ସହାୟତା ଅପେକ୍ଷାରେ ଅସହାୟା ଲକ୍ଷ୍ମୀ

କେନ୍ଦୁଝର,୧୧ା୬ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ଲକ୍ଷ୍ମୀ ମୁଣ୍ଡା ନାମ୍ନୀ ଜଣେ ଅସହାୟା ମହିଳା ରୋଗଗ୍ରସ୍ତ ହୋଇ ଭୋକ ଉପାସରେ ଦିନ କାଟୁଛନ୍ତି। ସ୍ବାମୀ ମୁନା ମୁଣ୍ଡାଙ୍କ ଦେହାନ୍ତ ପରେ ସେ ଏକୁଟିଆ ହୋଇଯାଇଛନ୍ତି। ୨ ଶିଶୁଙ୍କ ସହ ବହୁ ଦୁଃଖ କଷ୍ଟରେ ସମୟ ଅତିବାହିତ କରୁଛନ୍ତି। ବିଶେଷ କରି ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବହୁ ଆଇନ ରହିଛି। ସେମାନଙ୍କ ଥଇଥାନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବହୁ ବ୍ୟବସ୍ଥା ମଧ୍ୟ ରହିଛି ା ଦୀର୍ଘ ୧ ମାସ ହେଲା କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବାରଣ୍ଡାରେ ଜଣେ ମହିଳା ତାଙ୍କର ୨ କୋମଳମତି ଶିଶୁ ସହିତ ପଡି ରହିଥିଲେ ହେଁ କାହାରି ନଜର ପଡୁ ନ ଥିବା ଏବଂ କୌଣସି ସହାୟତା ମିଳୁ ନ ଥିବାରୁ ମହିଳାଙ୍କ ପ୍ରତି ପ୍ରଶାସନର ଆଭିମୁଖ୍ୟ ଓ ସମ୍ମାନ କେତେ ତାହା ସ୍ପଷ୍ଟ ଜଣାପଡୁଛି ା ଅସହାୟ ଓ ନିଷ୍ପେଷିତ ମହିଳାଙ୍କୁ ସୁରକ୍ଷା ଦେବା ସହ ଥଇଥାନ ପାଇଁ ସ୍ବଧାର ଗୃହ ରହିଥିଲେ ହେଁ ତାଙ୍କୁ ସ୍ଥାନ ମିଳୁନାହିଁ ା ଫଳରେ ଅସୁରକ୍ଷିତ ଓ ଅସ୍ବାସ୍ଥ୍ୟକର ପରିବେଶରେ ଉକ୍ତ ମହିଳା ଦୁଇ ଶିଶୁଙ୍କ ସହିତ ଦିନ କାଟୁଛନ୍ତି।
ଉକ୍ତ ମହିଳାଙ୍କ ଘର ବଡ଼ବିଲ ଅଞ୍ଚଳରେ। ତାଙ୍କ ବାପଘର ପଳାଶପଙ୍ଗା ଅଞ୍ଚଳରେ ହୋଇଥିବା ବେଳେ ସେ ବଡବିଲରେ ବାହା ହୋଇଥିଲେ ା ତାଙ୍କର ଗୋଟିଏ ୪ ବର୍ଷର ପୁଅ ସୁରଜ ଓ ଦେଢ ବର୍ଷର ସାନ ଝିଅ ଅଛନ୍ତି। ସେ ମାନସିକ ଚାପ ଓ ଅସୁସ୍ଥ ଥିବାରୁ ଠିକ କହିପାରୁ ନ ଥିଲେ ହେଁ ସ୍ବାମୀ ମୁନାଙ୍କ ଦେହାନ୍ତ ପରେ ପରିବାର ଲୋକ ଓ ନିଜ ବାପ ଘର ଲୋକ ପଚରାଉଚୁରା କରୁ ନ ଥିଲେ। ଏଣୁ ପାଖାପାଖି ୨ ମାସ ହେଲା ଖରାବର୍ଷାରେ କେନ୍ଦୁଝର ସହରରେ ଏଣେତେଣେ ବୁଲି ଆଶ୍ରୟ ନେଉଥିବା ବେଳେ କିଛି ଦିନ ହେଲା ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଆଶ୍ରୟ ନେଇଛନ୍ତି। ଦୁଇ ଶିଶୁଙ୍କୁ ଧରି କୁଆଡେ ଯିବେ ଓ କିପରି ଚଳିବେ ସେ ନେଇ ଚିନ୍ତାରେ ରହିଛନ୍ତି। ଅସ୍ବାସ୍ଥ୍ୟକର ପରିବେଶ ତଳେ ଦୁଇ ଶିଶୁଙ୍କ ସହିତ ରହୁଥିବା ଏହି ଅସହାୟ ମହିଳାଙ୍କୁ ତୁରନ୍ତ ପ୍ରଶାସନ ସହାୟତାର ହାତ ବଢାଇ ସ୍ବଧାର ଗୃହରେ ଥଇଥାନ କରିବା ସହ ସ୍ଥାୟୀ ଥଇଥାନ ବ୍ୟବସ୍ଥା କରିବାକୁ ସାମାଜିକ କର୍ମୀ ଦେବରାଜ ଆଚାର୍ଯ୍ୟଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri