ସାହିଗଳିରେ ବୁଲି ପରିବା ବିକୁଛନ୍ତି ମହିଳା

ପୁରୀ ଅଫିସ,୧୧ା୪: ବିଶ୍ୱମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ଗଡ଼ୁନି ଗାଡ଼ି, ଖୋଲୁନି ଦୋକାନ ବଜାର। ବାହାରକୁ ନ ବାହାରିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ବାହାରକୁ ବାହାରୁଥିବାରୁ ଅନେକ ସମୟରେ ସାମାଜିକ ଦୂରତା ରକ୍ଷା କରାଯାଇ ପାରୁନାହିଁ। ତେଣୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। ବିଶେଷକରି ପନିପରିବା କିଣିବା ପାଇଁ ହାଟ, ବଜାରରେ ଭିଡ଼କୁ ଦୃଷ୍ଟିରେ ରଖି କିପରି ଲୋକଙ୍କ ଘର ପାଖରେ ଏହା କିପରି ପହଞ୍ଚା ଯାଇପାରିବ ସେ ଦିଗରେ ବ୍ୟବସ୍ଥା ହୋଇଛି। ଆଉ ପ୍ରଶାସନକୁ ଏଭଳିସ୍ଥିତିରେ ସହଯୋଗ ପାଇଁ ଆଗେଇ ଆସିଛନ୍ତି ମିଶନ ଶକ୍ତି ଅଧୀନ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚଜି) ମହିଳା। କରୋନା ବିରୋଧୀ ଲଢେଇରେ ଏମାନେ ବି ସାଜିଛନ୍ତି ଯୋଦ୍ଧା। ଟ୍ରଲିରେ ପରିବା ଲଦି ବିଭିନ୍ନ ୱାର୍ଡରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଶୁକ୍ରବାର ପୁରୀ ସହରର ଏକାଧିକ ୱାର୍ଡରେ ଏସ୍‌ଏଚ୍‌ଜି ମହିଳାମାନେ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଧିକ ସତର୍କ ହୋଇଯାଇଛି ଜିଲା ପ୍ରଶାସନ। କରୋନା ବିରୋଧୀ ଲଢେଇର ପ୍ରମୁଖ ଅସ୍ତ୍ର ହେଉଛି ଘରୁ ନ ବାହାରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା। ଯଦିବି କେହି ଅତ୍ୟାବଶ୍ୟକ କାମରେ ବାହାରୁଛନ୍ତି ତେବେ ସାମାଜିକ ଦୂରତା ରକ୍ଷା କରିବା ଲାଗି ସଚେତନ କରୁଛି ପ୍ରଶାସନ। କିନ୍ତୁ ଅଧିକାଂଶ ସମୟ ପରିବା ମାର୍କେଟରେ ଗହଳି ହେଉଥିବାରୁ ପ୍ରଶାସନ ସହରର ପ୍ରମୁଖ ତିନୋଟି ପରିବା ବଜାରକୁ ବନ୍ଦ କରିଦେଇଛି। ଗତ ରବିବାରଠାରୁ ବଡ଼ଶଙ୍ଖ, ମାର୍କେଟ ଛକ ଏବଂ ଲକ୍ଷ୍ମୀବଜାର ପରିବା ମାର୍କେଟକୁ ବନ୍ଦ ରଖାଯାଇଛି। ପରିବା ବ୍ୟବସାୟୀମାନେ ଚାହିଁଲେ ଗଳିକନ୍ଦିରେ ଠେଲା ଗାଡ଼ିରେ ପରିବା ବିକ୍ରି କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି। ମାତ୍ର କେଉଁଠୁ ଖୁଚୁରା ବ୍ୟବସାୟୀ ପରିବା କିଣି ବିକ୍ରି କରିବେ ତାକୁ ନେଇ ଯେଉଁ ସମସ୍ୟା ଥିଲା ତାହାକୁ ଦୂର କରିଛି ପ୍ରଶାସନ। ମଙ୍ଗଳାଘାଟ-ଷ୍ଟର୍ଲିଂ ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ ବସିବା ଲାଗି ବୁଧବାର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଶୁକ୍ରବାରଠାରୁ ଏହି ହୋଲ୍‌ସେଲ ପରିବା ମାର୍କେଟ ଖୋଲିଛି। ଏଠାରୁ ରିଟେଲରମାନେ ପରିବା ନେଇ ବିଭିନ୍ନ ସାହିଗଳିରେ ବିକ୍ରି କରିପାରିବାର ବ୍ୟବସ୍ଥା ହୋଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେତେକ ଏସ୍‌ଏଚ୍‌ଜିକୁ ପ୍ରଶାସନ ଦାୟିତ୍ୱ ଦେଇଛି। ମହିଳାମାନେ ହୋଲ୍‌ସେଲ୍‌ ପରିବା ମାର୍କେଟରୁ କିଣି ଏହାକୁ ସହରର ବିଭିନ୍ନ ୱାର୍ଡ ଏବଂ ଜିଲାର ବିଭିନ୍ନ ଅଞ୍ଚଳରେ ବୁଲି ବିକ୍ରି କରୁଛନ୍ତି।
ଶୁକ୍ରବାର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଙ୍ଗଳାଘାଟ-ଷ୍ଟର୍ଲିଂ ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟରୁ ବିଭିନ୍ନ ପ୍ରକାର ସତେଜ ପରିବା ସୁଲଭ ମୂଲ୍ୟରେ କିଣିଥିଲେ। ଏହାକୁ ଟ୍ରଲି ଏବଂ ଠେଲାଗାଡ଼ିରେ ଆଣି ବିଭିନ୍ନ ୱାର୍ଡରେ ବିକ୍ରି କରୁଥିଲେ। ପୁରୀ ପୌରସଂସ୍ଥା ୧୯ ନଂ. ୱାର୍ଡର ଜୟ ହନୁମାନ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଟ୍ରଲିରେ ପରିବା ବିକ୍ରି କରିଥିବା ଦେଖିବାକୁ ମିଳିଥିଲା। ସେହିପରି ଅନ୍ୟ ଏସ୍‌ଏଚ୍‌ଜି ସଦସ୍ୟା ସହରର ବିଭିନ୍ନ ୱାର୍ଡରେ ପରିବା ବିକ୍ରି କରୁଥିଲେ। ଲୋକମାନେ ଘର ନିକଟରେ ନଗଦ ପରିବା ପାଇଁ ବେଶ୍‌ ଖୁସିବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା।
୧୯ ନଂ. ୱାର୍ଡର ଗୃହିଣୀ ପିଙ୍କି ଦାସ କହିଥିଲେ, ବଡ଼ଶଙ୍ଖ ପରିବା ମାର୍କେଟ ବନ୍ଦ ହେବା ପରେ ସାହିକୁ ଠେଲାଗାଡ଼ିରେ ଆସୁଥିବା ପରିବା ବ୍ୟବସାୟୀଙ୍କୁ ଅପେକ୍ଷା କରୁଥିଲୁ। ସମାନେ ବି ଯେଉଁ ପରିବା ଆଣୁଥିଲେ ଏତେଟା ସତେଜ ରହୁ ନ ଥିଲା। ମାତ୍ର ଏସ୍‌ଏଚ୍‌ଜି ମହିଳାମାନେ ଯେଉଁ ପରିବା ଆଣୁଛନ୍ତି ତାହା ସତେଜ ରହିଛି। ଦାମ୍‌ ବି ଅଧିକ ନ ଥିଲା। କରୋନା ଯୋଗୁ ଏବେ ଘରୁ ବାହାରକୁ ଯିବାକୁ ଚାହୁଁନୁ। ଏସ୍‌ଏଚ୍‌ଜି ମହିଳା ଏବେ ଘର ପାଖରେ ପରିବା ଆଣି ପହଞ୍ଚାଉଥିବା ନିଶ୍ଚିତ ପ୍ରଶାସନର ଏକ ଭଲ ପଦକ୍ଷେପ। ପରିବା ଭଳି ସେମାନଙ୍କୁ ଯଦି ରାଶନ ସାମଗ୍ରୀ ବିକ୍ରି କରିବାର ଅନୁମତି ଦିଆଯାଆନ୍ତା ତେବେ ଭଲ ହୁଅନ୍ତା ବୋଲି ପିଙ୍କି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri