ସରକାରୀ କ୍ୱାର୍ଟର୍ସ କଞ୍ଜରଭେନ୍ସିରେ ବେଆଇନ ନିର୍ମାଣ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହର ସଫେଇ ଉପରେ ବେଶି ଗୁରୁତ୍ୱ ଦେଉଥିବା ନେଇ ସାମାଜିକ ଗଣମାଧ୍ୟମ ‘ଟୁଇଟର’ରେ ଦୈନିକ ଫଟୋ ଛାଡୁଛି। ସରକାରୀ କ୍ୱାର୍ଟର୍ସ ମଝିରେ ଥିବା କଞ୍ଜରଭେନ୍ସିକୁ ସଫା କରାଯାଉଛି ବୋଲି ବିଏମ୍‌ସି ଶନିବାର ଫଟୋ ଛାଡ଼ିିଛି। ମାତ୍ର ଏହା କେବଳ ପ୍ରହସନ ବୋଲି ସାଧାରଣରେ ଆଲୋଚନା ହେଉଛି। କାରଣ ଅଧିକାଂଶ କଞ୍ଜରଭେନ୍ସି ଏବେ ଜମି ମାଫିଆଙ୍କ କବ୍‌ଜାରେ ରହିଛି। ରାତାରାତି ସେଥିରେ ରାଜୀବ ଆବାସ ଯୋଜନା(ଆର୍‌ଏଓ୍ବାଇ)ରେ ଘର ତିଆରି କରାଯାଇ ଭଡ଼ାରେ ଲଗାଯାଉଛି। ସରକାର ଘର ଯୋଗାଇ ନ ଦେବା ପର୍ଯ୍ୟନ୍ତ ଉଚ୍ଛେଦର ଚିନ୍ତା ନାହିଁ। ତେଣୁ ବେଆଇନ ଭାବେ ନିର୍ମିତ ଘର ବଦଳରେ ଲୋକଙ୍କୁ ଆବାସ ଘର ଯୋଗାଇ ଦିଆଯାଉଛି। ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନିକ ଅଧିକାରୀମାନେ ଗଲାବେଳକୁ ଉକ୍ତ ଘରେ ରହୁଥିବା ଲୋକେ ‘ଆରଏଓ୍ବାଇ’ର କାଗଜପତ୍ର ଦେଖାଇ ସେମାନଙ୍କୁ ବିଦା କରିଦେଉଛନ୍ତି।
ରାଜଧାନୀରେ ଏହି ସମସ୍ୟା ଏବେ ଉତ୍କଟ ହେବାରେ ଲାଗିଛି। ସଚିବାଳୟ ଓ ରାଜଭବନ ଆଖପାଖ ଅଞ୍ଚଳରେ ଅନେକ ସରକାରୀ ଜମି ମାଡ଼ିବସିବା ପରେ ଏବେ ଜବରଦଖଲକାରଙ୍କ ଲୋଭିଲା ଆଖି କଞ୍ଜରଭେନ୍ସିଗୁଡ଼ିକ ଉପରେ ପଡ଼ିଛି। ସେମାନେ ରାତାରାତି ସରକାରୀ ଜାଗାରେ ଘର ତିଆରି କରି ତାହାକୁ ‘ଆର୍‌ଏଓ୍ବାଇ’ ଅନ୍ତର୍ଭୁକ୍ତ କରାଇ ଦେଉଥିବା ଜଣାପଡ଼ିଛି। ନିୟମାନୁଯାୟୀ ରାଜୀବ ଆବାସ ଯୋଜନାରେ ସାମିଲ ଲୋକଙ୍କୁ ସରକାର ଅନ୍ୟ ସ୍ଥାନରେ ଘର ଯୋଗାଇ ନ ଦେବା ପର୍ଯ୍ୟନ୍ତ ସେମାନଙ୍କ ଘର ଭଙ୍ଗାଯିବ ନାହିଁ। ଏହାର ଫାଇଦା ଉଠାଉଛନ୍ତି ଜବରଦଖଲକାରୀ। ସେମାନେ ‘ଆର୍‌ଏଓ୍ବାଇ’ରେ ଅନ୍ତର୍ଭୁକ୍ତ ହେବା ସହିତ ପ୍ରଶାସନକୁ ଆଇନର ପାଠ ପଢାଉଛନ୍ତି। ନିକଟରେ ୟୁନିଟ୍‌-୬ ଅଞ୍ଚଳରେ ଦୁଇଟି କ୍ୱାର୍ଟର୍ସ ମଧ୍ୟରେ କଞ୍ଜରଭେନ୍ସିରେ ଗଢିଉଠିଥିବା କିଛି କୋଠାଘରକୁ ଭାଙ୍ଗିବା ପାଇଁ ବିଡିଏ ଏବଂ ମିଳିତ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଯାଇଥିଲେ। ତେବେ ସେଠାକାର ବାସିନ୍ଦା ସେମାନଙ୍କୁ ସମ୍ପୃକ୍ତ ଘରଗୁଡିକ ‘ଆରଏଓ୍ବାଇ’ରେ ନିର୍ମାଣ ହୋଇଥିବା ଜଣାଇଥିଲେ। ଫଳରେ ଉଚ୍ଛେଦ ହୋଇପାରି ନ ଥିଲା। ସେହିଭଳି ୟୁନିଟ୍‌-୪ ଅଞ୍ଚଳରେ ଏକ ପ୍ରାଥମିକ ବିଦ୍ୟାଳୟ, ବିଧାୟକ କ୍ୱାର୍ଟର୍ସ ମଧ୍ୟରେ ଗଢି ଉଠିଥିବା କେତେକ ଘର ମଧ୍ୟ ‘ଆର୍‌ଏଓ୍ବାଇ’ରେ ନିର୍ମିତ ହୋଇଥିବା ସୂଚନା ମିଳିଛି। ଏହି ଘରଗୁଡ଼ିକ କିଭଳି ‘ଆରଏଓ୍ବାଇ’ ଅନ୍ତର୍ଭୁକ୍ତ ହେଲା ତାହା ଏବେ ପ୍ରଶାସନକୁ ଆଶ୍ଚର୍ଯ୍ୟ କରିଛି।
ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଜାଣତରେ ଏହି ସବୁ କାର୍ଯ୍ୟ ହେଉଛି। କେତେଜଣ ଅଧିକାରୀ ଦୀର୍ଘ ଦିନ ହେବ ଏହି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି। ଆର୍‌ଏଓ୍ବାଇରେ ନିର୍ମିତ ଘରଗୁଡ଼ିକୁ ଭାଙ୍ଗି ହେବ ନାହିଁ। ଏହାସତ୍ତ୍ୱେ ସେଗୁଡ଼ିକୁ ଅଧିକାରୀମାନେ କାହିଁକି ଅନୁମୋଦନ ଦେଉଛନ୍ତି ସେକଥା କହିହେବନି ବୋଲି ସେ ପ୍ରକାଶ କରିଛନ୍ତି। ଉଲ୍ଲେଖଥାଉ କି, ସ୍ମାର୍ଟସିଟିରୁ ଜବରଦଖଲ ହଟାଇବା ପାଇଁ ପ୍ରଶାସନ ଅଣ୍ଟା ଭିଡ଼ୁଥିବା ବେଳେ ରାତାରାତି ଗଢି ଉଠୁଥିବା ଜବରଦଖଲ ଘରକୁ କିନ୍ତୁ ସହଜରେ ବିଦ୍ୟୁତ ଓ ପାଣି ସଂଯୋଗ ମିଳିଯାଉଛି। ବିଦ୍ୟୁତ ଓ ଜନସ୍ବାସ୍ଥ୍ୟ ବିଭାଗର ମଧୁଚନ୍ଦ୍ରିକା ଯୋଗୁ ଜବରଦଖଲକାରୀମାନେ ଫାଇଦା ପାଉଥିବାବେଳେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଥା ଭୁଲିଯାଉଛନ୍ତି ସରକାର। ଅନ୍ୟପକ୍ଷରେ ସହରର ସଫେଇ କାର୍ଯ୍ୟ ଠିକ୍‌ ଭାବେ ଚାଲିଥିବା ବିଏମ୍‌ସି ଟୁଇଟ ପରେ ଟୁଇଟ କରୁଛି। ହେଲେ କଞ୍ଜରଭେନ୍ସିରେ ଗଢିଉଠିଥିବା ବେଆଇନ ନିର୍ମାଣ ପ୍ରତି ଆଖି ବୁଜିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ଆଜି ଆସୁଛନ୍ତି ଶାହା, ଟାର୍ଗେଟରେ…

ଭୁବନେଶ୍ୱର,୨୫।୪: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ତାଙ୍କ ଗସ୍ତକୁ ନେଇ ଓଡିଶା ଭାଜପା ଶିବିରରେ ଉତ୍ସାହର ମାହୋଲ...

ନାମାଙ୍କନର ୯ ଘଣ୍ଟା ମଧ୍ୟରେ ଟିକେଟ କଟିଲା

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri