ସାଇବର ରିସ୍କ ପ୍ରତି ସଚେତନତା ଜରୁରୀ

ମୁମ୍ବାଇ,୧୬।୩: ବର୍ତ୍ତମାନ ଇଣ୍ଟରନେଟର ହାଇପର କନେକ୍ଟିଭିଟି ଯୋଗୁ ବିଭିନ୍ନ କାମ ଅନ୍‌ଲାଇନରେ ସହଜ ଏବଂ ତ୍ୱରିତ ଭାବେ ହୋଇପାରିଛି। ଏହା ଅନ୍‌ଲାଇନର ଏକ ଭଲ ଦିଗ ହୋଇଥିବା ବେଳେ ବଢୁଥିବା ସାଇବର ବିପଦ ପ୍ରତି ସଚେତନତା ଜରୁରୀ ରହିଛି। ଏହାର ଅଭାବରେ ଲୋକଙ୍କୁ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡୁଛି। ଅନ୍‌ଲାଇନରେ ଷ୍ଟୋର ହୋଇ ରହିଥିବା ବ୍ୟାଙ୍କିଙ୍ଗ ଡାଟା ଚୋରିର ଭୟ ଲୋକଙ୍କ ମନରେ ରହୁଥିବାବେଳେ ହ୍ୟାକିଂ, ଅନଲାଇନ ଠକେଇ ଭଳି ଘଟଣା ସାମ୍ନାକୁ ଆସୁଛି। ଅନଲାଇନରେ ଗ୍ରାହକଙ୍କୁ ସ୍କୁଫ ଏସ୍‌ଏମ୍‌ଏସ୍‌, ଫିସିଂ ଲିଙ୍କ, ମିଥ୍ୟା ଆଇଡି, ମିଥ୍ୟା ଅନଲାଇନ ପ୍ରୋଫାଇଲ ଦ୍ୱାରା ଲୋକଙ୍କୁ ଠକେଇ କରାଯାଇଛି। ସାଇବର କ୍ଷେତ୍ରରେ ଭାରତୀୟ ବଜାରକୁ ଅଧିକ ବିପଦ ରହିଛି ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଓ୍ବାନାକ୍ରାଇ, ପେଟ୍‌ୟା ଭଳି ସାଇବର ଆଟାକ ମାମଲା ଏଠାରେ ଦେଖାଯାଇଛି। ସେହିଭଳି ମାଲ୍‌ଓ୍ବେର,ସ୍ପାମ୍‌, ରାନଶନଓ୍ବେର ବିଶ୍ୱଲାଗି ବିପଦ ସୃଷ୍ଟି କରିଛି। ଓ୍ବାନାକ୍ରାଇଯୋଗୁ ଦେଶର ୪୮ ହଜାର ସିଷ୍ଟମ ପ୍ରଭାବିତ ହୋଇଥିଲା। ସାଇବର ନିରାପତ୍ତା ବଜାୟ ରଖିବା ଲାଗି ଦୃଢ ଫାୟାର ଓ୍ବାଲ ଏବଂ ଏନ୍‌କ୍ରିପଶନ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ଦୃଢ ଆଣ୍ଟିଭାଇରସ ବ୍ୟବହାରକୁ ଧ୍ୟାନ ଦେବାକୁ ପଡିବ। ବ୍ରାଉଜିଂ ବେଳେ ସତର୍କତା ଅବଲମ୍ବନ ଏବଂ ଦୃଢ଼ ପାସଓ୍ବାର୍ଡ ବ୍ୟବସ୍ଥା କରିବାକୁ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ବଢୁଥିବା ସାଇବର ନିରାପତ୍ତାକୁ ଧ୍ୟାନରେ ରଖି ସତର୍କତା ଅବଲମ୍ବନ କରିବା ଉପରେ ବଜାଜ ଆଲିଆଞ୍ଜ ଜେନେରାଲ ଇନସ୍ୟୁରାନ୍ସର ମୁଖ୍ୟ ଟେକ୍ନିକାଲ ଅଧିକାରୀ ଶଶି କୁମାର ଆଦିଦମୁ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଏଥିଲାଗି ଲୋକମାନେ ବୀମା ସୁବିଧା ମଧ୍ୟ ନେଇ ପାରିବେ। ଆର୍ଥତ୍କ କ୍ଷତି କ୍ଷେତ୍ରରେ ଲୋକମାନଙ୍କୁ ବୀମା କଭର ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri