Posted inଖେଳ

ସାଇନାଙ୍କୁ ଦ୍ୱିତୀୟ ଡବ୍ଲ୍ୟୁଆଇଏମ୍‌ ନର୍ମ

ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାର ଚେସ୍‌ ଭବିଷ୍ୟତ ଭାବେ ବିବେଚିତ ହେଉଥିବା ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକା ନିଜ ଲକ୍ଷ୍ୟ ପଥରେ ଆଉ ଏକପାଦ ଆଗକୁ ବଢ଼ିଛନ୍ତି। ସର୍ବିୟାର ପାରାସିନଠାରେ ସୋମବାର ଶେଷ ହୋଇଥିବା ଓର୍ବିସ-୩ ଟୁର୍ନାମେଣ୍ଟରେ କ୍ୟାରିୟରର ଦ୍ୱିତୀୟ ଡବ୍ଲ୍ୟୁଆଇଏମ୍‌ (ମହିଳା ଅନ୍ତର୍ଜାତୀୟ ମାଷ୍ଟର) ନର୍ମ ହାସଲ କରିଛନ୍ତି ଏହି ଚେସ୍‌ ପ୍ରତିଭା। ପ୍ରତିଯୋଗିତାର ୮ମ ରାଉଣ୍ଡରେ କୋରିଆ ଖେଳାଳି କିମ୍‌ ଜିନ୍‌ ଶୁଙ୍କ ସହ ମ୍ୟାଚ ଡ୍ର ରଖି ସାଇନା ଏହି ସଫଳତା ପାଇଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ନର୍ମ ପାଇଁ ସାଇନାଙ୍କୁ ୪.୫ ପଏଣ୍ଟ ହାସଲ ଆବଶ୍ୟକ ହେଉଥିଲା। ଟୁର୍ନାମେଣ୍ଟ ସରିବାର ଗୋଟିଏ ରାଉଣ୍ଡ ପୂର୍ବରୁ ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ ଯାଇଥିଲେ। ସମ୍ପ୍ରତି ୨୦୭୪ ରେଟିଂ ପଏଣ୍ଟରେ ଥିବା ସାଇନା ଉଚ୍ଚ ରେଟିଂପ୍ରାପ୍ତ ଖେଳାଳିଙ୍କୁ ହରାଇ ଏହି ସଫଳତା ପାଇଛନ୍ତି। ଟୁର୍ନାମେଣ୍ଟର ଆଭରେଜ ରେଟିଂ ପଏଣ୍ଟ ଥିଲା ୨୨୫୬। ସେ ମୋଟ ୩ ବିଜୟ, ୨ ପରାଜୟ ଓ ୪ ଡ୍ର ସହ ୫ ପଏଣ୍ଟ ପାଇ ପ୍ରତିଯୋଗିତା ଶେଷ କରିଛନ୍ତି। ଫଳରେ ଏଥିରୁ ତାଙ୍କୁ ମୂଲ୍ୟବାନ ୧୦୨ ଏଲୋ ରେଟିଂ ପଏଣ୍ଟର ଫାଇଦା ମିଳିଛି। ଏହା ପୂର୍ବରୁ ମଧ୍ୟ ସେ ସର୍ବିୟାର ନୋଭିସାଡଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ୭୬ ପଏଣ୍ଟର ଫାଇଦା ପାଇଥିଲେ। କେନ୍ଦୁଝର ଜିଲା ହାଟଡିହି ବ୍ଲକସ୍ଥିତ ସୁଲଣ ଗ୍ରାମର ବବିତା ଓ ଗଣେଶ୍ୱର ଜେନାଙ୍କ ସୁକନ୍ୟା ହେଉଛନ୍ତି ସାଇନା। ସମ୍ପ୍ରତି କିଟ୍‌ ଅନ୍ତର୍ଜାତୀୟ ସ୍କୁଲର ଏକାଦଶ ଷ୍ଟାଣ୍ଡାର୍ଡରେ ଅଧ୍ୟୟନରତ ଏହି ଚେସ୍‌ ପ୍ରତିଭା ଗତ ଜୁନ୍‌ ମାସରେ ଗୋଆ ଅନ୍ତର୍ଜାତୀୟ ଚେସ୍‌ ଟୁର୍ନାମେଣ୍ଟରେ ପ୍ରଥମ ମହିଳା ଅନ୍ତର୍ଜାତୀୟ ମାଷ୍ଟର ନର୍ମ ହାସଲ କରିଥିଲେ। ସେ ଗତ ସିବିଏସଇ ଦଶମ ପରୀକ୍ଷାରେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବାବେଳେ କ୍ୟାରିୟରରେ ୧୭ଟି ଅନ୍ତର୍ଜାତୀୟ ପଦକ ହାସଲ କରି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri