ସରକାରୀ ପ୍ରୋତ୍ସାହନ ନାହିଁ: ଦୁର୍ଦ୍ଦିନରେ ୭୦ ଚାଷୀ ପରିବାର

ଖଇରା, ୧୮।୨(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ନୂଆଗାଁ ପଞ୍ଚାୟତ ସଇଁ ଗ୍ରାମ ସବୁଜ ପନିପରିବା ଚାଷ ପାଇଁ ବେଶ୍‌ ଜଣାଶୁଣା। ଥରେ ଯଦି କେହି ଏହି ଗ୍ରାମକୁ ଆସେ ଏକର ଏକର ଜମିରେ ସବୁଜିମା ଦୃଶ୍ୟ ଉପରୁ ତା’ର ନଜର ହଟେନି। ସକାଳୁ ସଞ୍ଜ ପର୍ଯ୍ୟନ୍ତ ଚାଷୀମାନେ ନିଜ ଜମିରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳେ। ଗ୍ରାମର ୯୫ଭାଗ ପରିବାର ପରିବା ଚାଷକୁ କୌଳିକ ବ୍ୟବସାୟ ରୂପେ ଗ୍ରହଣ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଗ୍ରାମର ଚାଷୀମାନେ ରାସାୟନିକ ସାର, କୀଟନାଶକ ବଦଳରେ ଜୈବିକ ପଦ୍ଧତି ଉପରେ ଗୁରୁତ୍ୱ ଦିଅନ୍ତି। ଏବେ ସରକାରଙ୍କ ପକ୍ଷରୁ ଚାଷ ପାଇଁ ବିଭିନ୍ନ ସୁବିଧା ସୁଯୋଗ ମିଳୁଥିଲେ ମଧ୍ୟ ଏହି ଗ୍ରାମର ଚାଷୀମାନେ ଏଥିରୁ ବଞ୍ଚିତ ରହିଛନ୍ତି। ସରକାରୀ ପ୍ରୋତ୍ସାହନ ଅଭାବରୁ ଧୀରେ ଧୀରେ ସେମାନେ ବୀତସ୍ପୃହ ହୋଇପଡୁଛନ୍ତି।
ଗ୍ରାମର ୭୦ରୁ ଊର୍ଦ୍ଧ୍ୱ ପରିବାର ରବି ଋତୁରେ ପରିବା ଚାଷ କରିଥାନ୍ତି। ଅକ୍ଟୋବରରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଏମାନେ ବାଲେଶ୍ୱର ଭଦ୍ରକ ଓ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନକୁ ପରିବା ଯୋଗାଇଥାନ୍ତି। ବହୁ ଉଚ୍ଚ ଶିକ୍ଷିତ ବ୍ୟକ୍ତି ମଧ୍ୟ ଚାକିରି ପଛରେ ନ ଗୋଡାଇ ଚାଷକୁ ଜୀବିକା ଭାବେ ଗ୍ରହଣ କରିଛନ୍ତି। କୋବିଠାରୁ ଆରମ୍ଭକରି ବାଇଗଣ, ଭେଣ୍ଡି, କଲରା, କାକୁଡି, ବିଲାତି, ଲଙ୍କା ବହୁଳ ଭାବେ କରାଯାଉଥିବା ବେଳେ ଏବେ କେତେଜଣ ଆଖୁଚାଷ କରିବା ଆରମ୍ଭ କରିଛନ୍ତି। ଦୀନବନ୍ଧୁ ସାହୁ, ସୁଦର୍ଶନ ରାଉଳ, ହରେକୃଷ୍ଣ ରାଉଳ, ଗୋଲକ ରାଉଳ, ଜଗବନ୍ଧୁ ରାଉଳ, ଅମୂଲ୍ୟ ସାମଲ, ଜିତେନ୍ଦ୍ର ରାଉତ, ରମାକାନ୍ତ ମହଲା, ନବ କିଶୋର ସାହୁ, ଶଙ୍କର୍ଷଣ ମହାପାତ୍ର, ଚକ୍ରଧର ରାଉତ, ଗୌରାଙ୍ଗ ସେଣ୍ଡ, ମୁକୁନ୍ଦ ସେଣ୍ଡ, ଶ୍ରୀକାନ୍ତ ରାଉତ, ଜଗନ୍ନାଥ ରାଉତଙ୍କ ପାଇଁ ଏହି ଗ୍ରାମ ଆଖପାଖ ଅଞ୍ଚଳରେ ଚାଷୀଙ୍କ ଗ୍ରାମ ଭାବେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ହେଲେ ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ରବିଋତୁରେ ମଧ୍ୟ ବର୍ଷା ଦାଉ ସାଧୁଛି। ଅକାଳରେ ବହୁ ପରିମାଣର ଫସଲ ନଷ୍ଟ ହୋଇଯାଉଛି। କୌଣସି କ୍ଷତିଭରଣା ହୋଇପାରୁନାହିଁ ବୋଲି ଗ୍ରାମର ଚାଷୀ ହରେକୃଷ୍ଣ ରାଉଳ କହିଛନ୍ତି। ବହୁ ଚାଷୀଙ୍କ ଗ୍ରାମ ଦେଇ କେନାଲ ଯାଇଥିଲେ ମଧ୍ୟ ପାଣି ମାଡୁ ନ ଥିବାରୁ ଏହାର ସୁଫଳ ମିଳୁପାରୁନାହିଁ। ୩ ବର୍ଷ ତଳେ କେତେକ ଅଧିକାରୀ ଗ୍ରାମକୁ ଆସି ଏକ ପରିବା ସଂରକ୍ଷଣ କେନ୍ଦ୍ର ଖୋଲି ଦେଇ ଯାଇଥିଲେ। ତାହା ଏବେ ଅକାମୀ ହୋଇପଡିଛି। ଅତ୍ୟାଧୁନିକ ସରଞ୍ଜାମ ଓ ଚାଷ ପ୍ରଣାଳୀ ବିଷୟରେ ଚାଷୀମାନେ ରେଡିଓ ଟିଭି ଦେଖି ଓ ଖବରକାଗଜ ପଢି କୃଷି ପଦ୍ଧତିକୁ ଅନୁସରଣ କରିଥାନ୍ତି। ଦିନେ ହେଲେ କୌଣସି କୃଷି ଅଧିକାରୀ କେବେ ଗ୍ରାମକୁ ଆସି ବୁଝାଇନାହାନ୍ତି ବୋଲି ପ୍ରଥମେ ଚାଷ ଆରମ୍ଭ କରିଥିବା ସବୁଠାରୁ ପୁରୁଣା ଓ ବଡ ଚାଷୀ ଦୀନବନ୍ଧୁ ସାହୁ କହିଛନ୍ତି। ଉଦ୍ୟାନ ବିଭାଗ ତରଫରୁ ଚାଷ ଜମିକୁ ମଝିରେ ମଝିରେ ସମାନୁପାତରେ ପାଣି ମାଡିବା ପାଇଁ ପାଇପ ବ୍ୟବସ୍ଥା କରାଯାଇଥିଲା। ହେଲେ ଠିକାଦାରଙ୍କ ନିମ୍ନମାନର କାମ ଯୋଗୁ ଅଳ୍ପଦିନରେ ତାହା ନଷ୍ଟ ହୋଇଗଲା ବୋଲି ସାହୁ ଉଲ୍ଲେଖ କରିଛନ୍ତି। ସରକାର ଯଦି ଶୀତଳଭଣ୍ଡାର ସୁବିଧା କରିପାରନ୍ତେ ତେବେ ଏହା ଚାଷ ପାଇଁ ସୁବିଧା ହୁଅନ୍ତା ବୋଲି ଚାଷୀ ନୃସିଂହ ସେଣ୍ଡ କହିଛନ୍ତି। ଅନ୍ୟ ବଜାରଠାରୁ ଏଠାରେ ତଟକା ପରିବା ପୁଣି ଶସ୍ତାରେ ମିଳିପାରୁଛି ବୋଲି ୧୦ବର୍ଷ ଧରି ଏଠାରୁ ପରିବା କିଣିବାକୁ ଆସୁଥିବା ପରିବା ବ୍ୟବସାୟୀ ଲକ୍ଷ୍ମୀଧର ସେଠୀ କହିଛନ୍ତି। ସରକାର ଏହି ଗ୍ରାମର ଚାଷୀଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?