ସାହାଯ୍‌ ଲାଗି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀକୁଁ ଗୁହାରି କଲେ ଗାଁବାସୀ: ବୋନମ୍ୟାରୋ ସମସିଆରେ ପୀଡ଼ିତ ମାନସ

ଲୋଇସିଂହା,୨୫।୭ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ହରଭଙ୍ଗା ଗାଁର ବେଣୁଧର ବିଶ୍ୱାଳକଁର ପୁଓ ମାନସ ବିଶ୍ୱାଳ(୭)। ଏହେଦେ ସେ ବୋନମ୍ୟାରୋ ସମସିଆରେ ପୀଡ଼ିତ ଥିଲାବେଲେ ତାକର ଗୁଟେ କିଡ଼୍‌ନୀ ଥିବାର ପରୀକ୍ଷା ନିରୀକ୍ଷାରୁ ଜନାପଡ଼ିଛେ। ଏନ୍‌ତାଥି ତାକର ଚିକିତ୍ସା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ପଡ଼ୁଥିଲାବେଲେ ଗରିବ୍‌ ମା’ବାପ୍‌ ଉପରେ ଚଡ଼କ ପଡ଼ିଛେ।
ସୂଚନା ହିସାବେ ହରଭଙ୍ଗା ଗାଁର ବେଣୁଧରକଁର ପୁଓ ମାନସ(୭) ଜନମ୍‌ ବେଲୁ ୫ ବଛର ତକ୍‌ ଠିକ୍‌ଠାକ୍‌ ଥିଲେ। ଏହେଦେ ସେ ଗାଁ ସ୍କୁଲରେ ଦୁତୀଅ ଶ୍ରେଣୀରେ ପଢ଼ୁଛନ୍‌। ହେଲେ ମାନସର ବଏସ୍‌ ବଢ଼ବାର ସଂଗେ ଶରୀର ନାଇଁ ବଢ଼ଲାରୁ ମା’ବାପ୍‌ର ଚିନ୍‌ତା ବଢ଼ିଥିଲା। ପରିବାର ଲୋକ ମାନସକେ ବଲାଙ୍ଗୀର, ବୁର୍ଲା ଡାକ୍‌ତରଖାନା ନେଇ ଚିକିତ୍ସା କରାଲେ। ଡାକ୍‌ତର ଅପପୁଷ୍ଟିର ଲକ୍ଷନ କହି ଚିକିସତ୍ା କଲେ। ହଜାର ହଜାର ଟଁକା ଉଷୋକଷା କଲା ଉତାରୁ ବି ମାନସର ଶରୀରରେ କିଛି ପରିବରତନ୍‌ ନାଇଁ ହେଲା। ଶେଷେ ଲୁକ୍‌କର ପରାମଶ୍‌ରେ ପରିବାର ଲୋକ୍‌ ମାନସକେ ଚିକିତ୍ସା ଲାଗି ଭୁବନେଶ୍ୱର ଏମ୍ସ ନେଲେ। ସେଠାନେ ଡାକ୍‌ତର ପରୀକ୍ଷା ନିରୀକ୍ଷା କରି ଜାନବାକେ ପାଏଲେ ଯେ, ମାନସର ବୋନମ୍ୟାରୋରେ ସମସିଆ ରହିଛେ, ରକତ୍‌ ଠିକ୍‌ସେ ତିଆର ହେଇ ନାଇଁପାରବାର। ସେନ୍‌ତା ତାକର ଗୁଟେ କିଡ଼୍‌ନୀ ରହିଥିବାର ଜନା ପଡ଼ିଥିଲା। ଡାକ୍‌ତର ମାନସର ଚିକିସତ୍ା ଲାଗି ଅତି କମ୍‌ରେ ୧୫ ଲାଖ୍‌ ଟଁକା ଖରଚ୍‌ ହେବା ବଲି କହିଥିଲେ। ଇ କଥାଟା ଶୁନି ବରଗଡ଼ ଜିଲା ଯୋଖିପାଲିର ୟୁଥ ଏଗେଁଷ୍ଟ କରପ୍‌ସନ ସଂଗଠନ ମୁଖ୍ୟମନ୍ତ୍ରୀକଁର ଦୁରୁଷ୍‌ଟି ଆକରଷନ୍‌ କରିଥିଲା। ଶେଷେ ବଲାଙ୍ଗୀର ଜିଲାପାଲକଁର ନିରଦେଶରେ ଆଗଲପୁର ବିଡିଓ ଇ ଦୁଖି ପରିବାରକେ ରେଡକ୍ରସରୁ ୨୦ ହଜାର ଟଁକା ସାହାଯ୍‌ ଦେଇଥିଲେ। ସେ ଟଁକାରେ ପରିବାର ଲୋକ୍‌ ମାନସକେ ଦୁତୀଅ ଥର ଭୁବନେଶ୍ୱର ଏମ୍ସକେ ଚିକିତ୍ସା ଲାଗି ନେଇଥିଲେ। ହେଲେ ସେଠାନେ ଡାକ୍‌ତର ମାନସର ଚିକିତ୍ସା ଲାଗି ୧୫ ନୁହେ ୨୫ ଲାଖ୍‌ ଟଁକା ଦରକାର ପଡ଼ବା ଆର ଚିକିତ୍ସା ଦିଲ୍ଲୀ ଏମ୍ସରେ ହେବା ବଲି କହିଥିଲେ। ଇ କଥା ଶୁନି ମା’ବାପ୍‌ର ମୁଡ଼େ ଚଡ଼କ ପଡ଼ିଥିଲା। ହେନ୍‌ଥେଇ ବି ପରିବାରର ଥିତି ଭଲ ନାଇଁ। ସବୁବେଲେ ଅଭାବ ଅନାଟନ ଲାଗି ରହିଛେ। ମା’ବାପ୍‌ ନିରାଶ ହେଇ ବୁଧୁବାର ପୁଓକେ ଧରି ଗାଁକେ ଫିରି ଅସିଛନ୍‌। ଇଆଡ଼େ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ୫ ଲାଖ୍‌ ତକ୍‌ ଚିକିତ୍ସା ସାହାଯ୍‌ ମିଲିପାରବା। ବାକି ଟଁକାର ଲାଗି ଘରଦୁଆର, ଜମିବାଡ଼ି ବିକ୍‌ଲେ ବି ଠୋଲ ନାଇଁ ହେଇପାରେ। ଏନ୍‌ତାଥି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସାହାଯ୍‌ର ହାତ୍‌ ବଢ଼ାଲେ ମୋର ପୁଓ ନୁକୋ ହେଇପାରବା ବଲି ବେଣୁଧର କହିଛନ୍‌। ସେନ୍‌ତା ଗାଁବାସୀ ବି ଇ ଦୁଖି ପରିବାରକେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସାହାଯ୍‌ର ହାତ୍‌ ବଢ଼ାବାକେ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri