ସରକାରୀ କ୍ୱାର୍ଟର୍ସ କଞ୍ଜରଭେନ୍ସିରେ ବେଆଇନ ନିର୍ମାଣ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହର ସଫେଇ ଉପରେ ବେଶି ଗୁରୁତ୍ୱ ଦେଉଥିବା ନେଇ ସାମାଜିକ ଗଣମାଧ୍ୟମ ‘ଟୁଇଟର’ରେ ଦୈନିକ ଫଟୋ ଛାଡୁଛି। ସରକାରୀ କ୍ୱାର୍ଟର୍ସ ମଝିରେ ଥିବା କଞ୍ଜରଭେନ୍ସିକୁ ସଫା କରାଯାଉଛି ବୋଲି ବିଏମ୍‌ସି ଶନିବାର ଫଟୋ ଛାଡ଼ିିଛି। ମାତ୍ର ଏହା କେବଳ ପ୍ରହସନ ବୋଲି ସାଧାରଣରେ ଆଲୋଚନା ହେଉଛି। କାରଣ ଅଧିକାଂଶ କଞ୍ଜରଭେନ୍ସି ଏବେ ଜମି ମାଫିଆଙ୍କ କବ୍‌ଜାରେ ରହିଛି। ରାତାରାତି ସେଥିରେ ରାଜୀବ ଆବାସ ଯୋଜନା(ଆର୍‌ଏଓ୍ବାଇ)ରେ ଘର ତିଆରି କରାଯାଇ ଭଡ଼ାରେ ଲଗାଯାଉଛି। ସରକାର ଘର ଯୋଗାଇ ନ ଦେବା ପର୍ଯ୍ୟନ୍ତ ଉଚ୍ଛେଦର ଚିନ୍ତା ନାହିଁ। ତେଣୁ ବେଆଇନ ଭାବେ ନିର୍ମିତ ଘର ବଦଳରେ ଲୋକଙ୍କୁ ଆବାସ ଘର ଯୋଗାଇ ଦିଆଯାଉଛି। ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନିକ ଅଧିକାରୀମାନେ ଗଲାବେଳକୁ ଉକ୍ତ ଘରେ ରହୁଥିବା ଲୋକେ ‘ଆରଏଓ୍ବାଇ’ର କାଗଜପତ୍ର ଦେଖାଇ ସେମାନଙ୍କୁ ବିଦା କରିଦେଉଛନ୍ତି।
ରାଜଧାନୀରେ ଏହି ସମସ୍ୟା ଏବେ ଉତ୍କଟ ହେବାରେ ଲାଗିଛି। ସଚିବାଳୟ ଓ ରାଜଭବନ ଆଖପାଖ ଅଞ୍ଚଳରେ ଅନେକ ସରକାରୀ ଜମି ମାଡ଼ିବସିବା ପରେ ଏବେ ଜବରଦଖଲକାରଙ୍କ ଲୋଭିଲା ଆଖି କଞ୍ଜରଭେନ୍ସିଗୁଡ଼ିକ ଉପରେ ପଡ଼ିଛି। ସେମାନେ ରାତାରାତି ସରକାରୀ ଜାଗାରେ ଘର ତିଆରି କରି ତାହାକୁ ‘ଆର୍‌ଏଓ୍ବାଇ’ ଅନ୍ତର୍ଭୁକ୍ତ କରାଇ ଦେଉଥିବା ଜଣାପଡ଼ିଛି। ନିୟମାନୁଯାୟୀ ରାଜୀବ ଆବାସ ଯୋଜନାରେ ସାମିଲ ଲୋକଙ୍କୁ ସରକାର ଅନ୍ୟ ସ୍ଥାନରେ ଘର ଯୋଗାଇ ନ ଦେବା ପର୍ଯ୍ୟନ୍ତ ସେମାନଙ୍କ ଘର ଭଙ୍ଗାଯିବ ନାହିଁ। ଏହାର ଫାଇଦା ଉଠାଉଛନ୍ତି ଜବରଦଖଲକାରୀ। ସେମାନେ ‘ଆର୍‌ଏଓ୍ବାଇ’ରେ ଅନ୍ତର୍ଭୁକ୍ତ ହେବା ସହିତ ପ୍ରଶାସନକୁ ଆଇନର ପାଠ ପଢାଉଛନ୍ତି। ନିକଟରେ ୟୁନିଟ୍‌-୬ ଅଞ୍ଚଳରେ ଦୁଇଟି କ୍ୱାର୍ଟର୍ସ ମଧ୍ୟରେ କଞ୍ଜରଭେନ୍ସିରେ ଗଢିଉଠିଥିବା କିଛି କୋଠାଘରକୁ ଭାଙ୍ଗିବା ପାଇଁ ବିଡିଏ ଏବଂ ମିଳିତ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଯାଇଥିଲେ। ତେବେ ସେଠାକାର ବାସିନ୍ଦା ସେମାନଙ୍କୁ ସମ୍ପୃକ୍ତ ଘରଗୁଡିକ ‘ଆରଏଓ୍ବାଇ’ରେ ନିର୍ମାଣ ହୋଇଥିବା ଜଣାଇଥିଲେ। ଫଳରେ ଉଚ୍ଛେଦ ହୋଇପାରି ନ ଥିଲା। ସେହିଭଳି ୟୁନିଟ୍‌-୪ ଅଞ୍ଚଳରେ ଏକ ପ୍ରାଥମିକ ବିଦ୍ୟାଳୟ, ବିଧାୟକ କ୍ୱାର୍ଟର୍ସ ମଧ୍ୟରେ ଗଢି ଉଠିଥିବା କେତେକ ଘର ମଧ୍ୟ ‘ଆର୍‌ଏଓ୍ବାଇ’ରେ ନିର୍ମିତ ହୋଇଥିବା ସୂଚନା ମିଳିଛି। ଏହି ଘରଗୁଡ଼ିକ କିଭଳି ‘ଆରଏଓ୍ବାଇ’ ଅନ୍ତର୍ଭୁକ୍ତ ହେଲା ତାହା ଏବେ ପ୍ରଶାସନକୁ ଆଶ୍ଚର୍ଯ୍ୟ କରିଛି।
ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଜାଣତରେ ଏହି ସବୁ କାର୍ଯ୍ୟ ହେଉଛି। କେତେଜଣ ଅଧିକାରୀ ଦୀର୍ଘ ଦିନ ହେବ ଏହି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି। ଆର୍‌ଏଓ୍ବାଇରେ ନିର୍ମିତ ଘରଗୁଡ଼ିକୁ ଭାଙ୍ଗି ହେବ ନାହିଁ। ଏହାସତ୍ତ୍ୱେ ସେଗୁଡ଼ିକୁ ଅଧିକାରୀମାନେ କାହିଁକି ଅନୁମୋଦନ ଦେଉଛନ୍ତି ସେକଥା କହିହେବନି ବୋଲି ସେ ପ୍ରକାଶ କରିଛନ୍ତି। ଉଲ୍ଲେଖଥାଉ କି, ସ୍ମାର୍ଟସିଟିରୁ ଜବରଦଖଲ ହଟାଇବା ପାଇଁ ପ୍ରଶାସନ ଅଣ୍ଟା ଭିଡ଼ୁଥିବା ବେଳେ ରାତାରାତି ଗଢି ଉଠୁଥିବା ଜବରଦଖଲ ଘରକୁ କିନ୍ତୁ ସହଜରେ ବିଦ୍ୟୁତ ଓ ପାଣି ସଂଯୋଗ ମିଳିଯାଉଛି। ବିଦ୍ୟୁତ ଓ ଜନସ୍ବାସ୍ଥ୍ୟ ବିଭାଗର ମଧୁଚନ୍ଦ୍ରିକା ଯୋଗୁ ଜବରଦଖଲକାରୀମାନେ ଫାଇଦା ପାଉଥିବାବେଳେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଥା ଭୁଲିଯାଉଛନ୍ତି ସରକାର। ଅନ୍ୟପକ୍ଷରେ ସହରର ସଫେଇ କାର୍ଯ୍ୟ ଠିକ୍‌ ଭାବେ ଚାଲିଥିବା ବିଏମ୍‌ସି ଟୁଇଟ ପରେ ଟୁଇଟ କରୁଛି। ହେଲେ କଞ୍ଜରଭେନ୍ସିରେ ଗଢିଉଠିଥିବା ବେଆଇନ ନିର୍ମାଣ ପ୍ରତି ଆଖି ବୁଜିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?