ସରକାରଙ୍କୁ କ୍ରଶର ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଖୋର୍ଦ୍ଧା ଖଣି-ଖାଦାନ ବେପାରରେ ଅପରାଧୀଙ୍କ ସମ୍ପୃକ୍ତିକୁ ନେଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ ଖୋଳତାଡ ଚଳାଇଛି। ବେଆଇନ ଖନନକାରୀ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ ଗିରଫ କରୁଛି। କ୍ରଶର ମାଲିକମାନଙ୍କୁ ସରକାର ‘ଓ୍ବାଇ’ ଫର୍ମ ଯୋଗାଇ ଦେଉନାହାନ୍ତି। ଫଳରେ ଅନେକ ପଥର ଖାଦାନ ନିଲାମଧାରୀ ଗୋଟିଏ ଏକର ଖୋଳିବାକୁ ଓ୍ବାଇ ଫର୍ମ ଜରିଆରେ ଅନୁମତି ଆଣି ବେଆଇନ ଭାବେ ୫ ଏକରରୁ ଊର୍ଦ୍ଧ୍ୱ ଖୋଳୁଛନ୍ତି। ଉଚିତ ଟଙ୍କା ଦେଇ ଖାଦାନରୁ କଞ୍ଚାମାଲ ଉଠାଉଥିଲେ ମଧ୍ୟ ଓ୍ବାଇ ଫର୍ମ ଅଭାବରୁ ଅନେକ କ୍ରଶରକୁ ବେଆଇନ ଘୋଷଣା କରାଯାଉଛି। ଗଞ୍ଜାମରେ ଏଭଳି ୧୫ରୁ ଊର୍ଦ୍ଧ୍ୱ କ୍ରଶର ମାଲିକ ଗିରଫ ହୋଇଛନ୍ତି। ଏଣୁ ବିପଦ ଆଶଙ୍କାରେ ଭୟଭୀତ ହୋଇ ଜୁଲାଇ ୨୭ରୁ ଖୋର୍ଦ୍ଧାର ଅନେକ କ୍ରଶର ବନ୍ଦ ହୋଇଯାଇଛି ବୋଲି ନିଖିଳ ଓଡ଼ିଶା ପଥର ମାଲିକ ଫେଡେରେଶନ କହିଛି। ସରକାର କଞ୍ଚାମାଲ ଯୋଗାଇବାରେ ଅବହେଳା କଲେ ୧୯୯୯ ପରି ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଂଘର ସଭାପତି ରାମଜାନ ଖାନ ଚେତାବନୀ ଦେଇଛନ୍ତି। ଏ ନେଇ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଖାନ କହିଛନ୍ତି, ପଥରର ଖନନ କାର୍ଯ୍ୟରେ ଅପରାଧୀଙ୍କ ସମ୍ପୃକ୍ତି ଘଟଣାରେ ଏସ୍‌ଟିଏଫର ତଦନ୍ତକୁ ସଂଘ ସ୍ବାଗତ କରୁଛି। ସାଧାରଣ ଲୋକର ଘରକାମ ଠାରୁ ଆରମ୍ଭ କରି ସରକାରଙ୍କର ଇନ୍ଦିରା ଆବାସ, ବିଜୁ ପକ୍କା ଘର, ମୋ କୁଡିଆ, ରୋଡ, ବିଲ୍ଡିଂ, ବ୍ରିଜ କାର୍ଯ୍ୟ ପାଇଁ ପଥର ଓ ଚିପସ ଆବଶ୍ୟକ। ଏଥିପାଇଁ କ୍ରଶର ଶିଳ୍ପ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ସରକାର ଏହି ବ୍ୟବସାୟକୁ ଚଳାଇବା ନେଇ ସୁବନ୍ଦୋବସ୍ତ ଆଇନ ଆଣୁନାହାନ୍ତି। ରାଜ୍ୟର ହଜାର ହଜାର ବେକାର ଯୁବକ ଏବଂ ଲକ୍ଷାଧିକ ଶ୍ରମିକ କ୍ରଶର ଶିଳ୍ପରେ କାମ କରି ଜୀବିକା ନିର୍ବାହ କରିପାରିବେ। ରାଜ୍ୟରେ ୨୨୦୦ କ୍ରଶର ଥିବାବେଳେ କେବଳ ଖୋର୍ଦ୍ଧାରେ ୪ ଶହ କ୍ରଶର ରହିଛି। ଖୋର୍ଦ୍ଧା ଜିଲାରେ ୪୦ ପ୍ରତିଶତ କ୍ରଶର ଶିଳ୍ପ ଜଗନ୍ନାଥଙ୍କ ଜମି ଉପରେ ଗଢି ଉଠିଛି। ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଏହି ଜମିର ଭଡାକୁ ବଢାଇବା ପରେ ବ୍ୟବସାୟୀ ଭଡା ଦେଇ ପାରୁ ନ ଥିବାରୁ କ୍ରଶର ଚଳାଇବା ଅସମ୍ଭବ ହେଉଛି। ଏହାକୁ ସରକାର କମ କରି ସହଯୋଗର ହାତ ବଢାଇଲେ କ୍ରଶର ଶିଳ୍ପ ସୁଚାରୁ ରୂପେ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ମୋଦିଙ୍କ ଦୃଢ଼ୋକ୍ତି ପରେ ନବୀନଙ୍କ କାଉଣ୍ଟର: ‘ଦିନରେ ସ୍ବପ୍ନ ଦେଖୁଛି ଭାଜପା’

ଭୁବନେଶ୍ୱର,୬।୫: ଓଡ଼ିଶାରେ ଭାଜପା ସରକାର ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି ପରେ ଭିଡିଓ ଜାରି କରି କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ”ବହୁତ ଦିନ ହେଲା...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବାକୁ ଭାଜପାର ଇସ୍ତାହାର ପ୍ରତିଶ୍ରୁତି: ପାଣ୍ଡିଆନ

ଭୁବନେଶ୍ୱର, ୬।୫(ସୁନିତ୍‌ ମିଶ୍ର):ରାଜ୍ୟ ଭାଜପା ପ୍ରକାଶ କରିଥିବା ଇସ୍ତାହାରକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଟାର୍ଗେଟ କରିଛନ୍ତି। ଭାଜପା ଇସ୍ତାହାରରେ ଧାନର ସହାୟକ ମୂଲ୍ୟ...

ବିରୋଧୀମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସ ଦଳୀୟ ଲୋକ ସଭା ଓ ୫ ବିଧାନସଭା ପ୍ରାର୍ଥୀଙ୍କ ପାଇଁ...

ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୧୪ ଲକ୍ଷ ଟଙ୍କା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଜାମୁଡ଼ିହା ନିକଟରେ ସୋମବାର ପୂର୍ବାହ୍ନରେ ଏନ୍‌ଏଚ ୪୯ରେ ଆଜି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ଦୁଇ ଜଣ...

‘ଜୁନ ୯ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ’, ଘୋଷଣା କଲେ ପାଣ୍ଡିଆନ

କଳାହାଣ୍ଡି,୬।୫: ଜୁନ୍ ୯ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଇତିହାସ ରଚିବେ । ସୋମବାର ଭବାନୀପାଟଣା...

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri