ସାନିଟାଇଜ୍‌ ହେଲା ସୂର୍ଯ୍ୟନଗର ଅଞ୍ଚଳ

ଭୁବନେଶ୍ୱର, ୨ା୪ (ବ୍ୟୁରୋ) – ମଙ୍ଗଳବାରଠାରୁ ଭୁବନେଶ୍ୱର ମହାନଗର ନିଗମ ସହାୟତାରେ ଅଗ୍ନିଶମ ବିଭାଗ ପକ୍ଷରୁ ସହରକୁ ସାନିଟାଇଜ୍‌ କାର୍ଯ୍ୟ ଜାରି ରହିଛି। ବୁଧବାର ୟୁନିଟ୍‌-୭ ଅନ୍ତର୍ଗତ ସୂର୍ଯ୍ୟନଗର ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୁରୁବାର ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯାଇଛି। ସୋଡିୟମ୍‌ ହାଇପୋକ୍ଲୋରାଇଟ୍‌ କେମିକାଲ ମିଶା ପାଣିକୁ ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ସ୍ପ୍ରେ କରାଯାଇଛି। ସେହିଭଳି ରାଜଭବନ ପରିସର ସମେତ ଏଜି ଛକରୁ ରାଜଭବନ ଛକକୁ ସଂଯୋଗ କରୁଥିବା ରାସ୍ତା, ନ୍ୟୁ ଫରେଷ୍ଟ ପାର୍କ, ମାଉସିମା’ରୋଡ଼୍‌, ଓଟିଡିସି କାର୍ଯ୍ୟାଳୟ ଥିବା ଅଞ୍ଚଳ, ଏକ ନମ୍ବର ମାର୍କେଟ ଅଞ୍ଚଳ, କ୍ୟାପିଟାଲ ହସ୍ପିଟାଲ ପରିସର,ଏୟାରପୋର୍ଟ ଛକରୁ ଏଜି ଛକ ରାସ୍ତା ଓ ୟୁନିଟ୍‌-୬ ବନଦୁର୍ଗା ବସ୍ତି ଅଞ୍ଚଳରେ ବ୍ୟାପକ ସାଇନିଟାଇଜ୍‌ କରାଯାଇଥିଲା।
ସେହିପରି ବିଏମ୍‌ସି କାର୍ଯ୍ୟାଳୟ ପଛପାର୍ଶ୍ୱ ସମେତ ୩ ଜୋନ୍‌ର ୪୧ ଓ୍ବାର୍ଡ ଅନ୍ତର୍ଗତ ଅଞ୍ଚଳକୁ ଏହି ଭୂତାଣୁ ନାଶକ ସିଞ୍ଚନ କରାଯାଇ ବିଶୋଧନ କରାଯାଇଛି। ଅଗ୍ନିଶମ ଅଧିକାରୀ ରମେଶ ମାଝିଙ୍କ ତତ୍ତ୍ୱାବଧାନତାରେ ହୋଇଥିବା ଏହି କାର୍ଯ୍ୟରେ ଅଗ୍ନିଶମ ବିଭାଗର ୫ ଦମକଳ ଗାଡ଼ି ଏଥିରେ ସାମିଲ ଥିଲା। ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୬୬ ଓ୍ବାର୍ଡ, ବୁଧବାର ଦ୍ୱିତୀୟ ପର୍ଯ୍ୟାୟରେ ୫୩ଟି ଓ୍ବାର୍ଡରେ ସାନିଟାଇଜ୍‌ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ଭୟ: ଘରଛାଡ଼ି ଚାଲିଯାଉଛନ୍ତି ଲୋକେ
କରୋନା ଆକ୍ରାନ୍ତଙ୍କୁ ନେଇ ସୂର୍ଯ୍ୟନଗର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ବିଶେଷକରି ସମ୍ପୃକ୍ତ ଆକ୍ରାନ୍ତଙ୍କ ଆଖପାଖରେ ରହୁଥିବା ଲୋକେ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି। ଇତିମଧ୍ୟରେ ସୂର୍ଯ୍ୟନଗରକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ସମ୍ପୂର୍ଣ୍ଣ ସିଲ୍‌ କରି ଦିଆଯାଇଛି। ତେବେ ବିଏମ୍‌ସି ଏପରି ପଦକ୍ଷେପ ନେବା ପୂର୍ବରୁ ରାତି ଓ ସକାଳେ କିଛି ଲୋକେ ସ୍ଥାନ ଛାଡ଼ିଥିବା ମଧ୍ୟ ସୂଚନା ମିଳିଛି। ତେବେ ଗୁରୁବାର ରାତିରେ ଆଉ କେତେଜଣ ଗାଁକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସିଲ୍‌ ଯୋଗୁ ଯାଇପାରି ନାହାନ୍ତି। ବିଶେଷକରି ଏସବୁ ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦା ଅଧିକ ଛାନିଆ ହୋଇପଡିଛନ୍ତି।
ସାବୁନ, ସାନିଟାଇଜର ବାଣ୍ଟିଲେ
ସୂର୍ଯ୍ୟନଗର ଅଞ୍ଚଳରେ ଗୁରୁବାର ବ୍ୟାପକ ସଚେତନତା କରାଯାଇଛି। ବିଭିନ୍ନ ସଂଗଠନ ୟୁନିଟ୍‌-୭ ଓ ୬ ଅନ୍ତର୍ଗତ ବିଭିନ୍ନ ବସ୍ତିରେ ଲୋକଙ୍କୁ ସାବୁନ ଓ ସାନିଟାଇଜ୍‌ ବଣ୍ଟନ କରାଯାଇଛି। ସବୁବେଳେ ହାତ ଧୋଇବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଶୁଖିଲା ଖାଦ୍ୟ ମଧ୍ୟ ବାଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri