Posted inଖେଳ

ସଞ୍ଜିତାଙ୍କ ଉପରୁ ଡୋପିଂ ମାମଲା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୦।୬(ପି.ଟି.): ଭାରତୀୟ ମହିଳା ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କ ଉପରେ ଲାଗୁ କରାଯାଇଥିବା ଡୋପିଂ ମାମଲା ପ୍ରତ୍ୟାହାର କରାଯାଇଛି। ଅନ୍ତର୍ଜାତୀୟ ଓ୍ବେଟ ଲିଫ୍ଟିଂ ଫେଡେରେଶନ (ଆଇଡବ୍ଲ୍ୟଏଫ୍‌) ତାଙ୍କ ସବୁ ମାମଲା ପ୍ରତ୍ୟାହାର କରିଛି। ତାଙ୍କ ନମୁନାରେ ଏକ ରୂପତା ନ ଥିଲା। ଅର୍ଥାତ୍‌ ତାଙ୍କ ନମୁନାକୁ ନେଇ ମତଭେଦ ଥିବାରୁ ଶେଷରେ ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ତାଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବାକୁ ସୁପାରିସ୍‌ କରିଥିଲା। ସୁପାରିସ୍‌ ଅନୁସାରେ ଆଇଡବ୍ଲ୍ୟୁଏଫ୍‌ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏଥିପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ସଞ୍ଜିତା ଆଇଡବ୍ଲ୍ୟୁଏଫ୍‌ କ୍ଷମା ମାଗୁ ଓ କ୍ଷତିପୂରଣ ଦେଉ ବୋଲି ଦାବି କରିଛନ୍ତି। ୨୬ ବର୍ଷୀୟା ଚାନୁ ଆରମ୍ଭରୁ ନିର୍ଦ୍ଦୋଷ ବୋଲି ଦାବି କରିଆସୁଥିଲେ। ତାଙ୍କ ଆଇଡବ୍ଲ୍ୟୁଏଫ୍‌ ଇ-ମେଲ ଜରିଆରେ ଅନ୍ତିମ ନିଷ୍ପତ୍ତି ନେଇ ଅବଗତ କରିଛି। ଏଥିରେ ଆଇଡବ୍ଲ୍ୟୁଏଫ୍‌ ଲିଗାଲ କନସେଲ ଲିଲା ସାଗିଙ୍କ ସ୍ବାକ୍ଷର ରହିଛି।
ଚାନୁଙ୍କ ନମୁନା ବିଶ୍ଳେଷଣ ବେଳେ ଏକରୂପତା ଦେଖିବାକୁ ମିଳି ନ ଥିଲା। ଫଳରେ ଆଇଡବ୍ଲ୍ୟୁଏଫ୍‌ ତାଙ୍କ ବିରୋଧରୁ ସବୁ ଡୋପିଂ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବା ସହ ସବୁ ମାମଲାକୁ ସମାପ୍ତ କରିଛି। ସବୁ ଡୋପିଂ ଚାର୍ଜରୁ ବାଦ୍‌ ପଡିଥିବାରୁ ଚାନୁ ଏ ନେଇ ଖୁସି ଜାହିର କରିଛନ୍ତି। ତେବେ ଇତିମଧ୍ୟରେ କେତୋଟି ସୁଯୋଗ ହରାଇଛି ଓ ମାନସିକ ଯନ୍ତ୍ରଣା ପାଇଛି। ଏଥିପାଇଁ ଦାୟୀ କିଏ ରହିବ ବୋଲି ଚାନୁ ପ୍ରଶ୍ନ କରିଛନ୍ତି। ଅନ୍ତିମ ନିଷ୍ପତ୍ତି ନେବା ପୂର୍ବରୁ ଜଣେ ଆଥଲେଟକୁ ସସ୍‌ପେଣ୍ଡ କରାଯିବା ନିହାତି ଦୁର୍ଭାଗ୍ୟଜନକ। ଏଥିପାଇଁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାର ସୁଯୋଗ ମଧ୍ୟ ହରାଇଛି। ଏଥି ପାଇଁ କିଏ ଦାୟୀ ରହିବ ବୋଲି ସେ କହିଛନ୍ତି। ଏହା ଏକ ଜୋକ୍‌ରେ ପରିଣତ ହୋଇଛି। ଜଣେ ଆଥଲେଟ୍‌ର କ୍ୟାରିୟର ନେଇ ଆଇଡବ୍ଲ୍ୟୁଏଫ୍‌ ଆଦୌ ସଚେତନ ନୁହଁ। ଅଲିମ୍ପିକ୍‌ ସୁଯୋଗରୁ ଆଇଡବ୍ଲ୍ୟୁଏଫ୍‌ ମୋତେ ବଞ୍ଚିତ କରିଛି ବୋଲି ସେ ଅଭିଯୋଗ ଆଣିଛନ୍ତି।
ଉଲ୍ଲେଖଥାଉ କି, ୨୦୧୭ ନଭେମ୍ବରରେ ଆମେରିକାରେ ବିଶ୍ୱ ଚାମ୍ପିୟନଶିପ୍‌ ଆୟୋଜନ ହେବା ପୂର୍ବରୁ ୟୁନାଇଟେଡ ଷ୍ଟେଟ୍ସ ଆଣ୍ଟି ଡୋପିଂ ଏଜେନ୍ସି (ୟୁଏସ୍‌ଏଡିଏ) ତରଫରୁ ଏକ ଡୋପ୍‌ ଟେଷ୍ଟ ହୋଇଥିଲା। ଏଥିରେ ମଣିପୁରର ଏହି ଆଥଲେଟଙ୍କ ନମୁନାରେ ଆନୋବୋଲି ଷ୍ଟେରଏଡ ଥିଲା ଓ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri