ସାଲେପୁର ବିଧାନସଭା ଆସନ: କଂଗ୍ରେସ ଭୋଟବ୍ୟାଙ୍କ୍‌ ଉପରେ ବିଜେଡି, ଭାଜପାର ନଜର

ନିର୍ମଳ ପଣ୍ଡା/ କଟକ ଅଫିସ, ୨୫ ।୪- ଏପ୍ରିଲ ୨୯ ଚତୁର୍ଥ ପର୍ଯ୍ୟାୟରେ ସାଲେପୁର ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। କଟକ ଜିଲାର ଏହି ଆସନଟି କେନ୍ଦ୍ରାପଡ଼ା ଲୋକସଭା ଅଧୀନରେ ଯାଉଛି। ନିର୍ବାଚନ ମଇଦାନରେ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ନିଜର ମୂଳ ଭୋଟବ୍ୟାଙ୍କ୍‌କୁ ନେଇ ଲଢ଼େଇ କରୁଥିବାବେଳେ ବିଜେଡି ଓ ଭାଜପାର ନଜର ଏବେ ଏହା ଉପରେ ରହିଛି। କଂଗ୍ରେସ ଭୋଟକୁ ହାତେଇ ବିଜୟ ମୁକୁଟ ପିନ୍ଧିବାକୁ ଦୁଇ ପ୍ରାର୍ଥୀ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି।

୨୦୧୪ରେ କଂଗ୍ରେସରୁ ଟିକେଟ ପାଇ ବିଧାୟକ ହୋଇଥିଲେ ପ୍ରକାଶ ବେହେରା। ସେ ଏବେ ଭାଜପାରୁ ନିର୍ବାଚନ ଲଢୁଥିବାବେଳେ କଂଗ୍ରେସରୁ ରବୀନ୍ଦ୍ର କର ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଗତ ବିଧାନସଭା ନିର୍ବାଚନର ପରାଜିତ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ତେବେ ବିଗତ ୨ଟି ନିର୍ବାଚନୀ ଫଳାଫଳ କହୁଛି ସାଲେପୁରରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋର୍‌ଦାର ଲଢ଼େଇ ହୋଇଥିଲା। ଜିତାପଟ୍‌ ମଧ୍ୟ ଊଣେଇଶବିଶ୍‌ ଥିଲା।  ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ବେହେରା ୨୧୧୭ ଭୋଟରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ପରାସ୍ତ କରିଥିବାବେଳେ ୨୦୦୯ରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା କଂଗ୍ରେସର ପ୍ରକାଶ ବେହେରାଙ୍କୁ ୧୨୭୭ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଥିଲେ। ମାତ୍ର ୨୦୧୯ ନିର୍ବାଚନୀ ଚିତ୍ର ବଦଳିଯାଇଛି। ଏଥର ବିଜେଡି ସହିତ ଭାଜପାର ସିଧାସଳଖ ମୁକାବିଲା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି। ତେବେ ୨୦୦୦ରୁ ୨୦୦୯ ମଧ୍ୟରେ ହୋଇଥିବା ୩ଟି ନିର୍ବାଚନରେ  ପ୍ରକାଶ ପରାସ୍ତ ହୋଇଥିଲେ ମଧ୍ୟ କଂଗ୍ରେସ ଭୋଟ ବ୍ୟାଙ୍କ ତାଙ୍କ ସହିତ ରହି ଆସିଥିଲା। କିନ୍ତୁ  ସେ ଏବେ ଭାଜପାକୁ ଯିବା ପରେ ତାଙ୍କ ସହିତ କେତେ ମାତ୍ରାରେ କଂଗ୍ରେସ ଭୋଟ ଯାଉଛି ତାହାର ଅଙ୍କକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଯଦିଓ ପ୍ରକାଶଙ୍କ ସହିତ ଛାମୁଆ କଂଗ୍ରେସ ନେତାମାନେ ଭାଜପାକୁ ଡେଇଁଛନ୍ତି, ସାଧାରଣ କଂଗ୍ରେସ ଭୋଟର କେତେମାତ୍ରାରେ ପ୍ରଭାବିତ ହୋଇଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ। ତେବେ କଂଗ୍ରେସ ଭୋଟର ସାଲେପୁର ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ପ୍ରକାଶ କହିଛନ୍ତି ଯେ, ସେ ସାଲେପୁର ଲୋକଙ୍କ ସହିତ ଅଛନ୍ତି। ସାଲେପୁରବାସୀ ହିଁ  ତାଙ୍କର ବଡ଼ ଶକ୍ତି। କଂଗ୍ରେସର ଦୁର୍ଦ୍ଦିନରେ ସେ କଂଗ୍ରେସକୁ ଏଠାରେ ସୁସଂଗଠିତ ରଖି ବିଜେଡିକୁ ଚ୍ୟାଲେଞ୍ଜ ଦେଉଥିଲେ। ଏବେ କଂଗ୍ରେସ ଭୋଟ୍‌ବ୍ୟାଙ୍କ ଭାଜପାରେ ବିଲିନ ହୋଇଥିବା ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୋଦିଙ୍କ ବିକାଶ ଓ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ଆମେ ପହଞ୍ଚାଉଛୁ। ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମଧ୍ୟ ଲୋକେ ଅଙ୍ଗେ ଅଙ୍ଗେ ନିଭାଉଥିବା ଆମକୁ କହୁଛନ୍ତି। ତେଣୁ ଭାଜପା ଭଲ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ପ୍ରକାଶ କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର କର ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି, ଭୋଟ ବ୍ୟାଙ୍କ କାହା ସହିତ ଚାଲିଯାଏନା। କଂଗ୍ରେସ ସଂଗଠନକୁ ନେଇ ପ୍ରକାଶ ବଳିଆନ ଥିଲେ। ଏବେ କଂଗ୍ରେସ ସଂଗଠନ ତାଙ୍କ ସହିତ ନାହିଁ। ଯିଏ କଂଗ୍ରେସରୁ ପ୍ରାର୍ଥୀ ହୋଇଛି ସଂଗଠନ ଓ ଭୋଟ ତାହା ସହିତ ରହିବ ଏଥିରେ ଦ୍ୱିମତ ହେବାର ନାହିଁ। ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ଭାଜପା ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଛନ୍ତି। ଏହିସବୁ ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ ବୋଲି ରବୀନ୍ଦ୍ର କହିଛନ୍ତି। ସମୀକ୍ଷକଙ୍କ ମତରେ ନେତା ଚାଲିଗଲେ ଶତ ପ୍ରତିଶତ ଭୋଟ ବ୍ୟାଙ୍କ ଚାଲିଯାଏନି। କଂଗ୍ରେସର ପାରମ୍ପରିକ ଭୋଟ କଂଗ୍ରେସ ପ୍ରାର୍ଥୀଙ୍କ ସହିତ ରହିବ ବୋଲି ସେମାନେ ମତ ଦେଇଛନ୍ତି।  ଅନ୍ୟପକ୍ଷରେ ପ୍ରଶାନ୍ତ କହିଛନ୍ତି, ଲୋକେ ବିଜେଡିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚତ୍ଛି। ସାଲେପୁରକୁ ଏକ ବିକଶିତ ନିର୍ବାଚନମଣ୍ଡଳୀରେ ପରିଣତ କରିବାର ପ୍ରତିବଦ୍ଧତା ନେଇ ମୁଁ ଲୋକଙ୍କୁ ଭେଟୁଛି। ଲୋକଙ୍କର ସମର୍ଥନ ବିଜେଡି ପ୍ରତି ଥିବା ମୁଁ ପ୍ରଚାରରୁ ଜାଣିପାରୁଛି। ସାଲେପୁରରେ ବିଜେଡି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ପ୍ରଶାନ୍ତ ଆଶାବାଦୀ ଅଛନ୍ତି।

ପ୍ରାର୍ଥୀମାନେ ଏଭଳି କଥା କହୁଥିବାବେଳେ ସାଲେପୁର ଭୋଟରଙ୍କ ମତ ବେଶ୍‌ ଭିନ୍ନ ରହିଛି। ଜଣେ ଭୋଟର ଆଲୋକ ଭୂୟଁା କହିଛନ୍ତି, ସାଲେପୁରକୁ ବିଜ୍ଞାପିତ ପରିଷଦ (ଏନ୍‌ଏସି) ଦାବି ଏଠାରେ ଦୀର୍ଘଦିନରୁ ହୋଇ ଆସୁଛି। ନିର୍ବାଚନ ଆସିଲେ ନେତାମାନେ ଏନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଉଛନ୍ତି। ପ୍ରଭାତ ବେହେରା ନାମକ ଜଣେ ଚାଷୀଙ୍କ ମତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପ୍ରତି ବିମୁଖ। ସାଲେପୁରର ଚାଷଜମିକୁ ପାଣି ଯାଉନି। ଚାଷୀ ଫସଲର ଉଚିତ ପ୍ରାପ୍ୟ ପାଉନି। ତେଣୁ ଭୋଟ ଦେବା ପୂର୍ବରୁ ଚାଷୀ ଏକଥାକୁ ଚିନ୍ତା କରିବେ ବୋଲି ପ୍ରଭାତ କହିଛନ୍ତି। ଉତ୍ତମ ବେହେରାଙ୍କ ମତରେ କେନ୍ଦ୍ର ହେଉ ଅବା ରାଜ୍ୟ, ପ୍ରତି ୫ ବର୍ଷରେ ଥରେ ନେତା ଓ ସରକାର ବଦଳିବା ଦରକାର।   ଏହାଦ୍ୱାରା ବିକାଶର ଧାରା ତ୍ୱରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri