ସକାଳୁ ଯୋଗ କରେ

ମୈତ୍ରୀ ମୋନାଲି ପ୍ରଧାନ। ମଡେଲିଂ କ୍ୟାରିୟରରେ କାର୍ଯ୍ୟ କରୁଥିବା ମୈତ୍ରୀ ଓଡ଼ିଶା ତଥା ଦେଶ ବିଦେଶରେ ବିଭିନ୍ନ ବିୟୁଟି ପିଜାଣ୍ଟରେ ଭାଗ ନେଇ ଟାଇଟଲ ହାସଲ କରିଛନ୍ତି। ସେ ପ୍ରଥମେ ୨୦୧୬ରେ କିଟ୍‌ ନହ୍ନିପରୀ ଲିଟିଲ ମିସ୍‌ ଇଣ୍ଡିଆ ଟାଇଟଲ ହାସଲ କରିଥିଲେ। ଏହା ପରେ ସେ ବିଗ୍‌ବଜାରର ‘ରୂପଶ୍ରୀ ରଜ’ ଟାଇଟଲ, ମିସ୍‌ ଟିନ୍‌ ଇଣ୍ଟରନ୍ୟାଶନାଲରେ ତୃତୀୟ ରନର୍ସଅପ୍‌ ସହିତ ବେଷ୍ଟ ନ୍ୟାଶନାଲ କଷ୍ଟ୍ୟୁମ ଓ ବେଷ୍ଟ ଟ୍ୟାଲେଣ୍ଟ ଟାଇଟଲ, ମିସ୍‌ ଇକୋ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ୨୦୧୮ ବିଜେତା ସହିତ ବେଷ୍ଟ ଟ୍ୟାଲେଣ୍ଟ ଓ ମିସ୍‌ ବଡି ବିୟୁଟିଫୁଲ ଟାଇଟଲ ହାସଲ କରିଛନ୍ତି। ମୈତ୍ରୀ ନିଜ ଫିଟ୍‌ନେସ୍‌ ଉପରେ ସୁବୁବେଳେ ଧ୍ୟାନ ଦିଅନ୍ତି। ସକାଳୁ ଉଠି ଦାନ୍ତ ଘଷିବା ପୂର୍ବରୁ ଦୁଇ ଗ୍ଲାସ୍‌ ପାଣି ପିଅନ୍ତି। ଦାନ୍ତ ଘଷିବା ପରେ ୫ଟି ଆଲମଣ୍ଡ୍‌ସ ଖାଇଥାନ୍ତି। ସକାଳୁ ପ୍ରାୟ ଏକ ଘଣ୍ଟା ଯୋଗ ଓ ପ୍ରାଣାୟାମ କରିଥାନ୍ତି। ବ୍ରେକ୍‌ଫାଷ୍ଟ୍‌ରେ କେବେ ଓଟ୍‌ସ ଖାଆନ୍ତି ତ ଆଉ କେବେ କର୍ନଫ୍ଲେକ୍ସ ଖାଇଥାନ୍ତି। ଲଞ୍ଚ୍‌ରେ ବ୍ରାଉନ ରାଇସ୍‌ ସହିତ ଚିକେନ୍‌, ପନିର ଖାଇଥାନ୍ତି। ସନ୍ଧ୍ୟାବେଳେ ଜୁସ୍‌ କିମ୍ବା କିଛି ଫଳ ଖାଆନ୍ତି। ଡିନର ଶୀଘ୍ର କରନ୍ତି। ଡିନରରେ ଦୁଇଟି ରୋଟି, ଡାଲି କିମ୍ବା ଚିକେନ ଖାଇଥାନ୍ତି। ତେବେ ଲଞ୍ଚ୍‌ ଓ ଡିନରରେ ଗ୍ରୀନ୍‌ ସାଲାଡ୍‌ ଖାଇଥାନ୍ତି। ସପ୍ତାହକୁ ୩ଦିନ ଡ୍ୟାନ୍ସ ପ୍ରାକ୍ଟିସ କରନ୍ତି। ଦିନକୁ ଦେଢ଼ ଘଣ୍ଟାଏ ସମୟର ସେ ଡ୍ୟାନ୍ସ କରନ୍ତି। ତେଲଯୁକ୍ତ, ମସଲାଯୁକ୍ତ ଓ ଜଙ୍କ୍‌ ଫୁଡ୍‌ଠାରୁ ସେ ସମ୍ପୂର୍ଣ୍ଣ ଭାବେ ଦୂରେଇ ରୁହନ୍ତି। ସପ୍ତାହରେ ଥରେ କିମ୍ବା ମାସରେ ଦୁଇଥର ବାହାରେ ଖାଏ ଓ ଅନ୍ୟ ସବୁବେଳେ ଘରୋଇ ଓ ସୁସ୍ଥ ଖାଦ୍ୟ ଖାଇବାକୁ ପସନ୍ଦ କରେ ବୋଲି କୁହନ୍ତି ମୈତ୍ରୀ। ଲୁଣ ଓ ଚିନି କମ୍‌ ଖାଆନ୍ତି। ମୈତ୍ରୀଙ୍କ ମତରେ ସମସ୍ତେ ଫିଟ୍‌ ରହିବା ଆବଶ୍ୟକ। ଆମେ ଫିଟ୍‌ ରହିଲେ ଫୂର୍ତ୍ତି ରହିବା ଓ ସବୁ କାମ ସହଜରେ କରିପାରିବା। ବୟସ ଯେତେ ବଢ଼େ ଆମର ହାଡ଼ ଓ ମାଂସପେଶୀ ଦୁର୍ବଳ ହୋଇ ଚାଲେ। ତେଣୁ ଦିନକୁ ଯଦି ଆମେ ଏକ ଯେ କୌଣସି ଏକ୍ସରସାଇଜ କରିବା ତେବେ ହେଲ୍‌ଦି ଓ ଲଙ୍ଗ୍‌ ଲାଇଫ୍‌ ପାଇବା ବୋଲି ମୈତ୍ରୀ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri