ସହାୟତା ଅପେକ୍ଷାରେ ଅସହାୟା ଲକ୍ଷ୍ମୀ

କେନ୍ଦୁଝର,୧୧ା୬ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ଲକ୍ଷ୍ମୀ ମୁଣ୍ଡା ନାମ୍ନୀ ଜଣେ ଅସହାୟା ମହିଳା ରୋଗଗ୍ରସ୍ତ ହୋଇ ଭୋକ ଉପାସରେ ଦିନ କାଟୁଛନ୍ତି। ସ୍ବାମୀ ମୁନା ମୁଣ୍ଡାଙ୍କ ଦେହାନ୍ତ ପରେ ସେ ଏକୁଟିଆ ହୋଇଯାଇଛନ୍ତି। ୨ ଶିଶୁଙ୍କ ସହ ବହୁ ଦୁଃଖ କଷ୍ଟରେ ସମୟ ଅତିବାହିତ କରୁଛନ୍ତି। ବିଶେଷ କରି ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବହୁ ଆଇନ ରହିଛି। ସେମାନଙ୍କ ଥଇଥାନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବହୁ ବ୍ୟବସ୍ଥା ମଧ୍ୟ ରହିଛି ା ଦୀର୍ଘ ୧ ମାସ ହେଲା କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବାରଣ୍ଡାରେ ଜଣେ ମହିଳା ତାଙ୍କର ୨ କୋମଳମତି ଶିଶୁ ସହିତ ପଡି ରହିଥିଲେ ହେଁ କାହାରି ନଜର ପଡୁ ନ ଥିବା ଏବଂ କୌଣସି ସହାୟତା ମିଳୁ ନ ଥିବାରୁ ମହିଳାଙ୍କ ପ୍ରତି ପ୍ରଶାସନର ଆଭିମୁଖ୍ୟ ଓ ସମ୍ମାନ କେତେ ତାହା ସ୍ପଷ୍ଟ ଜଣାପଡୁଛି ା ଅସହାୟ ଓ ନିଷ୍ପେଷିତ ମହିଳାଙ୍କୁ ସୁରକ୍ଷା ଦେବା ସହ ଥଇଥାନ ପାଇଁ ସ୍ବଧାର ଗୃହ ରହିଥିଲେ ହେଁ ତାଙ୍କୁ ସ୍ଥାନ ମିଳୁନାହିଁ ା ଫଳରେ ଅସୁରକ୍ଷିତ ଓ ଅସ୍ବାସ୍ଥ୍ୟକର ପରିବେଶରେ ଉକ୍ତ ମହିଳା ଦୁଇ ଶିଶୁଙ୍କ ସହିତ ଦିନ କାଟୁଛନ୍ତି।
ଉକ୍ତ ମହିଳାଙ୍କ ଘର ବଡ଼ବିଲ ଅଞ୍ଚଳରେ। ତାଙ୍କ ବାପଘର ପଳାଶପଙ୍ଗା ଅଞ୍ଚଳରେ ହୋଇଥିବା ବେଳେ ସେ ବଡବିଲରେ ବାହା ହୋଇଥିଲେ ା ତାଙ୍କର ଗୋଟିଏ ୪ ବର୍ଷର ପୁଅ ସୁରଜ ଓ ଦେଢ ବର୍ଷର ସାନ ଝିଅ ଅଛନ୍ତି। ସେ ମାନସିକ ଚାପ ଓ ଅସୁସ୍ଥ ଥିବାରୁ ଠିକ କହିପାରୁ ନ ଥିଲେ ହେଁ ସ୍ବାମୀ ମୁନାଙ୍କ ଦେହାନ୍ତ ପରେ ପରିବାର ଲୋକ ଓ ନିଜ ବାପ ଘର ଲୋକ ପଚରାଉଚୁରା କରୁ ନ ଥିଲେ। ଏଣୁ ପାଖାପାଖି ୨ ମାସ ହେଲା ଖରାବର୍ଷାରେ କେନ୍ଦୁଝର ସହରରେ ଏଣେତେଣେ ବୁଲି ଆଶ୍ରୟ ନେଉଥିବା ବେଳେ କିଛି ଦିନ ହେଲା ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଆଶ୍ରୟ ନେଇଛନ୍ତି। ଦୁଇ ଶିଶୁଙ୍କୁ ଧରି କୁଆଡେ ଯିବେ ଓ କିପରି ଚଳିବେ ସେ ନେଇ ଚିନ୍ତାରେ ରହିଛନ୍ତି। ଅସ୍ବାସ୍ଥ୍ୟକର ପରିବେଶ ତଳେ ଦୁଇ ଶିଶୁଙ୍କ ସହିତ ରହୁଥିବା ଏହି ଅସହାୟ ମହିଳାଙ୍କୁ ତୁରନ୍ତ ପ୍ରଶାସନ ସହାୟତାର ହାତ ବଢାଇ ସ୍ବଧାର ଗୃହରେ ଥଇଥାନ କରିବା ସହ ସ୍ଥାୟୀ ଥଇଥାନ ବ୍ୟବସ୍ଥା କରିବାକୁ ସାମାଜିକ କର୍ମୀ ଦେବରାଜ ଆଚାର୍ଯ୍ୟଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri