ସତ୍‌ କହେଲେ ଭାରପ୍ରାପ୍ତ ଚିକିତ୍ସା ଅଧ୍‌କାରୀ; ଧରାପଡ଼ଲା ପିଏଚ୍‌ଇଓକଁର ମିଛ୍‌

ଲୋଇସିଂହା,୨୦।୬(ଡି.ଏନ.ଏ)  ସୁଆସ୍‌ତିଅ ସଚେତନତାର ଲାଗି ସରକାର ଲାଖ୍‌ ଲାଖ୍‌ ଟଁକା ପାଏନ୍‌ ମିତାର ଖରଚ୍‌ କରୁଛନ୍‌। ହେଲେ ବିଭାଗୀୟ ଅଧ୍‌କାରୀ, କରମ୍‌ଚାରୀମାନକର ଅବହେଲରୁ ସୁଆସ୍‌ତିଅ ସଚେତନତା କାଯ୍‌କରମ ଜନସାଧାରନକଁର ପାସକେ ପୁହୁଁଚି ନାଇଁ ପାରବାର। ଇଆଡ଼େ ସଚେତନତା ଅଭାବୁ ଗାଁଗଁଡ଼ାମାନକେ ନାନା ପରକାର ସୁଆସ୍‌ତିଅ ସମସିଆ ବଢ଼ି ଚାଲିଥିବାର ଅଭିଯୋଗ ହେଉଛେ। ଗଲା ୧୭ ତାରିଖ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ହେବାକେ ଥିବାର ଆଇଡିସିଏମ୍‌ କାଯ୍‌କରମ ନାଇଁ ହେଇଥିବାର ଅଭିଯୋଗ ହେଇଥିଲା। ଇ ବାବ୍‌ଦେ ମଙ୍ଗଲବାର ସୁଆସ୍‌ତିଅ କେନ୍ଦ୍ରର ଚିକିତ୍ସା ଅଧ୍‌କାରୀ ସ୍ମିତା ଶତପଥୀକୁଁ ପଚରାଲାରୁ ସେଦିନ ମୁଇଁ ବଲାଙ୍ଗୀର କାଯ୍‌କରମରେ ଉପସ୍ଥିତ ଥିଲି। ଇ ବିଷେରେ ପିଏଚ୍‌ଇଓକୁଁ ବୁଝି କହିପାରମି ବଲି ସେ କହିଥିଲେ। ଇଆଡ଼େ ଘଟନା ବାବ୍‌ଦେ ପିଏଚ୍‌ଇଓ ରମେଶ ସାହୁକୁଁ ପଚରାଲାରୁ ସୁଆସ୍‌ତିଅ ଅଧ୍‌କାରୀକଁର ଉପସ୍ଥିତିରେ କାଯ୍‌କରମ ହେଇଥିବାର ସେ କହିଥିଲେ। ଅଭିଯୋଗ ହେଲା ଉତାରୁ ବୁଧବାର ବିଭାଗ ତରଫୁ ସ୍ବାସ୍ଥ୍ୟ କେନ୍ଦ୍ରର ସଭା କୁଠିଥି କେତେ ଆଶା କରମୀକୁଁ ଠୁଲେଇ ସେ କାଯ୍‌କରମ ହେଇଥିବାର ବୁଧିଜୀବୀ ମହଲରେ ଗୁଟେ ଚରଚାର ବିଷେ ହେଇଛେ। ଆଗ୍‌କେ ବରଷା ଦିନ୍‌ ମାଡ଼ି ଆସୁଛେ। ଇତାକେ ଦୁରୁଷ୍‌ଟିରେ ରଖି ଜଲବାହିତ ରୋଗ୍‌କେ ଆଏତେ ରଖବାର ଲାଗି ସୁଆସ୍‌ତିଅ କରମଚାରୀ ଆର ଜନସାଧାରନକୁଁ ନେଇ ଇ କାଯ୍‌କରମ ପାଲନ କରବାର ମୁଖିଆ ଉଦେଶ୍‌। ୧୭ ଜୁନରୁ ୧୬ ଜୁଲାଇ ତକ୍‌ ଆଶା କରମୀମାନେ ଘରକେ ଘର ବୁଲି ସଚେତନତା ସୁରୁଷ୍‌ଟି କରବାର ସଂଗେ ଓଆର୍‌ଏସ୍‌ ପାଉଡର, ପିଇଲା ପାଏନ୍‌ ବିଶୋଧନ ଲାଗି ଉଷୋ ବାଁଟ୍‌ବେ। ହେଲେ ବିଭାଗୀୟ କରମ୍‌ଚାରୀକଁର ଅବହେଲାରୁ ଏନ୍‌ତା ଅନେକ୍‌ ସୁଆସ୍‌ତିଅ ସଚେତନତା କାଯ୍‌କରମ ଖାଲି କାଗଜ କଲମରେ ପାଲିତ ହେଉଥିବାର ଅଭିଯୋଗ ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri