ସାଇବର ଅପରାଧୀଙ୍କ ଅସ୍ତ୍ର ହୋଇପାରେ ‘ଜୁମ୍‌’ ଆପ୍‌

ନୂଆଦିଲ୍ଲୀ, ୧୪ା୪: କରୋନା ଭାଇରସ୍‌ ଯୋଗୁ ଏବେ ବିଶ୍ୱର ପ୍ରାୟ ସବୁଠି ଲକ୍‌ଡାଉନ ସ୍ଥିତି। ବହୁ କମ୍ପାନୀ ଓ ଘରୋଇ ସଂସ୍ଥା ନିଜର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହିଛନ୍ତି। ଲକ୍‌ଡାଉନ ଯୋଗୁ ଘରୁ ବାହାରି ହେଉ ନ ଥିବାରୁ ଅଫିସ୍‌ କାର୍ଯ୍ୟ ପରିଚାଳନା ପାଇଁ କିଭଳି ମିଟିଂ କରାଯିବ ସେନେଇ ଚିନ୍ତା କରାଯାଉଛି। ଏହି ସମୟରେ ସହାୟକ ହୋଇପାରିଛି ଭିଡିଓ କନ୍‌ଫରେନ୍ସିଂ ଆପ୍‌, ଯାହାର ନଁା ହେଉଛି ‘ଜୁମ୍‌’। ଏବେ ଏହି ଆପ୍‌ ଖୁବ୍‌ ଚର୍ଚ୍ଚାରେ। ଏହା ଜରିଆରେ ଏକା ଥରକେ ୧୦୦ ଜଣ ଲୋକ ଭିଡିଓ କଲିଂ କରିପାରୁଛନ୍ତି। ଅର୍ଥାତ୍‌ ୧୦୦ ଜଣ ଲୋକ ପରସ୍ପରକୁ ଦେଖିପାରୁଛନ୍ତି ଏବଂ କଥା ହୋଇପାରୁଛନ୍ତି। ଏଥିପାଇଁ ‘ଜୁମ୍‌’ ଆପ୍‌ର ଲୋକପ୍ରିୟତା କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ବଢ଼ିବାରେ ଲାଗିଛି। ହେଲେ ଏହି ଆପ୍‌ରେ ବ୍ୟବହାରକାରୀଙ୍କ ଡାଟା ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ ଉଠିଛି। ଅର୍ଥାତ୍‌ ଏହି ଆପ୍‌ ଦ୍ୱାରା ବ୍ୟବହାରକାରୀଙ୍କ ମୋବାଇଲ ଫୋନ ଓ ଲାପ୍‌ଟପ୍‌ ଡାଟା ଅନ୍ୟ କାହାରି ହାତରେ ଲାଗିପାରେ, ଯାହାକି ବଡ଼ ଚିନ୍ତାର ବିଷୟ।
ସାଇବର ସିକ୍ୟୁରିଟି ପାଇଁ ଭାରତରେ ଏକ ରାଷ୍ଟ୍ରୀୟ ନୋଡାଲ ଏଜେନ୍ସି ରହିଛି। ତାହା ହେଉଛି ସିଇଆର୍‌ଟି-ଇନ୍‌(ଦ ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌)। ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ଏଜେନ୍ସି ‘ଜୁମ୍‌’ରେ ଡାଟା ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟଙ୍କୁ ଯଥେଷ୍ଟ ସାବଧାନ ରହିବାକୁ ସତର୍କ କରାଇଛି। ଏହି ଆପ୍‌ ବ୍ୟବହାରବେଳେ ସତର୍କ ନ ରହିଲେ ତାହା ସାଇବର ଆଟାକ୍‌ର ମାଧ୍ୟମ ହୋଇପାରେ। ଏହାସହିତ ବ୍ୟବହାରକାରୀଙ୍କ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇ ସାଇବର ଅପରାଧୀଙ୍କ ପାଖକୁ ଯିବାର ଯଥେଷ୍ଟ ଆଶଙ୍କା ରହିଥିବା ଏଜେନ୍ସି କହିଛି।
ଅନ୍ୟପକ୍ଷରେ ଆମେରିକାର କାଲିଫର୍ନିଆରେ ଏହି ଆପ୍‌ ବିରୋଧରେ ୩ଟି ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ତାହା ହେଉଛି ଜୁମ୍‌ ବ୍ୟବହାରକାରୀଙ୍କ ଡାଟା ଫେସ୍‌ବୁକ୍‌ରେ ଶେୟାର ହେବା। ଦ୍ୱିତୀୟରେ ଏହି ଆପ୍‌ ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପ୍‌ଶନ ସୁବିଧା ନ ଦେବା। ଏହି ସୁବିଧା ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କୁ ମିଳୁଛି। ଏହି ସୁବିଧା ଦ୍ୱାରା କେବଳ ଯୋଗାଯୋଗ କରୁଥିବା ୟୁଜର୍ସ ହିଁ ମେସେଜ୍‌ ପଢ଼ିପାରିବେ। ସେହିପରି ତୃତୀୟ ଅଭିଯୋଗ ହେଲା ‘ଜୁମ୍‌’ ଦ୍ୱାରା ସହଜରେ ବ୍ୟବହାରକାରୀଙ୍କ ଓ୍ବେବ୍‌ କ୍ୟାମେରାକୁ ମଧ୍ୟ ଉପଯୋଗ କରିହେଉଛି। ‘ଓ୍ବାଶିଂଟନ ପୋଷ୍ଟ’ ପକ୍ଷରୁ ଏହାକୁ ନେଇ ଯାଞ୍ଚ କରାଯିବାରୁ ‘ଜୁମ୍‌’ ଆପ୍‌ ବ୍ୟବହାର କରୁଥିବା ହଜାର ହଜାର ଲୋକଙ୍କ ବ୍ୟକ୍ତିଗତ ଜୁମ୍‌ ଭିଡିଓ ଇଣ୍ଟରନେଟ୍‌ର ଫ୍ରି ସ୍ପେସ୍‌ରେ ଉପଲବ୍ଧ ଥିବା ଜଣାପଡ଼ିଥିଲା। ଅର୍ଥାତ୍‌ ୟୁଜର୍ସମାନେ ଜୁମ୍‌ ଆପ୍‌ ମାଧ୍ୟମରେ ଯେଉଁ ଭିଡିଓ ଆଳାପ କରିଥିଲେ ତାହାସବୁ ଇଣ୍ଟରନେଟ୍‌ ମାଧ୍ୟମରେ କେହି ତୃତୀୟ ତଥା ଅପରିଚିତ ବ୍ୟକ୍ତିଙ୍କ ଦେଖିବା ପାଇଁ ଉପଲବ୍ଧ ରହିଛି। ସେହି ଭିଡିଓଗୁଡ଼ିକୁ ଆଧାର କରି ‘ଓ୍ବାଶିଂଟନ ପୋଷ୍ଟ’ ପକ୍ଷରୁ ୫ଜଣଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେମାନେ କେହି ମଧ୍ୟ ସେମାନଙ୍କ ଭିଡିଓ ଲିକ୍‌ ହୋଇ ଇଣ୍ଟରନେଟ୍‌ରେ ଥିବା ବିଷୟରେ ଅବଗତ ନ ଥିଲେ।
କାଲିଫର୍ନିଆର ସାନ ଜୋସ୍‌ରେ ରହିଛି ଜୁମ୍‌ ଆପ୍‌ର ହେଡ୍‌କ୍ୱାର୍ଟର୍ସ। ଏହାର ପ୍ରତିଷ୍ଠାତା ତଥା ସିିିିିଇଓ ହେଉଛନ୍ତି ଏରିକ୍‌ ୟୁଆନ, ଯିଏକି ଜଣେ ଚାଇନିଜ୍‌ ଆମେରିକୀୟ। ମାତ୍ର ୩ ମାସ ମଧ୍ୟରେ ତାଙ୍କ ସମ୍ପତ୍ତି ୧୧୨% ବୃଦ୍ଧି ପାଇ ୭.୫ ବିଲିୟନ ଡଲାର ହୋଇଯାଇଛି। ସେ ଏବେ ବ୍ଲୁମ୍‌ବର୍ଗର ବିଲିୟନେୟାର୍ସଙ୍କ ତାଲିକାର ୧୯୨ ନମ୍ବରରେ ରହିଛନ୍ତି। ୨୦୧୯ ଡିସେମ୍ବରରେ ‘ଜୁମ୍‌’ ଆପ୍‌ର ଆକ୍ଟିଭ ୟୁଜର୍ସ ସଂଖ୍ୟା ୧ କୋଟି ଥିବାବେଳେ ମାର୍ଚ୍ଚରେ ତାହା ୨୦ କୋଟିରେ ପହଞ୍ଚତ୍ଥିଲା। ଗତ ମାସରେ ଏହି ଆପ୍‌ର ଡାଉନଲୋଡ୍‌ ପେଜ୍‌କୁ ଦୈନିକ ଯାଉଥିବା ଲୋକଙ୍କ ସଂଖ୍ୟାରେ ୫୩୫% ବୃଦ୍ଧି ଘଟିଥିଲା। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଭଳି ବହୁ ରାଜନେତା ଓ

ସେଲିବ୍ରିଟି ଭିଡିଓ କନ୍‌ଫରେନ୍ସ ପାଇଁ ଏହି ଆପ୍‌ ବ୍ୟବହାର କରିଛନ୍ତି। କିନ୍ତୁ ୟୁଜର୍ସମାନଙ୍କ ଡାଟା ଅପବ୍ୟବହାର କରାଯାଉଥିବା ଅଭିଯୋଗ ଆଣି ସାଇବର ସୁରକ୍ଷା ଏକ୍ସପର୍ଟମାନେ ଏହି ଆପ୍‌କୁ ‘ଗୋପନୀୟତାର ବିପର୍ଯ୍ୟୟ’ ବୋଲି ବିବେଚନା କରିଛନ୍ତି। ଏପରି କି ଗୁଗୁଲ ଓ ଅନ୍ୟ କେତେକ ସଂସ୍ଥା ଏହି ଆପ୍‌ ବ୍ୟବହାର ନ କରିବାକୁ ସେମାନଙ୍କ କର୍ମଚାରୀଙ୍କୁ କହିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଜର୍ମାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଆପ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଗତ ସୋମବାର ନ୍ୟୁୟର୍କର ଆଟର୍ନି ଜେନେରାଲ ଲେଟିଆ ଜେମ୍ସ କମ୍ପାନୀକୁ ଏକ ଚିଠି ପଠାଇ ଏହାର ସୁରକ୍ଷା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଛନ୍ତି। ଚିଠିରେ ଜେମ୍ସ କହିଛନ୍ତି ଯେ, ସୁରକ୍ଷା ଦୁର୍ବଳତାକୁ ସମାଧାନ କରିବାରେ ଜୁମ୍‌ ମନ୍ଥରତା ଦେଖାଉଥିବାରୁ ତୃତୀୟ ପକ୍ଷ (ସାଇବର ଅପରାଧୀ) ୟୁଜର୍ସମାନଙ୍କ ଓ୍ବେବ୍‌କ୍ୟାମ୍‌କୁ ଉପଯୋଗ କରିବାରେ ସକ୍ଷମ ହୋଇପାରିବେ। ‘ଜୁମ୍‌’ର ଜଣେ ମୁଖପାତ୍ର କହିଛନ୍ତି ଯେ, ୟୁଜର୍ସମାନଙ୍କ ଗୋପନୀୟତା, ସୁରକ୍ଷା ଏବଂ ବିଶ୍ୱାସକୁ ଗୁରୁତ୍ୱର ସହ ଗ୍ରହଣ କରାଯାଉଛି। ଆସନ୍ତା ୯୦ ଦିନ ମଧ୍ୟରେ ସୁରକ୍ଷା ସମସ୍ୟାର ସମାଧାନ କରାଯିବ।
ବ୍ୟକ୍ତିଗତ ଗୋପନୀୟତା ଏବଂ ତଥ୍ୟର ସୁରକ୍ଷା ପାଇଁ ଅନେକ ୟୁଜର୍ସ ଚିନ୍ତାରେ ଥିବାବେଳେ ଭାରତୀୟ ନୋଡାଲ ଏଜେନ୍ସି ‘ସିଇଆର୍‌ଟି-ଇନ୍‌’ କେତେକ ସତର୍କତା ଅବଲମ୍ବନ କରି ଜୁମ୍‌ ଆପ୍‌କୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ତାହାହେଲା ଆପ୍‌କୁ ନିୟମିତ ବ୍ୟବଧାନରେ ଅପ୍‌ଡେଟ୍‌ କରିବା, ମଜଭୁତ ପାସ୍‌ଓ୍ବାର୍ଡ୍‌ ବ୍ୟବହାର କରିବା, ପ୍ରତ୍ୟେକ ମିଟିଂ ପାଇଁ ୟୁନିକ୍‌ ପାସ୍‌ଓ୍ବାର୍ଡ ଏବଂ ଭିଡିଓ କନଫରେନ୍ସିଂ ବେଳେ ବିନା ଅନୁମତିରେ କାହାରି ପ୍ରବେଶ ଉପରେ କଟକଣାକୁ ଜୋର ଦେବା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri