ସରକାରୀ ବିଭାଗ ସହ ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ:ପ୍ରଶାସନିକ ତତ୍ପରତା ଆରମ୍ଭ

ଭୁବନେଶ୍ୱର,୪-୯(ବ୍ୟୁରୋ):ରାଜ୍ୟରେ ଥିବା ସରକାରୀ ବିଭାଗ ଓ ସଂପୃକ୍ତ ନିର୍ଦ୍ଦେଶାଳୟଗୁଡିକର ମିଶ୍ରଣ କରାଯିବ। ଏହି ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ସେହିକ୍ରମରେ ବୁଧବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ(ଜିଏ ଏଣ୍ଡ ପିଜି) ବିଭାଗ ସଚିବ, ଅର୍ଥ ସଚିବ, ନିର୍ମାଣ ବିଭାଗ ସଚିବ ଏବଂ ଇ ଏଣ୍ଡ ଆଇଟି ସଚିବ ଯୋଗଦେବେ।
ଏହି ବୈଠକ ପୂର୍ବରୁ ଅର୍ଥାତ୍‌ ଗତ ଅଗଷ୍ଟ ୩୦ରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବିଭାଗ ସଚିବଙ୍କୁ ପ୍ରକିୟା ତ୍ୱରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ୭ଟି ବିଷୟକୁ ପ୍ରାଥମିକତା ଦିଆଯାଇଛି। କେଉଁ ବିଭାଗ ଅଧୀନରେ କେଉଁ ନିର୍ଦ୍ଦେଶାଳୟର ସମ୍ମିଶ୍ରଣ ହେବ, ସେ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉ। ଜିଏ ଏଣ୍ଡ ପିଜି ପକ୍ଷରୁ ମିଶ୍ରଣ ହେବାକୁ ଥିବା ନିର୍ଦ୍ଦେଶାଳୟଗୁଡିକର ତାଲିକା ଇ ଏଣ୍ଡ ଆଇଟି ବିଭାଗ ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର(ଓସିଏସି)କୁ ପ୍ରଦାନ କରାଯିବ। ସଚିବାଳୟ ପଛପାଖରେ ଥିବା ବିଭାଗୀୟ ମୁଖ୍ୟ ଦପ୍ତର(ନ’ତାଲା)ରେ କାର୍ଯ୍ୟକ୍ଷମ ନିର୍ଦ୍ଦେଶାଳୟକୁ ତୁରନ୍ତ ମିଶ୍ରଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ପରେ ନ’ ତାଲା ବ୍ୟତୀତ ଭୁବନେଶ୍ୱରର ଅନ୍ୟ ସ୍ଥାନରେ ଥିବା ନିର୍ଦ୍ଦେଶାଳୟଗୁଡିକୁ ସରକାରୀ ଓସୱାସ ବ୍ୟବସ୍ଥାର ସମ୍ପ୍ରସାରଣ କରାଯାଉ। ଓସିଏସ୍‌ସି ଆବଶ୍ୟକ ଅନୁସାରେ ଓସୱାସକୁ ଟ୍ରାନ୍ସଫର କରୁ। ବିଭାଗ ସହ ମିଶ୍ରଣ ହେଉଥିବା ସଂପୃକ୍ତ ନିର୍ଦ୍ଦେଶାଳୟଗୁଡିକ କମ୍ପ୍ୟୁଟର ଏବଂ ତତ୍‌ ସମ୍ବଦ୍ଧୀୟ ଉପକରଣ ବ୍ୟବସ୍ଥା କରିବେ। ଏଥିସହିତ ଓସୱାସ ସମ୍ପ୍ରସାରଣ ପାଇଁ ଆବଶ୍ୟକ ଅତିରିକ୍ତ ସର୍ଭର,ଷ୍ଟୋରେଜ୍‌ ଏବଂ ରିସର୍ଚ୍ଚ ସପୋର୍ଟ ଓସିଏସ୍‌ସି ବ୍ୟବସ୍ଥା କରିବ ବୋଲି ଜଣାପଡିଛି। ଅପରପକ୍ଷରେ ସଚିବାଳୟ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରଗୁଡିକରେ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଛି। କିଏ ଏହା ଦ୍ୱାରା ପ୍ରଶାସନିକ ମାନର ହ୍ରାସ ଘଟିବା ନେଇ ଆଶଙ୍କା କରୁଥିବାବେଳେ, ଅନ୍ୟ କେତେକ ନିଜ କ୍ୟାଡର ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରୁଛନ୍ତି। କେତେ ଜଣ ବରିଷ୍ଠ କର୍ମଚାରୀଙ୍କ ମତ ଅନୁଯାୟୀ, ଏହି ମିଶ୍ରଣ ଦ୍ୱାରା ବିଭାଗୀୟ ମୁଖ୍ୟ ଦପ୍ତରଗୁଡିକରେ ଥିବା ମିନିଷ୍ଟରିଆଲ କ୍ୟାଡର ପଦବୀଗୁଡିକ ଉଚ୍ଛେଦ ହୋଇଯିବ। ସମସ୍ତ କ୍ଷମତା ସଚିବାଳୟ କ୍ୟାଡରଗୁଡିକ ହାତରେ ରହିବ। ତେଣୁ ନିଷ୍ପତ୍ତିର ପୁନଃବିଚାର ନେଇ କର୍ମଚାରୀ ମହଲରେ ଦସ୍ତଖତ ଅଭିଯାନ ଚାଲୁଥିବା ଜଣାପଡିଛି।
ସାରା ଦେଶରେ ସରକାରୀ କାର୍ଯ୍ୟକ୍ରମ ତ୍ରିସ୍ତରୀୟ ବ୍ୟବସ୍ଥା(ଜିଲା ପ୍ରଶାସନ-ନିର୍ଦ୍ଦେଶାଳୟ-ସର୍ବୋଚ୍ଚ ପ୍ରଶାସନିକ ବିଭାଗ) ଦ୍ୱାରା କାର୍ଯ୍ୟକାରୀ ହେଉଛି। ହେଲେ ଓଡ଼ିଶାରେ ଏହି ପୁରାତନ ବ୍ୟବସ୍ଥାକୁ ଉଚ୍ଛେଦ କରି ଦ୍ୱିସ୍ତରୀୟ ବ୍ୟବସ୍ଥା କରାଯାଉଛି। ତେଣୁ ଏହା କେତେଦୂର ଫଳପ୍ରଦ ହେବ ତାହା ଏବେଠୁ ଆକଳନ କରିହେବ ନାହିଁ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି। ହେଲେ ଆଗାମୀ ଦଶନ୍ଧି ମଧ୍ୟରେ ରାଜ୍ୟରେ ଥିବା ପ୍ରାୟ ୪୦,୦୦୦ରୁ ଅଧିକ ସରକାରୀ ପଦବୀ ହ୍ରାସ ପାଇବ ବୋଲି କେତେକ ବରିଷ୍ଠ କର୍ମଚାରୀ ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶାଳୟଗୁଡିକର କାର୍ଯ୍ୟଧାରାକୁ ଅଧିକ ବ୍ୟବସ୍ଥାପିତ କରିବା ସହ, ନିଷ୍ପତ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ବିଭାଗ-ନିର୍ଦ୍ଦେଶାଳୟର ସମ୍ମିଶ୍ରଣ ସଂକ୍ରାନ୍ତରେ ଏକ ସଂକଳ୍ପ ପତ୍ର ଗତ ଅଗଷ୍ଟ ୨୧ରେ ଜିଏ ଏଣ୍ଡ ପିଜି ପକ୍ଷରୁ ପ୍ରକାଶ ପାଇଥିଲା। ସରକାରୀ ନିଷ୍ପତ୍ତି ଅନୁଯାୟୀ, ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରକୁ ସୁବିଧାନୁଯାୟୀ ଏକ ଛାତ ତଳେ ଅବସ୍ଥାପିତ କରାଯିବ। ସଚିବାଳୟର ଓସୱାସକୁ ନିର୍ଦ୍ଦେଶାଳୟକୁ ସମ୍ପ୍ରସାରଣ କରାଯିବ, ପୂର୍ବପରି ନିର୍ଦ୍ଦେଶାଳୟଗୁଡିକରେ ପୁନଃସମୀକ୍ଷା ହେବ ନାହିଁ। ଉଭୟ ବିଭାଗ-ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ପ୍ରତିଷ୍ଠାନ, ନିର୍ଗମନ, ହିସାବ ଓ ରୋକଡ ପ୍ରଭୃତି ଶାଖାକୁ ମିଶ୍ରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri