ସାପ କାମୁଡାରେ ମାଇଁ ମୃତ, ଭାଣିଜୀ ଗୁରୁତର

ଉମରକୋଟ,୨୯।୫(ଡି.ଏନ.ଏ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବକଡାବେଢା ପଞ୍ଚାୟତ ନିକଟସ୍ଥ ତେଣ୍ଡକାଗୁଡାରେ ମଙ୍ଗଳବାର ରାତିରେ ସାପ କାମୁଡାରେ ମାଇଁର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଦମୟତି ଭତ୍ରା। ଭାଣିଜୀ ଝଞ୍ଜାବତୀ ଭତ୍ରାଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦମୟତି ଓ ଝଞ୍ଜାବତୀ ମିଳିତ ଭାବେ ବିଡ୍ରୀ ନଦୀ କୂଳରେ ଭାଗ ଚାଷ କରୁଥିଲେ। ମକା ଅମଳ ସମୟ ହୋଇଥିବାରୁ ମକା ଭାଙ୍ଗିବା ସକାଶେ ପୂର୍ଲା ଗ୍ରାମରୁ ତେଣ୍ଡକାଗୁଡା ଉଭୟେ ଯାଇଥିଲେ। ସେଠାରେ ଦିନରେ ମକା ଭାଙ୍ଗି ରାତିରେ ଏକ ଘରେ ଶୋଉଥିଲେ। ମଙ୍ଗଳବାର ରାତିରେ ସମସ୍ତେ ଖାଇ ଶୋଇ ପଡିବା ପରେ ଦମୟତି ଓ ଝଞ୍ଜାବତୀଙ୍କୁ ଏକ ସାପ କାମୁଡି ଦେଇଥିଲା। ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଦୟମତିଙ୍କ ମୃତ୍ୟୁ ହୋଇଥିଲା। ଝଞ୍ଜାବତୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନଦ୍ୱିପ୍ରହରରେ ଭଞ୍ଜନଗର କୋର୍ଟ ଆଗରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ଖେଳିଗଲା ଆତଙ୍କ

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଦିନଦ୍ୱିପ୍ରହରରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ବୁଦୁଲୀର ଅଶୋକ ସାଇଁ…

ବିଜୁବାବୁଙ୍କୁ ଭାରତରତ୍ନ ମିଳିବା ନେଇ ଦାବି ଉଠାଇଲା ବିଜେଡି

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୧୦ତମ ଜୟନ୍ତୀ ବିଜୁ ଜନତା ଦଳ ବରଗଡ଼ ଜିଲା ତରଫରୁ ଗୁରୁବାର ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ…

ଏନଏସି ବିଜେଡି ପକ୍ଷରୁ ବିଜୁବାବୁଙ୍କୁ ପୁଷ୍ପମାଲ୍ୟ: ବିଜୁ ବାବୁ ଅମର ରହେ ସ୍ଲୋଗାନରେ ପ୍ରକମ୍ପିତ ହେଲା ଅଞ୍ଚଳ

ଗଞ୍ଜାମ,୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଷ୍ଟେଶନ ରୋଡ଼ ସାମନ୍ତରା ସାହି ଛକଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଏନଏସି ବିଜେଡି ପକ୍ଷରୁ…

ବିଜୁବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳିତ, ବିଜୁ ବାବୁ ଅମର ରହେ ନାରାରେ କମ୍ପିଲା….

ନନ୍ଦପୁର/ପାଡୁଆ, ୫ା୩ (ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ କୂଲାବିର ପଞ୍ଚାୟତ ସ୍ଥିତ ଧବଳେଶ୍ଵର ମନ୍ଦିର ପରିସରରେ ଗୁରୁବାର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦…

ଓଡ଼ିଶାରେ ବିଜେଡି-କଂଗ୍ରେସ ମେଣ୍ଟ ସମ୍ପର୍କରେ ନବୀନଙ୍କ ବିସ୍ଫୋରକ ବୟାନ, କହିଲେ…

ଭୁବନେଶ୍ୱର,୫।୩: ରାଜ୍ୟ ସଭା ପାଇଁ ଗୁରୁବାର ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର, ଦତ୍ତେଶ୍ବର ହୋତା। ସଂତୃପ୍ତ ଓ ଦତ୍ତେଶ୍ବରଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡି ସୁପ୍ରିମୋ ନବୀନ…

‘ବିଜୁବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ସମାଜସେବାରେ ବ୍ରତୀ ହେବାକୁ ଆହ୍ବାନ’

ବଞ୍ଚୋ,୫ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ହାଟଡିହୀ ବ୍ଲକରେ ଗୁରୁବାର ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜୁ…

ଖୁସିରେ ଜେଜେ ମା’ଙ୍କୁ ରଙ୍ଗ ଲଗାଇଲେ ନାତି, ରାଗରେ ପଞ୍ଚମ ହୋଇ ଗରମ ପାଣି ଢ଼ାଳିଦେଲେ….

ମୁମ୍ବାଇ,୫ା୩: ନାଗପୁର ଜିଲାର କୋରାଡି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ହୋଲିରେ ରଙ୍ଗ ଖେଳୁଥିବା ସମୟରେ ଜେଜେ ମା’ ଉପରେ ପକାଇ ଦେଇଥିଲେ…

ଯୁଦ୍ଧ ମଧ୍ୟରେ ବିନାଶକାରୀ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଆମେରିକା, ହିରୋସିମା ପରମାଣୁ ବୋମାଠାରୁ ୨୦ ଗୁଣ ଅଧିକ ଘାତକ

ଓ୍ବାଶିଂଟନ,୫।୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ମଙ୍ଗଳବାର କାଲିଫର୍ନିଆ ଉପକୂଳରେ ଏକ ଡୁମ୍ସଡେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ରିପୋର୍ଟ ଅନୁସାରେ, ମିନିଟ ମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri