ସାଇବର ରିସ୍କ ପ୍ରତି ସଚେତନତା ଜରୁରୀ

ମୁମ୍ବାଇ,୧୬।୩: ବର୍ତ୍ତମାନ ଇଣ୍ଟରନେଟର ହାଇପର କନେକ୍ଟିଭିଟି ଯୋଗୁ ବିଭିନ୍ନ କାମ ଅନ୍‌ଲାଇନରେ ସହଜ ଏବଂ ତ୍ୱରିତ ଭାବେ ହୋଇପାରିଛି। ଏହା ଅନ୍‌ଲାଇନର ଏକ ଭଲ ଦିଗ ହୋଇଥିବା ବେଳେ ବଢୁଥିବା ସାଇବର ବିପଦ ପ୍ରତି ସଚେତନତା ଜରୁରୀ ରହିଛି। ଏହାର ଅଭାବରେ ଲୋକଙ୍କୁ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡୁଛି। ଅନ୍‌ଲାଇନରେ ଷ୍ଟୋର ହୋଇ ରହିଥିବା ବ୍ୟାଙ୍କିଙ୍ଗ ଡାଟା ଚୋରିର ଭୟ ଲୋକଙ୍କ ମନରେ ରହୁଥିବାବେଳେ ହ୍ୟାକିଂ, ଅନଲାଇନ ଠକେଇ ଭଳି ଘଟଣା ସାମ୍ନାକୁ ଆସୁଛି। ଅନଲାଇନରେ ଗ୍ରାହକଙ୍କୁ ସ୍କୁଫ ଏସ୍‌ଏମ୍‌ଏସ୍‌, ଫିସିଂ ଲିଙ୍କ, ମିଥ୍ୟା ଆଇଡି, ମିଥ୍ୟା ଅନଲାଇନ ପ୍ରୋଫାଇଲ ଦ୍ୱାରା ଲୋକଙ୍କୁ ଠକେଇ କରାଯାଇଛି। ସାଇବର କ୍ଷେତ୍ରରେ ଭାରତୀୟ ବଜାରକୁ ଅଧିକ ବିପଦ ରହିଛି ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଓ୍ବାନାକ୍ରାଇ, ପେଟ୍‌ୟା ଭଳି ସାଇବର ଆଟାକ ମାମଲା ଏଠାରେ ଦେଖାଯାଇଛି। ସେହିଭଳି ମାଲ୍‌ଓ୍ବେର,ସ୍ପାମ୍‌, ରାନଶନଓ୍ବେର ବିଶ୍ୱଲାଗି ବିପଦ ସୃଷ୍ଟି କରିଛି। ଓ୍ବାନାକ୍ରାଇଯୋଗୁ ଦେଶର ୪୮ ହଜାର ସିଷ୍ଟମ ପ୍ରଭାବିତ ହୋଇଥିଲା। ସାଇବର ନିରାପତ୍ତା ବଜାୟ ରଖିବା ଲାଗି ଦୃଢ ଫାୟାର ଓ୍ବାଲ ଏବଂ ଏନ୍‌କ୍ରିପଶନ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ଦୃଢ ଆଣ୍ଟିଭାଇରସ ବ୍ୟବହାରକୁ ଧ୍ୟାନ ଦେବାକୁ ପଡିବ। ବ୍ରାଉଜିଂ ବେଳେ ସତର୍କତା ଅବଲମ୍ବନ ଏବଂ ଦୃଢ଼ ପାସଓ୍ବାର୍ଡ ବ୍ୟବସ୍ଥା କରିବାକୁ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ବଢୁଥିବା ସାଇବର ନିରାପତ୍ତାକୁ ଧ୍ୟାନରେ ରଖି ସତର୍କତା ଅବଲମ୍ବନ କରିବା ଉପରେ ବଜାଜ ଆଲିଆଞ୍ଜ ଜେନେରାଲ ଇନସ୍ୟୁରାନ୍ସର ମୁଖ୍ୟ ଟେକ୍ନିକାଲ ଅଧିକାରୀ ଶଶି କୁମାର ଆଦିଦମୁ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଏଥିଲାଗି ଲୋକମାନେ ବୀମା ସୁବିଧା ମଧ୍ୟ ନେଇ ପାରିବେ। ଆର୍ଥତ୍କ କ୍ଷତି କ୍ଷେତ୍ରରେ ଲୋକମାନଙ୍କୁ ବୀମା କଭର ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri