ସାଇ ବାବାଙ୍କ ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କଲେ ଭିକାରି

ବିଜୟଓ୍ବାଡା,୧୪।୨: ୟାଦି ରେଡ୍ଡି ନାମକ ଜଣେ ୭୩ ବର୍ଷିୟ ଭିକାରି ବିଜୟଓ୍ବାଡାରେ ଥିବା ସାଇ ବାବା ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କରି ଆସିଛନ୍ତି ଚର୍ଚ୍ଚାକୁ। ମନ୍ଦିର ଦ୍ୱାରରେ ପ୍ରତିଦିନ ବସି ହାତ ପାତୁଥିବା ୟାଦିଙ୍କ ଏହି ବଦାନ୍ୟତା ଏବେ ସମସ୍ତଙ୍କ ନଜରକୁ ଆସିଛି। ପ୍ରାୟ ୭ ବର୍ଷ ଭିତରେ ସେ ମନ୍ଦିରକୁ ଏହି ୮ ଲକ୍ଷ ଟଙ୍କା ଦାନ କରିଥିବା କୁହାଯାଏ। ପ୍ରଥମେ ପ୍ରଥମେ ୟାଦି ରିକ୍ସା ଚଲାଇ ନିଜର ଜୀବିକା ନିର୍ବାହ କରୁଥିଲେ। ହେଲେ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ହେବାରୁ ସେ ଆଉ ରିକ୍ସା ଚଲାଇ ପାରି ନ ଥିଲେ। ପ୍ରାୟ ୪ ଦଶକ ହେବ ସେ ଭିକ୍ଷା ବୃତ୍ତିକୁ ଆପଣେଇ ନେଇଥିବା କୁହନ୍ତି। ପାଖାପାଖି ୪୦ ବର୍ଷ ବୟସ ପର୍ଯ୍ୟନ୍ତ ସେ ରିକ୍ସା ଚଲାଇଥିବା କୁହନ୍ତି। ଏହାପରେ ଭିକ୍ଷାବୃତ୍ତି କରିବା ପରେ ସମୟ କ୍ରମେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ଦେଖି ସେ ସଞ୍ଚିତ ଅର୍ଥର ଆବଶ୍ୟକତା ନାହିଁ ଭାବି ମନ୍ଦିରକୁ ଦାନ କରିଥିବା କୁହନ୍ତି। ଆଉ ମନ୍ଦିରକୁ ପ୍ରଥମ ପର୍ଯ୍ୟାୟରେ ୟାଦି ୧ଲକ୍ଷ ଟଙ୍କା ଦାନ କରିଥିଲେ। ଏହାପରେ ତାଙ୍କର ସଞ୍ଚିତ ଅର୍ଥର ପରିମାଣ ବୃଦ୍ଧି ପାଇଥିବା ସେ ପ୍ରକାଶ କରିଛନ୍ତି। ତେଣୁ ଏହାପରେ ସେ ଆଉ ଲୋଭ ନ କରି ଭିକ୍ଷାବୃତ୍ତିରୁ ଯାହାକିଛି ଆୟ କରନ୍ତି ସମସ୍ତ ଅର୍ଥ ସେଇ ଭଗବାନଙ୍କୁ ଅର୍ପଣ କରନ୍ତି ବୋଲି କହିଛନ୍ତି। ମନ୍ଦିର ଟ୍ରଷ୍ଟର ଅଧିକାରୀ କୁହନ୍ତି ୟାଦି ରେଡ୍ଡିଙ୍କ ଦାନ ଫଳରେ ମନ୍ଦିରର ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ଏମିତିକି ୟାଦିଙ୍କ ଦାନରେ ମନ୍ଦିର ଏକ ଗୋଶାଳା ମଧ୍ୟ ନିର୍ମାଣ କରିଛି। ସାଇ ବାବାଙ୍କ ମନ୍ଦିରରେ ଦାନ ପାଇଁ କାହାକୁ ବାଧ୍ୟ କରାଯାଇ ନ ଥାଏ। ଯିଏ ଇଚ୍ଛା ଅନୁଯାୟୀ ଦାନ କରନ୍ତି ତାକୁ ମନ୍ଦିର ଗ୍ରହଣ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

୮ରୁ ଶୀତ ମହୋତ୍ସବ: ଯୋଗଦେବେ ଓଡିଶାର ସୁନାମଧନ୍ୟ କଳାକାର

ଦାରିଙ୍ଗବାଡି, ୫।୧ (ଅରୁଣ ସାହୁ ):ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ରେ ଶୀତ ମହୋତ୍ସବର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା...

ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ,‘ପ୍ରଧାନମନ୍ତ୍ରୀ ମୋଦି ମୋତେ ଖୁସି କରିବା ଆବଶ୍ୟକ…’

ଓ୍ବାଶିଂଟନ,୫।୧: ଭେନେଜୁଏଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଖବରର ଶିରୋନାମାରେ ଅଛନ୍ତି। ଏହି ସମୟରେ, ସେ ଭାରତ ସମ୍ପର୍କରେ ଏକ...

ବାଂଲାଦେଶ ଟି-୨୦ ବିଶ୍ୱକପ ଦଳରେ ଖେଳିବେ ମୁସ୍ତାଫିଜୁର! ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୫।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଆସନ୍ତା ମାସରେ ହେବାକୁ ଥିବା T20 ବିଶ୍ୱକପ ପାଇଁ ଲିଟନ ଦାସଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଦଳ...

ମୁକୁଳା ପଡ଼ିଛି ସୀମାନ୍ତ ଅଞ୍ଚଳ: ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଧାନ ଓଡ଼ିଶାରେ

ବାରିପଦା,୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଜାମଦା ବ୍ଲକ୍‌ ଅଞ୍ଚଳରେ ବେଆଇନଭାବେ ଗଚ୍ଛିତ ଝାଡ଼ଖଣ୍ଡ ରାଜ୍ୟର ୧୧୦୦ ବସ୍ତା ଧାନକୁ ପ୍ରଶାସନ ଜବତ କରିଛି।...

ପ୍ରଦୂଷଣ ଜାଲରେ ଜଳବାୟୁ

ପ୍ରଦୂଷଣ କହିଲେ ସାଧାରଣତଃ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣକୁ ବୁଝାଯାଏ। କିନ୍ତୁ ଏବେ ପ୍ଲାଷ୍ଟିକ ପ୍ରଦୂଷଣ ଏକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri