ସରକାରଙ୍କ ସାମ୍ନାରେ ୬ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨-୧: ଏବେ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ ଦ୍ୱାରା ସାଧାରଣ ଲୋକଙ୍କଠାରୁ ବଜେଟ ନେଇ ମତାମତ ମାଗିଛନ୍ତି। ପ୍ରଧାନମନ୍ତ୍ରୀ ଅର୍ଥନୀତିଜ୍ଞ ଏବଂ ଶିଳ୍ପ କ୍ୟାପଟେନଙ୍କୁ ମଧ୍ୟ ଭେଟିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆର୍ଥତ୍କ ବିଶେଷଜ୍ଞ ଏବଂ ବ୍ୟାଙ୍କରଙ୍କ ସହ ଲଗାତର ଭାବେ ଆଲୋଚନା ଜାରି ରଖିଛନ୍ତି। ଆର୍ଥତ୍କ ମାନ୍ଦାବସ୍ଥା ଯୋଗୁ ଏବେ ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ରାଜକୋଷ ଖାଲି ହେଉଥିବାରୁ ସରକାର ଏହାକୁ ନେଇ ଚିନ୍ତାରେ ଅଛନ୍ତି। ରିଜର୍ଭ ବ୍ୟାଙ୍କଠାରୁ ୪୫ ହଜାର କୋଟି ଟଙ୍କା ଅନ୍ତରୀଣ ଲାଭାଂଶ ସରକାର ଆଶା ରଖିଥିବା ଶୁକ୍ରବାର ୨ ସରକାରୀ ଅଧିକାରୀ କହିଛନ୍ତି। ଏବେ ବେରୋଜଗାରୀ ହାର ସର୍ବୋଚ୍ଚ ସ୍ତରରେ ରହିଛି। ଏଭଳି ସ୍ଥଳେ ଆଗାମୀ ସାଧାରଣ ବଜେଟ ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।
୨୦୧୯-୨୦ର ସାଧାରଣ ବଜେଟ ଘୋଷଣା ପରେ ଅର୍ଥମନ୍ତ୍ରୀ ସୀତାରାମନ ଶିଳ୍ପଜଗତର ଦାବିକୁ ମାନିବା ସହ କର୍ପୋରେଟ ଟିକସ ହାର ୩୦%ରୁ ୨୨%କୁ କମାଇଦେଲେ। ଏହା ଦ୍ୱାରା ରାଜକୋଷ ଉପରେ ପ୍ରତିବର୍ଷ ୧.୫ ଲକ୍ଷ କୋଟି ଟଙ୍କାର ବୋଝ ପଡିବ। ଏଣୁ ଆଗାମୀ ବଜେଟରେ କର୍ପୋରେଟ ଟିକସ କ୍ଷେତ୍ରରେ ସରକାର କି ପ୍ରକାରର କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଏହାକୁ ଦେଖିଲେ ବଜେଟ ସରକାରଙ୍କ ଲାଗି ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି। ସେହିଭଳି ଅତିଧନୀଙ୍କ ଉପରେ ଟିକସ ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ମାତ୍ର ପରେ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରି ନେଇଛନ୍ତି। ବିଦେଶୀ ନିବେଶକ ଶେୟାର ବଜାରର ମୁଁହ ଫେରାଇବା ଆରମ୍ଭ କରିବାରୁ ସରକାର ଏହାକୁ ଦେଖି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଚାହିଁଲେ। ଏହି ନିଷ୍ପତ୍ତି ଦ୍ୱାରା ବିଦେଶୀ ନିବେଶକମାନେ ପୁଞ୍ଜି ବଜାରରୁ ନିବେଶ କରିଥିବା ସେମାନଙ୍କ ଅର୍ଥ ପ୍ରତ୍ୟାହାର କରି ନେଉଥିଲେ। ଏହାବାଦ ରାଜକୋଷକୁ ଏଥିରୁ ଆସିଥିବା ଅର୍ଥ ମଧ୍ୟ ହ୍ରାସ ହେବାର ସମ୍ଭାବନା ରହିଥିବାରୁ ସରକାର ଅତିଧନୀଙ୍କ ଉପରେ ଲାଗୁ ହେଉଥିବା ଟିକସ ନିଷ୍ପତ୍ତି ପ୍ରତ୍ୟାହାର କରି ନେଲେ।
ଷ୍ଟାର୍ଟଅପଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ଆଞ୍ଜେଲ ଟିକସକୁ ପ୍ରତ୍ୟାହାର କରାଯାଇଛି। ଏହାର ସୁବିଧା ନେବା ଲାଗି ଷ୍ଟାର୍ଟଅପଗୁଡିକୁ ଡିପିଆଇଆଇଟିରେ ପଞ୍ଜୀକରଣ କରିବାର ଆବଶ୍ୟକତା ରହିଛି। ଅପରପକ୍ଷରେ ସରକାର ସାମଗ୍ରୀ ଓ ସେବା ଟିକସରୁ ଯେତେ ପରିମାଣର ରାଜସ୍ବ ଆଶା ରଖିଥିଲେ ତାହା ହାସଲ କରିବା ଏବେ କଷ୍ଟକର ହେଉଛି। କର୍ପୋରେଟ ଟିକସ ହ୍ରାସ ପରେ ରାଜସ୍ବ ଅନେକ ମାତ୍ରାରେ କମିଛି। ସରକାର ମାସିକ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରାଜସ୍ବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯାହା ପ୍ରତି ମାସରେ ଆଦାୟ କରିବା କଷ୍ଟକର ହେଉଛି। ଏଭଳି ବିଭିନ୍ନ କାରଣ ପାଇଁ ବିତ୍ତୀୟ ନିଅଣ୍ଟ ବଢି ଯାଇଛି। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ପ୍ରୟାସ କରିଥିଲେ ମଧ୍ୟ ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟ ଟପି ଚାଲିଛି। ଆଗାମୀ ବଜେଟରେ ଏହାକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବା ଏକ ଚ୍ୟାଲେଞ୍ଜ।
ଚଳିତ ଆର୍ଥତ୍କ ବର୍ଷରେ ସରକାର ୧୯.୬ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ନେଇ ଲକ୍ଷ୍ୟ ରଖିଛନ୍ତି। ରାଜକୋଷ ଖାଲି ହେଉ ଥିବାରୁ ଏବେ ପାଣ୍ଠି ମିଳିବା କଷ୍ଟକର ହୋଇ ପଡୁଛି। ଏହାକୁ ଧ୍ୟାନରେ ରଖି ରିଜର୍ଭ ବ୍ୟାଙ୍କଠାରୁ ୪୫ ଟଙ୍କା ହଜାର କୋଟି ପାଇବା ଲାଗି ସରକାର ପୁଣି ଆଶା ରଖୁଛନ୍ତି। ସୂଚନାଯୋଗ୍ୟ ସରକାର ରିଜର୍ଭ ବ୍ୟାଙ୍କର ଅତିରିକ୍ତ ପୁଞ୍ଜି ମଧ୍ୟରୁ ୧.୭୬ ଲକ୍ଷ କୋଟି ପାଇବା ନେଇ ଚୂଡାନ୍ତ କରାଯାଇଛି। ପରିଶେଷରେ କହିବାକୁ ଗଲେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥାର ସମସ୍ୟାକୁ ଦୂର କରିବା ଏକ ବଡ ଚ୍ୟାଲେଞ୍ଜ। ଚାହିଦା କମିବା ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଆସିବାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଚାହିଦାକୁ ବଢାଇବା ଦିଗରେ ସରକାର ନିଜର ସମସ୍ତ ଉଦ୍ୟମ କରିବା ଆବଶ୍ୟକ ବୋଲି ବଜାର ବିଶେଷଜ୍ଞ କୁହନ୍ତି। ଲୋକଙ୍କ ନିକଟକୁ ଅଧିକ ପୁଞ୍ଜି ପ୍ରଦାନ ନେଇ ପ୍ରୟାସ ହେଉଥିଲେ ମଧ୍ୟ ଏହା ଏତେଟା ସଫଳ ହୋଇନାହିଁ। ଟିକସ ସ୍ଲାବ୍‌ ହ୍ରାସ ଏବଂ ପରିବର୍ତ୍ତନ ସରକାର କରିପାରନ୍ତି ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଭାରତୀୟ ମୁଦ୍ରାକୁ ବଡ଼ ଝଟ୍‌କା! ଡଲାର ତୁଳନାରେ ୫୬ ପଇସା ହ୍ରାସ ପାଇଲା ଟଙ୍କା

ନୂଆଦିଲ୍ଲୀ,୯।୬:  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘଟିବା ପରେ ଆମେରିକୀୟ ଡଲାର ଆହୁରି ପ୍ରଭାବଶାଳୀ ହୋଇଥିବାରୁ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri