୁ ସୁନାନୀ ପେଟ୍‌ ପାଲବାର ଲାଗି କୁଟୁମବସିଆ ଭୋପାଲ ଦାଦନ ଖଟିଯାଇଥିଲେ। ସେଠାନେ କେହେନ୍‌ସି ରୋଗରେ ପଡ଼ି କୁଟ୍‌ମର ବଡ଼ଭାଗି ଲୋକ୍‌ ମରିଗଲେ। ହେଲେ ଭାଏଗ୍‌ ବଲେ ସଞ୍ଜୟ ସୁନାନୀ ବଁଚି ଯାଇଥିଲେ। ସେଠାନେ ଝନେ ସହୁରୁଦ୍‌ ଲୋକ ତାହାକୁ ପାଲପୋଷ୍‌ କରି ରଖିଥିଲେ। ଇ ଖବର ପାଇ ସଞ୍ଜୟର ମାମୁ ସେଠାନୁ ଶରଧାପୁର ନିଜର ଘରକେ ନେଇ ଆସିଥିଲେ। ପଛେ ସଞ୍ଜୟ ୨୦୧୩ ସାଲେ ଧନମତୀକୁଁ ପେମ୍‌ କରି ବିହା ହେଇଥିଲେ। ସେଦିନ୍‌ଠାନୁ ସଞ୍ଜୟ ଆର ଧନମତୀକେ ଦୁଇ ପରିବାର ଲୋକ୍‌ ଘରୁ ତଡ଼ି ଦେଇଛନ୍‌। ଇଆଡ଼େ ସଞ୍ଜୟର ନଁାରେ ଜମିବାଡ଼ି, ଘରଡ଼ିହ ବଲି କିଛି ନାଇଁ। ଗୁଟେ ମେଲା ଜାଗାରେ କୁରିଆଟେ କରି ସଞ୍ଜୟ ନିଜର ପରିବାରକେ ରଖିଛନ୍‌। ଏହେଦେ ସଞ୍ଜୟର ପରିବାର କହେଲେ ମାଏକିନା ଧନମତୀ, ଦୁଇ ଛୁଆ ଶିବା(୪) ଆର କରିସ୍ମା(୧) ରହିଛନ୍‌। ଇଆଡ଼େ ସଞ୍ଜୟ ଯାହା କମାନି କରୁଛନ୍‌ ସେଟା ପରିବାରକେ ନିହଁଟ୍‌ ହେଉଛେ, ଏନ୍‌ତାଥି ଫେର ଘର ଖଁଡ଼େର ଚିନ୍‌ତା ସବୁବେଲେ ତାହାକୁ ଖାଇଯାଉଛେ। ଖରା, ବରଷା, ଶୀତ କାକରରେ କୁରିଆଟା ପରିବାରର ସାହାଭରସା ପାଲଟିଛେ। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ସଞ୍ଜୟ ବ୍ଲକରୁ ଜିଲା କାର୍ଯ୍ୟାଳୟକେ ବାରବାର ଦଉଡ଼ି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ବ୍ଲକ ଅଧ୍ୟକ୍ଷା ତପସ୍ବିନୀ ମାଝୀକୁଁ ପଚରାଲାରୁ ଘଟନା ବାବ୍‌ଦେ ତଦଁତ୍‌ କରି ତାହାକୁ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ହେଲେ ନୂଆପଡ଼ା ଜିଲାର ଝାର ଜଂଗଲ, ତରେଠୁଟେ ଏନ୍‌ତା କେତେ ଯେ ସଞ୍ଜୟ ସରକାରୀ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌ ସଠିକ୍‌ କିଛି କହି ନାଇଁହୁଏ। ଏନ୍‌ତା ଦୁଖି ଗରିବ୍‌କୁ ଚିନ୍‌ହଁଟ କରି ସବୁପରକାର ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ଅଂଚଲର ବୁଧିଜୀବୀ ମହଲରେ ମତ ପରକାଶ ପାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri