Posted inଜାତୀୟ

‘ସାମ୍ବିଧାନିକ ଘୋଷଣା ହେଲେ ସିଏଏକୁ ରାଜ୍ୟ ବିରୋଧ କରିବା ସମସ୍ୟା ହେବ’

ନୂଆଦିଲ୍ଲୀ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପ୍ରତ୍ୟାହାର ପାଇଁ ସଂକଳ୍ପନାମା ଗୃହୀତ କରାଇବା ପ୍ରତି ରାଜ୍ୟ ବିଧାନସଭାର ସାମ୍ବିଧାନିକ ଅଧିକାର। ତେବେ ଯଦି ସୁପ୍ରିମକୋର୍ଟ ଏହି ଆଇନକୁ ସାମ୍ବିଧାନିକ ଘୋଷଣା କରନ୍ତି ତେବେ ଏହାକୁ ବିରୋଧ କରିବା ରାଜ୍ୟଗୁଡ଼ିକ ପାଇଁ ସମସ୍ୟା ହେବ ବୋଲି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି। ସିଏଏ ପାର୍ଲାମେଣ୍ଟରେ ଗୃହୀତ ହୋଇସାରିଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ବ୍ୟତୀତ ରାଜ୍ୟଗୁଡ଼ିକ ପାଖରେ ଅନ୍ୟ ବିକଳ୍ପ ନାହିଁ ବୋଲି ଦିନକ ପୂର୍ବରୁ ଶିବଲ କହିଥିଲେ। ଏହି ଆଇନ ଅସାମ୍ବିଧାନିକ ବୋଲି ତାଙ୍କର ବିଶ୍ୱାସ ରହିଛି। ତେଣୁ ରାଜ୍ୟ ବିଧାନସଭା ସିଏଏ ବିରୋଧରେ ପ୍ରସ୍ତାବ ଗୃହୀତ କରାଇ ଏହାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିପାରିବେ। ଯେତେବେଳେ ଏବଂ ଯଦି ସିଏଏକୁ ସର୍ବୋଚ୍ଚ ଅଦାଲତ ସାମ୍ବିଧାନିକ ଘୋଷଣା କରିବେ, ସେତେବେଳେ ଏହାକୁ ବିରୋଧ କରିବା ସମସ୍ୟା ହେବ। ତେବେ ବିରୋଧ ଜାରି ରହିବା ଆବଶ୍ୟକ ବୋଲି କଂଗ୍ରେସ ନେତା ଟୁଇଟ୍‌ କରିଛନ୍ତି।
ଶନିବାର କେରଳ ସାହିତ୍ୟ ଉତ୍ସବ (କେଏଲ୍‌ଏଫ୍‌)ରେ ଶିବଲଙ୍କ ମନ୍ତବ୍ୟକୁ ନେଇ କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସମେତ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଫଳରେ ସେ ରବିବାର ତାଙ୍କ ମତ ବଦଳାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

CEC ଚୟନ କମିଟିରୁ CJIଙ୍କୁ କାହିଁକି ହଟାଗଲା? ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୮।୧୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିର୍ବାଚନ ସଂସ୍କାର ଉପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର...

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri