Posted inଜାତୀୟ

ସିଏଏ ବିରୋଧୀ ଆନ୍ଦୋଳନ ପଛରେ ପାକିସ୍ତାନ

ନୂଆଦିଲ୍ଲୀ, ୮।୩: ସିଏଏକୁ ନେଇ ଭାରତରେ ଦେଖାଦେଇଥିବା ହିଂସାକାଣ୍ଡ ପଛରେ ପାକିସ୍ତାନର ପ୍ରଚ୍ଛନ୍ନ ହାତ ରହିଥିବା ଖବର ପଦାକୁ ଆସିଛି। ବ୍ୟାପକ ଅର୍ଥ ଓ ନିର୍ଦ୍ଦେଶ ସତ୍ତ୍ୱେ ଗତ ମାର୍ଚ୍ଚ ୩-୪ରେ ସିଏଏ ବିରୋଧୀ ଆନ୍ଦୋଳନରେ ସେଭଳି ଲୋକ ନ ହେବାରୁ ପାକ୍‌ କାର୍ଯ୍ୟକର୍ତ୍ତା ଇଲେକ୍ଟ୍ରୋନିକ୍‌ ବାର୍ତ୍ତାଳାପ ଓ ଗାଳିମନ୍ଦ କରିଥିବା ଜଣାପଡ଼ିଛି। ଏଭଳି ଘଟଣା ଲୋକଲୋଚନକୁ ଆସିବା ପରେ ପୋଲିସ ଓ ଫୋରେନ୍‌ସିକ ଟିମ୍‌ ଯାଞ୍ଚ୍‌ ଆରମ୍ଭ କରିଛି। ଏଥିସହ ହିଂସାକାଣ୍ଡରେ ଘରପୋଡ଼ି ଓ ଗାଡ଼ିମୋଟର ଜଳାସ୍ଥାନଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ପାକ୍‌ ସମର୍ଥକମାନେ ୨୦୦୨ ଗୁଜରାଟ ଦଙ୍ଗା ଭଳି ଦିଲ୍ଲୀ ଦଙ୍ଗାକୁ ଦେଖିବା ଲାଗି ଚାହୁଁଥିଲେ। ପାକିସ୍ତାନୀମାନେ ଭାରତୀୟ ଯୁବ କଠୋରପନ୍ଥୀ ମୁସଲମାନଙ୍କୁ ଉସୁକାଇ ଭାଷଣ ଓ ଭିଡିଓ ଦ୍ୱାରା ଉତ୍ତର ଭାରତରେ ମୋଦି ସରକାର ବିରୋଧରେ ବିଦ୍ରୋହ କରିିବାକୁ ଉତ୍ସାହିତ କରିଥିଲେ। ପାକିସ୍ତାନର ବନ୍ଧୁରାଷ୍ଟ୍ର ଇରାନ୍‌, ତୁର୍କୀ ମଧ୍ୟ ଏଥିରେ ସାମିଲ ଥିଲା ବୋଲି କୁହାଯାଇଛି। ଜେନିଭାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ପାକିସ୍ତାନ ଭାରତ ବିରୋଧୀ ଆଭିମୁଖ୍ୟକୁ ପ୍ରଚଣ୍ଡ କରିଥିଲା। ଏଥିରେ ଥିବା ପାକିସ୍ତାନର ଚିରସ୍ଥାୟୀ ସଦସ୍ୟ ଭାରତରେ ସାମ୍ପ୍ରଦାୟିକତା ଓ ଫାସୀବାଦ କଥା ଉଠାଇଥିଲେ। ହିଂସା ରୋକିବା ଓ ମୁସଲମାନଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ସେ ହାଇ କମିଶନରଙ୍କ ସହାୟତା ଲୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri