Posted inଜାତୀୟ

ସାଗରଦ୍ୱୀପ ନିକଟରେ ସ୍ଥଳଭାଗ ଛୁଇଁଲା ବୁଲ୍‌ବୁଲ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ଶନିବାର ରାତି ପ୍ରାୟ ୧୧ଟାରେ ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲାର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ମିଳିଛି। ଲ୍ୟାଣ୍ଡଫଲ୍‌ ସମୟରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଦୀର୍ଘ ୨ଘଣ୍ଟା ଧରି ବୁଲ୍‌ବୁଲ ତାଣ୍ଡବ ରଚିବା ପରେ ଏହା ସୁନ୍ଦରବନ ଦେଇ ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରିଛି। ବାତ୍ୟାର ପ୍ରଭାବରେ ବହୁ ଗଛବୃକ୍ଷ ନଷ୍ଟ ହୋଇଯିବା ସହ ବିଦ୍ୟୁତ୍‌ ଖୁଣ୍ଟି, ଟିଣ ଓ ଚାଳ ଛପର ଘର ଉଡ଼ାଇ ଦେଇଛି। ବାତ୍ୟାରେ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।
ସ୍ଥଳଭାଗ ଛୁଇଁବା ପୂର୍ବରୁ ବୁଲ୍‌ବୁଲ୍‌ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ସମୁଦ୍ର ତଟବର୍ତ୍ତୀ ୬ ଜିଲାରେ ତାଣ୍ଡବ ସୃଷ୍ଟି କରିଥିଲା। ଏଥିରେ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଏବଂ ଭଦ୍ରକ ଜିଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ସମୟରେ ବିଭିନ୍ନ କାରଣରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ଶତାଧିକ ବିଦ୍ୟୁତ୍‌ଖୁଣ୍ଟ ସାଙ୍ଗକୁ ବଡ଼ବଡ଼ ଦ୍ରୁମ ଧରାଶାୟୀ ହୋଇଛି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ବାତ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାର ଶନିବାର କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଅବଗତ କରାଇଛନ୍ତି। କ୍ଷୟକ୍ଷତି ଆକଳନ କରିବା ପାଇଁ ଖୁବ୍‌ଶୀଘ୍ର ଏକ କେନ୍ଦ୍ରୀୟ ଟିମ ପଠାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଶନିବାର ଅପରାହ୍ନରେ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗର ୧୧୦ କିଲୋମିଟର ଦେଇ ଉପକୂଳ ଅତିକ୍ରମ କରିଛି ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’। ଏହା ମଧ୍ୟରାତ୍ରିରେ ସୁନ୍ଦରବନ ଉପର ଦେଇ ପଶ୍ଚିମବଙ୍ଗର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପୁପଡ଼ା ସ୍ଥଳଭାଗକୁ ଅତିକ୍ରମ କରିବ। ଏହା ପରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ୬ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ବହୁ ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି। ଧାନଜମି ବର୍ଷା ଜଳରେ ବୁଡି ରହିଥିବା ବେଳେ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି। ବାତ୍ୟା ସମୟରେ କେନ୍ଦ୍ରାପଡ଼ା ଜିଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମହାକାଳପଡ଼ା ବ୍ଲକର ବଡ଼କୂଳ ଗ୍ରାମର ଗଗନ ବିହାରୀ ସ୍ବାଇଁ (୭୦) ପାଣିରେ ଭାସିଯାଇଥିବା ବେଳେ ଡେରାବିଶ ବ୍ଲକ ଇନ୍ଦାଳୋ ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶଙ୍କର୍ଷଣ ନାୟକଙ୍କ ଜୀବନ ଯାଇଛି। ସେହିପରି ରାଜକନିକା ବ୍ଲକର ଗଜରାଜପୁର ଗ୍ରାମରେ ଘରକାନ୍ଥ ପଡ଼ି ଗଣେଶ୍ୱର ମଲ୍ଲିକ(୬୫)ଙ୍କ ମୃତ୍ୟୁ ହୋଇଛି। ସେହି ଜିଲାରେ ୪୭୮ ଘର ଭାଙ୍ଗିଥିବା ବେଳେ ୪୭୩୫ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାଣିଡିହି ଥାନା ପରିସରରୁ ଭାଙ୍ଗିପଡିଥିବା ଗଛ କାଟୁଥିବାବେଳେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଏନଡିଆରଏଫ୍‌ର ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।
ଓଡ଼ିଶା ଉପକୂଳ ଅତିକ୍ରମ କରିବା ବେଳେ ଅନେକକୁ ବାସହରା କରିଯାଇଛି ‘ବୁଲ୍‌ବୁଲ୍‌’ । ବାଲେଶ୍ୱର ଜିଲାର ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛି। ଭଦ୍ରକ ଜିଲା ଚାନ୍ଦବାଲି, ଆରଡି, ଧାମନଗର, ବାସୁଦେବପୁର, ଅଞ୍ଚଳର ଏକର ଏକର ଜମି ବର୍ଷାପାଣିରେ ବୁଡ଼ିରହିଛି। ଧାନ ଗଛରେ କେଣ୍ଡା ବାହାରୁଥିବାବେଳେ ଏପରି ସ୍ଥିତି ଚାଷୀମୁଣ୍ଡରେ ଚଡ଼କ ପକାଇଛି। ଜଗତ୍‌ସିଂହପୁର ଜିଲାର ୮ ବ୍ଲକ, ୨ଟି ପୌର ପରିଷଦ ଅଞ୍ଚଳରେ ବହୁସଂଖ୍ୟାରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ଏହାଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଗତସିଂହପୁର ଜିଲାର ପାରାଦୀପଠାରେ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତ ଟେଣ୍ଟ ଭାଙ୍ଗିଯାଇଛି। ବନ୍ଦରରେ ପଣ୍ୟ କାରବାର ବନ୍ଦ ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବ୍ୟାପକମାତ୍ରାରେ ଧାନ, ବିରି, ମୁଗ, ପରିବା ଫସଲ ନଷ୍ଟ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ୬ ଲକ୍ଷ ହେକ୍ଟର ଜମିରେ ୩୫ରୁ ୪୦% ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି।
ସ୍ବତନ୍ତ୍ର ରିଲିଫ କମିଶନର (ଏସଆର୍‌ସି)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ଶନିବାର ସକାଳୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି. ବେଗରେ ପବନ ପ୍ରବାହିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ୭୦ରୁ ୯୦ କି.ମି.କୁ ଛୁଇଁଯାଇଥିଲା। ଏହି ସମୟରେ ପୁରୀ, ଗଞ୍ଜାମ ଜିଲାରେ ୪୦ରୁ ୬୦ କି.ମି ବେଗରେ ପବନ ପ୍ରବାହିତ ହୋଇଥିଲା। ଏହାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତ୍‌ସିଂହପୁର, ବାଲେଶ୍ୱର, ଯାଜପୁର, ପୁରୀ, କଟକ, ମୟୂରଭଞ୍ଜ, ଖୋର୍ଦ୍ଧା ଓ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହୋଇଛି। କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକରେ ୧୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲି ୧୫୦.୧, ରାଜକନିକାରେ ୧୩୬, ଆଳିରେ ୮୯, ମହାକାଳପଡ଼ାରେ ୭୫, ଜଗତ୍‌ସିଂହପୁର ଜିଲାର ତିର୍ତ୍ତୋଲ ବ୍ଲକରେ ୧୦୦, ଏରସମାରେ ୮୧, କୁଜଙ୍ଗରେ ୬୪, ବାଲିକୁଦାରେ ୫୬, ଭଦ୍ରକ ଜିଲାର ଭଦ୍ରକ ବ୍ଲକରେ ୭୨, ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକରେ ୫୨.୨ ଏବଂ ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକରେ ୫୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲାର ୩୬୮୨ ଜଣଙ୍କୁ ୪୬ଟି ଆଶ୍ରୟସ୍ଥଳରେ ରଖାଯାଇଛି। ପଶ୍ଚିମବଙ୍ଗରୁ ୪୩ଟି ମାଛଧରା ଡଙ୍ଗାରେ ଆସିଥିବା ୩୮୧ ଜଣ ଧୀବର ଧାମରା ମାଛଧରା ବନ୍ଦର ଓ ତାଳଚୁଆଠାରେ ଆଶ୍ରୟ ନେଇଛନ୍ତି। ଧାମରାଠାରୁ କିଛି ଦୂରରେ ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ୯ଜଣଙ୍କୁ ଉଦ୍ଧାର କରାଯାଇଛି। ବାତ୍ୟା ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ସମ୍ପୃକ୍ତ ଜିଲାଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‌ ଭିତ୍ତିଭୂମି ସଜଡ଼ା କାର୍ଯ୍ୟ ଆଗେଇ ଚାଲିଛି। ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ, ଓଡ୍ରାଫ୍‌ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ହୋଇଥିବା ଏସଆର୍‌ସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?