ସମସ୍ୟା ଘେରରେ ପିବିକେ ଉଚ୍ଚ ବିଦ୍ୟାଳୟ: ୬୪୪ ଛାତ୍ରୀଛାତ୍ରଙ୍କୁ ୮ ଶ୍ରେଣୀଗୃହ

ବଅଁରପାଳ,୯।୮ (ଡିି.ଏନ୍‌.ଏ.)-ବଅଁରପାଳ ବ୍ଲକ ଅଫିସ ନିକଟରେ ଥିବା ପିବିକେ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟାରେ ଗତି କରୁଛି। ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନ ଥିବା ବେଳେ ଆବଶ୍ୟକ ଶ୍ରେଣୀ ଗୃହ ବି ନାହିଁ। ଏପରି କି ବେଞ୍ଚ ଓ ଡେସ୍କ ଅଭାବରୁ କେତେଜଣ ଛାତ୍ରୀଛାତ୍ରଙ୍କୁ ତଳେ ବସି ପଢ଼ିବାକୁ ପଡ଼ୁଛି। ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।
ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଉଚ୍ଚ ବିଦ୍ୟାଳୟ ୧୯୬୨ରେ ବିଜୟ କୁମାର ସିଂଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା। ତେବେ ୫୭ ବର୍ଷ ପୂରଣ କରିଥିବା ଏହି ପୁରାତନ ଉଚ୍ଚ ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ମଧ୍ୟରେ ରହିଥିଲେ ମଧ୍ୟ ଏହାର ଉନ୍ନତି ପ୍ରତି କାହାର ଦୃଷ୍ଟି ପଡ଼ୁନାହଁ। ଏଠାରେ ଷଷ୍ଠଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ୨୭୩ ଛାତ୍ରୀ ଓ ୩୭୧ ଛାତ୍ରଙ୍କୁ ମିଶାଇ ମୋଟ୍‌ ୬୪୪ ଜଣ ଅଧ୍ୟୟନ କରୁଛନ୍ତି। କିନ୍ତୁ ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କ ପାଇଁ ଅଛନ୍ତି ୧୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ। ତେବେ ଶ୍ରେଣୀ ଗୃହର ଅଭାବରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବହୁ ଅସୁବିଧା ହେଉଛି। ଅଷ୍ଟମ ଶ୍ରେଣୀ ପାଇଁ ୨ଟି ସେକ୍ସନ, ନବମ ଶ୍ରେଣୀ ପାଇଁ ୩ଟି ସେକ୍ସନ, ୧୦ମ ଶ୍ରେଣୀ ପାଇଁ ଦୁଇଟି, ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ଗୋଟିଏ ଲେଖାଏ ଶ୍ରେଣୀ ଗୃହ ରହିଛି। ୯ମ ଶ୍ରେଣୀରେ ୨୦୬ ଜଣ ଓ ୧୦ମ ଶ୍ରେଣୀରେ ୧୭୭ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେହିପରି ଏହି କୋଠରି ଗୁଡ଼ିକ ମଧ୍ୟରୁ କେତେକ ମରାମତି ଅଭାବରୁ ଶୋଚନୀୟ ଅବସ୍ଥାକୁ ଆସିଗଲାଣି। ଏଠାରେ ୧୬ ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ୧୩ ଜଣ ରହିଛନ୍ତି। ଦୀର୍ଘ ଦିନ ହେଲା ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ତେଣୁ ସହକାରୀ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି। ପ୍ରଧାନ ଶିକ୍ଷକ ନ ଥିବାରୁ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଡେସ୍କ ଓ ବେଞ୍ଚ ଅଭାବ ଯୋଗୁ କେତେଜଣ ଛାତ୍ରୀଛାତ୍ର ଚଟାଣରେ ବସି ପଢ଼ୁଥିବା ଦେଖିବାକୁ ମିଳୁଛି। ସେହିପରି ଏଠାରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ, ତୃତୀୟ ଭାଷା ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା, ପ୍ରଯୁକ୍ତି ବିଦ୍ୟା ଟ୍ରାଭେଲ୍‌ ଟୁରିଜିମ୍‌ ବ୍ୟବସ୍ଥା ସହ ବିଜ୍ଞାନଗାର ମଧ୍ୟ ଏହି ବିଦ୍ୟାଳୟରେ ଖୋଲା ଯାଇଛି। ଏହି ସବୁ ବ୍ୟବସ୍ଥା ଥିଲେ ମଧ୍ୟ କୋଠରିର ଅଭାବ ରହିଛି। ସ୍କୁଲ ସମୟରେ ଯଦି କୌଣସି କାର୍ଯ୍ୟକ୍ରମ କରାଯାଉଛି ତେବେ କୌଣସି ଗୋଟିଏ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପଢ଼ା ବନ୍ଦ କରାଯାଇ ସେହି ଗୃହରେ ଉକ୍ତ କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳୁଛି।
ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁଷ୍ମନ୍ତ କୁମାର ସେନାପତି କୁହନ୍ତି, ଶ୍ରେଣୀ ଗୃହ ଅଭାବରୁ ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଧାନ ଶିକ୍ଷକ ପଦବୀ ଦୀର୍ଘ ଦିନ ହେଲା ଖାଲି ରହିଛି। ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନାହାନ୍ତି। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେହିପରି ବଅଁରପାଳ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ମନୋରମା ମାଝି କୁହନ୍ତି, ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପୂର୍ବରୁ ଆମ ପାଖରେ ଅଭିଯୋଗ ହୋଇଛି। ସ୍କୁଲର ଉନ୍ନତି ପାଇଁ ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମଘନ ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ…

Budget 2026: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri