ସବୁଜ କଟକ, ଫିଲିଗ୍ରୀ ହବ୍‌ ହେବ ମୁଖ୍ୟ ପ୍ରସଙ୍ଗ: ସୋଫିଆ

କଟକ,୧୨ା୫(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ ପେଶାରେ ଇଞ୍ଜିନିୟର। ଏବେ ସେ ନୂଆକରି ରାଜନୀତିରେ ପାଦ ଥାପିଛନ୍ତି। ନିଜ ସଫଳତାକୁ ନେଇ ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଜନୀତିରେ ସୋଫିଆଙ୍କ ସ୍ବପ୍ନ ଓ ଯୋଜନା କ’ଣ ରହିଛି, ତାହାକୁ ନେଇ କିଛି ପ୍ରଶ୍ନ…

ଆପଣଙ୍କ ନିର୍ବାଚନୀ ପ୍ରସଙ୍ଗ କ’ଣ ରହିଛି?
କଟକର ସାମଗ୍ରିକ ବିକାଶ ହେଉଛି ମୋର ମୂଳ ଲକ୍ଷ୍ୟ। ସେଥିମଧ୍ୟରୁ ୩/୪ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଇ କାମ କରିବି। ବରିଷ୍ଠ ନାଗରିକ, ମହିଳା, ଯୁବକଙ୍କ ପାଇଁ ମୋର କିଛି ନିର୍ଦ୍ଦିଷ୍ଟ ଯୋଜନା ରହିଛି। ସିଡିଏରେ ଫ୍ରି ହୋଲ୍ଡ କାର୍ଯ୍ୟକାରୀ ହୋଇପାରିନି। ନିର୍ବାଚନ ଜିତିଲେ ସିଡିଏକୁ ଫ୍ରି ହୋଲ୍ଡ କରାଇବା ମୁଖ୍ୟ କାର୍ଯ୍ୟ ରହିବ। ସହରର ସମସ୍ତ ଅଞ୍ଚଳରେ ସିସିଟିଭି କ୍ୟାମେରା ଲାଗିବାକୁ ଗୁରୁତ୍ୱ ଦେବା ସହ ମହିଳାଙ୍କ ପାଇଁ ସ୍ବତନ୍ତ୍ର କ୍ଲବ ବ୍ୟବସ୍ଥା ଦିଗରେ ପ୍ରାଥମିକତାର ସହ କାର୍ଯ୍ୟ କରିବି। ଏଥିସହ ସହରରେ ଗତ ୫ ବର୍ଷରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ମୁଖ୍ୟ ପ୍ରସଙ୍ଗ ରହିବ।

ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବାକୁ ଚାହୁଁଛନ୍ତି?
କଟକର ଭୋଟରମାନେ ବହୁ ଶିକ୍ଷିତ ଓ ବୁଦ୍ଧିଶାଳୀ। ଭୋଟରଙ୍କୁ ଜଣେ ଏପରି ବିଧାୟକ ଦରକାର ଯେ କି ତାଙ୍କ କଥା ବୁଝିବ ଓ ତାଙ୍କ ସୁବିଧା ପାଇଁ କାର୍ଯ୍ୟ କରିବ। ମୋ ବାପା ଇଂ. ମହମ୍ମଦ ମୋକିମ ସବୁବେଳେ ଭୋଟରଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ବାପାଙ୍କ ସାଙ୍ଗରେ ମୁଁ ମଧ୍ୟ ଭୋଟରଙ୍କ ସହ ଯୋଡ଼ି ହୋଇପାରିଛି। ମହିଳା, ଯୁବକ ଓ ଅନ୍ୟ ଲୋକଙ୍କ ପାଇଁ କାମ କରିବି।

ମତଦାତାଙ୍କୁ କ’ଣ ସବୁ ପ୍ରତିଶ୍ରୁତି ଦେବେ?
ମୋ ବାପା ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିଛନ୍ତି। ନିର୍ବାଚନ ଜିତିଲେ ଯେଉଁସବୁ କାମ ଅଧାରେ ରହିଛି ତାହାକୁ ପୂରଣ କରିବି। ବିଶେଷକରି ସିଡିଏ ପେଟାନାଳ କାର୍ଯ୍ୟ, ସିଡିଏକୁ ଫ୍ରି ହୋଲ୍ଡ, ସିଡିଏରେ ଦୁଇ ହଜାର ଲୋକ ବସିବା ଭଳି କଲ୍ୟାଣ ମଣ୍ଡପ ନିର୍ମାଣ, ବରିଷ୍ଠ ନାଗରିକଙ୍କ ପାଇଁ ଲାଇବ୍ରେରୀ, କଟକ ସହରର ସୌନ୍ଦର୍ଯ୍ୟକରଣ, ଇଣ୍ଡିଆନ ଗ୍ରୀନ୍‌ସିଟି କାଉନ୍‌ସିଲ୍‌ର ଏକ ଟିମ୍‌ କଟକରେ ସର୍ଭେ କରି ଏହାକୁ ସବୁଜ କଟକରେ ପରିଣତ କରିବା, ବକ୍ସଡ୍ରେନ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ, ରୁପା ତାରକସି କାମ ନେଇ ଫିଲିଗ୍ରୀ ହବ୍‌ ତିଆରି କରିବା ପାଇଁ ପ୍ରତିଶ୍ରୁତି ଦେବି।

ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି?
ଭୋଟରଙ୍କ ସହ ବହୁ ଭଲ ଭାବେ ଯୋଡ଼ି ହୋଇପାରିଛି। ମୋକିମ ଫାଉଣ୍ଡେଶନ ଦ୍ୱାରା ସାମାଜିକ କାର୍ଯ୍ୟ କରିଆସୁଛି। ଲୋକମାନେ ମୋତେ ନିଜ ଝିଅ ଓ ଭଉଣୀ ଭଳି ଭାବୁଛନ୍ତି। କଟକରେ ପୂର୍ବରୁ ସ୍ବର୍ଗତ ନନ୍ଦିନୀ ଶତପଥୀ ଯେଉଁ କାମ କରିଛନ୍ତି, ଠିକ୍‌ ସେହିପରି ଏବେ ଲୋକ ମୋତେ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଲୋକଙ୍କୁ ସମ୍ମାନ ଦେଇଆସିଛି ଏବଂ ଲୋକେ ମୋତେ ସମର୍ଥନ କରିବେ ବୋଲି ଆଶା ରହିଛି।

ଆପଣଙ୍କ ସହ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ଯେଉଁଦିନ ରାଜନୀତିରେ ପାଦ ଥାପିଲି ସେଦିନ ଭାବିଥିଲି କଟକରେ ଜୋରଦାର ଲଢ଼େଇ ହେବ। କିନ୍ତୁ ଲୋକଙ୍କ ସହ ମିଶିଲା ପରେ ପ୍ରତିଦ୍ୱନ୍ଦ୍ୱିତା ହେବ ନାହିଁ ବୋଲି ସ୍ପଷ୍ଟ ହୋଇପାରିଛି। ଗଣତନ୍ତ୍ରରେ ପ୍ରତିଦ୍ୱନ୍ଦି ରହିବା ସ୍ବାଭାବିକ୍‌। ହେଲେ କଟକରେ ଲୋକଙ୍କ ନିକଟତ୍ତର ହେବା ପରେ ନିର୍ବାଚନ ଏକ ତରଫା ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri