ସର୍ଭେ ଓ ଅନୁସନ୍ଧାନ ବିଭାଗ କରୁଛି ଅବହେଳା

ଅନୁଗୋଳ ସହର, ୬।୨ – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ କରଡ଼ାସିଙ୍ଗ ଗ୍ରାମରେ ପ୍ରସ୍ତାବିତ ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର ମନ୍ଥର କାର୍ଯ୍ୟ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଧବାର ଅନୁଗୋଳ ବନଖଣ୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସର୍ଭେ ଓ ଅନୁସନ୍ଧାନ ବିଭାଗ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି।
ଡିଏଫ୍‌ଓ ଭି. କାର୍ତ୍ତିକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହିଡ଼ିସିଙ୍ଗ କୃଷକ ମହାସଂଘ ସଭାପତି ଦିନେଶ ଦେହୁରୀ, ଉପସଭାପତି ଦୁର୍ଗାଚରଣ ପ୍ରଧାନ, ଅନୁଗୋଳ ଏସିଏଫ୍‌ ବାସୁଦେବ ନାୟକ, ଅନୁଗୋଳ ସର୍ଭେ ଓ ଅନୁସନ୍ଧାନ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନନ୍ଦ, ଭିଜନଟେକ୍‌ କନସଲଟାଣ୍ଟ ପ୍ରାଇଭେଟ୍‌ ଲିମିଟେଡର ଜେନେରାଲ ମ୍ୟାନେଜର ମନୋଜ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ। ସଂଘ ସଦସ୍ୟମାନେ କହିଥିଲେ ଯେ, ହିଡ଼ିସିଙ୍ଗ ପ୍ରକଳ୍ପ ନିର୍ମାଣ ହେଲେ ମହାନଦୀ ଗ୍ରୀନ୍‌ ବେଲ୍ଟ ସହିତ ସାତକୋଶିଆ ଅଭୟାରଣ୍ୟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ହେବ। ଏଥିସହିତ ୧୫ଟି ପଞ୍ଚାୟତର ୫୦ ହଜାର ଚାଷୀଙ୍କ ସହ ଅନୁଗୋଳ ସହରର ପାଣି ସମସ୍ୟା ଦୂର ହୋଇପାରିବ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ୨୦୦୦ ମସିହା ଠାରୁ ଲୋକମାନଙ୍କ ଆନ୍ଦୋଳନ ପରେ ଏବେ ଚାଲିଥିବା ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ପ୍ରକଳ୍ପ ନିର୍ମାଣରେ ୮୭ ହେକ୍ଟର ଜଙ୍ଗଲ ଜମି ବୁଡ଼ୁଥିବାରୁ ୮୭ ହଜାର ଗଛ ଲଗାଯିବା ପାଇଁ ସରକାରୀ ଜମି ଚିହ୍ନଟ କରାଯାଇଛି। ଦେବଗଡ଼ ବନଖଣ୍ଡର ପାଲଲହଡ଼ା ରେଞ୍ଜରେ ୯୪ ହେକ୍ଟରରେ ୧୮ ହଜାର, ତାଳଚେର ରେଞ୍ଜରେ ୧୨୦ ହେକ୍ଟରରେ ୬୯ ହଜାର ଗଛ ଲଗାଯିବା ପାଇଁ ଜମି ଚିହ୍ନଟ କରାଯାଇଥିଲେ ହେଁ ସର୍ଭେ ଓ ଅନୁସନ୍ଧାନ ବିଭାଗ ବିଳମ୍ବ କରିବା ସହ ବନ ବିଭାଗକୁ ସହଯୋଗ କରୁନାହିଁ। ଏପରି କି ବିଭାଗର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଏ ନେଇ ଡିଏଫ୍‌ଓଙ୍କ ସହିତ ଯୋଗଯୋଗ କରି ନ ଥିବା ଡିଏଫ୍‌ଓ ପ୍ରକାଶ କରିଥିଲେ। ବର୍ତ୍ତମାନ ସୁଦ୍ଧା ୨୦ଟି ବିଭିନ୍ନ ପ୍ରକଳ୍ପର ପ୍ରସ୍ତାବ ଯାଇଥିବାବେଳେ ଦୀର୍ଘ ବର୍ଷ ହେଲା ଏହି ଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ନେଇ ଡିଏଫ୍‌ଓ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରକଳ୍ପ ନିର୍ମାଣ ପାଇଁ ଲେଆଉଟ୍‌, ଟପୋମ୍ୟାପ୍‌, ପ୍ରୋଜେକ୍ଟ ଲ୍ୟାଣ୍ଡସିଡିଲ୍‌, ସର୍ଭେ ମ୍ୟାପ, ପ୍ରୋଜେକ୍ଟ ରିପୋର୍ଟ, ପ୍ରୋଜେକ୍ଟ କଷ୍ଟ, ଫରେଷ୍ଟ ଏରିଆ ମାର୍କିଂ, ଜିଲାପାଳଙ୍କ ଠାରୁ ଏନ୍‌ଓସି ସାର୍ଟିଫିକେଟ୍‌, ଗଛ ନମ୍ବରିଂ ଲିଷ୍ଟ, ଡିଜିପିଏସ ମ୍ୟାପ, ଓଡ୍‌ସାକ୍‌ ମ୍ୟାପ ଆଦି ରିପୋର୍ଟ ସମ୍ପୂର୍ଣ୍ଣ ସରିଥିବାବେଳେ ସିଲ୍ୟାଣ୍ଡ ବାକି ରହିଛି। ସିଲ୍ୟାଣ୍ଡ ପ୍ରସ୍ତୁତ ପରେ ଜଙ୍ଗଲ ଅନୁମତି ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ତେବେ ଦୁଇ ଦିନ ମଧ୍ୟରେ ପ୍ରକଳ୍ପର ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ସର୍ଭେ, ଅନୁସନ୍ଧାନ ବିଭାଗ ଓ ଭିଜନ୍‌ଟେକ୍‌ କନ୍‌ସଲଟାଣ୍ଟ ପ୍ରାଇଭେଟ୍‌ ଲିମିଟେଡକୁ ଡିଏଫ୍‌ଓ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ କାର୍ଯ୍ୟ କରା ନ ଗଲେ ଅଞ୍ଚଳର ସମସ୍ତ ଚାଷୀ ଆନ୍ଦୋଳନ କରିବେ ବୋଲି କୃଷକ ସଂଘ ସଭାପତି ଓ ଉପସଭାପତି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri