ସରକାରଙ୍କୁ କ୍ରଶର ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଖୋର୍ଦ୍ଧା ଖଣି-ଖାଦାନ ବେପାରରେ ଅପରାଧୀଙ୍କ ସମ୍ପୃକ୍ତିକୁ ନେଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ ଖୋଳତାଡ ଚଳାଇଛି। ବେଆଇନ ଖନନକାରୀ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ ଗିରଫ କରୁଛି। କ୍ରଶର ମାଲିକମାନଙ୍କୁ ସରକାର ‘ଓ୍ବାଇ’ ଫର୍ମ ଯୋଗାଇ ଦେଉନାହାନ୍ତି। ଫଳରେ ଅନେକ ପଥର ଖାଦାନ ନିଲାମଧାରୀ ଗୋଟିଏ ଏକର ଖୋଳିବାକୁ ଓ୍ବାଇ ଫର୍ମ ଜରିଆରେ ଅନୁମତି ଆଣି ବେଆଇନ ଭାବେ ୫ ଏକରରୁ ଊର୍ଦ୍ଧ୍ୱ ଖୋଳୁଛନ୍ତି। ଉଚିତ ଟଙ୍କା ଦେଇ ଖାଦାନରୁ କଞ୍ଚାମାଲ ଉଠାଉଥିଲେ ମଧ୍ୟ ଓ୍ବାଇ ଫର୍ମ ଅଭାବରୁ ଅନେକ କ୍ରଶରକୁ ବେଆଇନ ଘୋଷଣା କରାଯାଉଛି। ଗଞ୍ଜାମରେ ଏଭଳି ୧୫ରୁ ଊର୍ଦ୍ଧ୍ୱ କ୍ରଶର ମାଲିକ ଗିରଫ ହୋଇଛନ୍ତି। ଏଣୁ ବିପଦ ଆଶଙ୍କାରେ ଭୟଭୀତ ହୋଇ ଜୁଲାଇ ୨୭ରୁ ଖୋର୍ଦ୍ଧାର ଅନେକ କ୍ରଶର ବନ୍ଦ ହୋଇଯାଇଛି ବୋଲି ନିଖିଳ ଓଡ଼ିଶା ପଥର ମାଲିକ ଫେଡେରେଶନ କହିଛି। ସରକାର କଞ୍ଚାମାଲ ଯୋଗାଇବାରେ ଅବହେଳା କଲେ ୧୯୯୯ ପରି ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଂଘର ସଭାପତି ରାମଜାନ ଖାନ ଚେତାବନୀ ଦେଇଛନ୍ତି। ଏ ନେଇ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଖାନ କହିଛନ୍ତି, ପଥରର ଖନନ କାର୍ଯ୍ୟରେ ଅପରାଧୀଙ୍କ ସମ୍ପୃକ୍ତି ଘଟଣାରେ ଏସ୍‌ଟିଏଫର ତଦନ୍ତକୁ ସଂଘ ସ୍ବାଗତ କରୁଛି। ସାଧାରଣ ଲୋକର ଘରକାମ ଠାରୁ ଆରମ୍ଭ କରି ସରକାରଙ୍କର ଇନ୍ଦିରା ଆବାସ, ବିଜୁ ପକ୍କା ଘର, ମୋ କୁଡିଆ, ରୋଡ, ବିଲ୍ଡିଂ, ବ୍ରିଜ କାର୍ଯ୍ୟ ପାଇଁ ପଥର ଓ ଚିପସ ଆବଶ୍ୟକ। ଏଥିପାଇଁ କ୍ରଶର ଶିଳ୍ପ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ସରକାର ଏହି ବ୍ୟବସାୟକୁ ଚଳାଇବା ନେଇ ସୁବନ୍ଦୋବସ୍ତ ଆଇନ ଆଣୁନାହାନ୍ତି। ରାଜ୍ୟର ହଜାର ହଜାର ବେକାର ଯୁବକ ଏବଂ ଲକ୍ଷାଧିକ ଶ୍ରମିକ କ୍ରଶର ଶିଳ୍ପରେ କାମ କରି ଜୀବିକା ନିର୍ବାହ କରିପାରିବେ। ରାଜ୍ୟରେ ୨୨୦୦ କ୍ରଶର ଥିବାବେଳେ କେବଳ ଖୋର୍ଦ୍ଧାରେ ୪ ଶହ କ୍ରଶର ରହିଛି। ଖୋର୍ଦ୍ଧା ଜିଲାରେ ୪୦ ପ୍ରତିଶତ କ୍ରଶର ଶିଳ୍ପ ଜଗନ୍ନାଥଙ୍କ ଜମି ଉପରେ ଗଢି ଉଠିଛି। ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଏହି ଜମିର ଭଡାକୁ ବଢାଇବା ପରେ ବ୍ୟବସାୟୀ ଭଡା ଦେଇ ପାରୁ ନ ଥିବାରୁ କ୍ରଶର ଚଳାଇବା ଅସମ୍ଭବ ହେଉଛି। ଏହାକୁ ସରକାର କମ କରି ସହଯୋଗର ହାତ ବଢାଇଲେ କ୍ରଶର ଶିଳ୍ପ ସୁଚାରୁ ରୂପେ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri