ସରକାରୀ ଜମି ହାତେଇ ନେବାକୁ ମସୁଧା: ଗ୍ରାମବାସୀ ତହସିଲଦାରଙ୍କ ଦ୍ୱାରସ୍ଥ

ପରଜଙ୍ଗ, ୨୬।୧୦(ଡି.ଏନ.ଏ.) – ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଭେଜିଆ ୪ନଂ. କଲୋନୀ ନିକଟବର୍ତ୍ତୀ ସରକାରୀ ଜମିକୁ ଚଞ୍ଚକତା କରି ପଟ୍ଟା କରାଇ ନେବାକୁ ମସୁଧା କରାଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବାସୀ ଶୁକ୍ରବାର ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିରେ ତାଳଚେର ଅଞ୍ଚଳର ୧୨ଜଣ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗରେ ଉଲ୍ଲେଖ ରହିଛି।
ତାଳଚେର ଅଞ୍ଚଳର ସମ୍ପୃକ୍ତ ବ୍ୟକ୍ତିମାନେ ଉକ୍ତ ଜାଗା ପାଇଁ ଏନ୍‌କ୍ଲୋଜମେଣ୍ଟ ଦେଇଥିଲେ। ପରେ ୬୪/୧୩ରେ ସିଭିଲ ଅଦାଲତରେ ମାମଲା ଦାଏର କରିଥିଲେ। ଏହାପରେ କୋର୍ଟ ମୋକଦ୍ଦମା ନଂ.୧୪୦୪/୧୯ ଅନୁଯାୟୀ ସେମାନଙ୍କୁ ସରକାରୀ ଜମିର ପଟ୍ଟା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସମ୍ପୃକ୍ତ ବ୍ୟକ୍ତିମାନେ ବେଆଇନ ଭାବେ କାଗଜପତ୍ର କରି ଜମିକୁ ହାତେଇବାକୁ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିବା ପରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ଦଦରାଘାଟି ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ ଭେଜିଆ ଅଞ୍ଚଳର ଶତାଧିକ ପ୍ରଜା। ସେମାନଙ୍କୁ ୧୯୮୧ରେ ବସୁଲେଇ ରାଜସ୍ବ ଗ୍ରାମର କଲୋନୀ ନଂ.୪ରେ ଥଇଥାନ କରାଯାଇଛି। ବିସ୍ଥାପନର ଦୀର୍ଘବର୍ଷ ପରେ ବି ସେମାନେ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଏପରି ସ୍ଥିତିରେ ଗ୍ରାମବାସୀ ବ୍ୟବହାର କରୁଥିବା ସରକାରୀ ଜମିକୁ କେତେଜଣ ବ୍ୟକ୍ତି ପଟ୍ଟା କରାଇନେବାକୁ ଉଦ୍ୟମ କରୁଛନ୍ତି। ତହସିଲ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ମରାଯିବା ପରେ ଏହି ଘଟଣା ପଦାକୁ ଆସିଥିଲା। ଏହାର ଉପଯୁକ୍ତ ତଦନ୍ତ କରିବାକୁ ଦିଲୀପ କୁମାର ନାଥ, ନିରାକାର ସିଂ, ଗଙ୍ଗାଧର ପ୍ରଧାନ, ଜିତେନ୍ଦ୍ର ସାହୁ, ଲୋକନାଥ ସିଂ, ଗଙ୍ଗାଧର ପ୍ରଧାନ ପ୍ରମୁଖ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି। ନ୍ୟାୟ ପାଇଁ ସେମାନେ ହାଇକୋର୍ଟକୁ ଯିବେ ବୋଲି କହିଛନ୍ତି।
ଏ ନେଇ ତହସିଲଦାର ଜୟନ୍ତ କୁମାର ଜୟସିଂ କୁହନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କୁ ସରକାରୀ ଜମିର ମାଲିକାନା ଦେବାକୁ ତଳ କୋର୍ଟ ଆଦେଶ ଦେଇଛନ୍ତି। ହେଲେ ଏହା ସରକାରୀ ସମ୍ପତ୍ତି ହୋଇଥିବାରୁ ତହସିଲ ପକ୍ଷରୁ ଜିଲା କୋର୍ଟରେ ମାମଲା ରୁଜୁ କରାଯିବ। ତହସିଲ ଏବଂ ଗ୍ରାମବାସୀ ଗୋଟିଏ ପକ୍ଷ ରହିବେ। ଆବେଦନକାରୀଙ୍କୁ ଅନ୍ୟ ଏକ ପକ୍ଷ ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri