ସକାଳୁ ଯୋଗ କରେ

ମୈତ୍ରୀ ମୋନାଲି ପ୍ରଧାନ। ମଡେଲିଂ କ୍ୟାରିୟରରେ କାର୍ଯ୍ୟ କରୁଥିବା ମୈତ୍ରୀ ଓଡ଼ିଶା ତଥା ଦେଶ ବିଦେଶରେ ବିଭିନ୍ନ ବିୟୁଟି ପିଜାଣ୍ଟରେ ଭାଗ ନେଇ ଟାଇଟଲ ହାସଲ କରିଛନ୍ତି। ସେ ପ୍ରଥମେ ୨୦୧୬ରେ କିଟ୍‌ ନହ୍ନିପରୀ ଲିଟିଲ ମିସ୍‌ ଇଣ୍ଡିଆ ଟାଇଟଲ ହାସଲ କରିଥିଲେ। ଏହା ପରେ ସେ ବିଗ୍‌ବଜାରର ‘ରୂପଶ୍ରୀ ରଜ’ ଟାଇଟଲ, ମିସ୍‌ ଟିନ୍‌ ଇଣ୍ଟରନ୍ୟାଶନାଲରେ ତୃତୀୟ ରନର୍ସଅପ୍‌ ସହିତ ବେଷ୍ଟ ନ୍ୟାଶନାଲ କଷ୍ଟ୍ୟୁମ ଓ ବେଷ୍ଟ ଟ୍ୟାଲେଣ୍ଟ ଟାଇଟଲ, ମିସ୍‌ ଇକୋ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ୨୦୧୮ ବିଜେତା ସହିତ ବେଷ୍ଟ ଟ୍ୟାଲେଣ୍ଟ ଓ ମିସ୍‌ ବଡି ବିୟୁଟିଫୁଲ ଟାଇଟଲ ହାସଲ କରିଛନ୍ତି। ମୈତ୍ରୀ ନିଜ ଫିଟ୍‌ନେସ୍‌ ଉପରେ ସୁବୁବେଳେ ଧ୍ୟାନ ଦିଅନ୍ତି। ସକାଳୁ ଉଠି ଦାନ୍ତ ଘଷିବା ପୂର୍ବରୁ ଦୁଇ ଗ୍ଲାସ୍‌ ପାଣି ପିଅନ୍ତି। ଦାନ୍ତ ଘଷିବା ପରେ ୫ଟି ଆଲମଣ୍ଡ୍‌ସ ଖାଇଥାନ୍ତି। ସକାଳୁ ପ୍ରାୟ ଏକ ଘଣ୍ଟା ଯୋଗ ଓ ପ୍ରାଣାୟାମ କରିଥାନ୍ତି। ବ୍ରେକ୍‌ଫାଷ୍ଟ୍‌ରେ କେବେ ଓଟ୍‌ସ ଖାଆନ୍ତି ତ ଆଉ କେବେ କର୍ନଫ୍ଲେକ୍ସ ଖାଇଥାନ୍ତି। ଲଞ୍ଚ୍‌ରେ ବ୍ରାଉନ ରାଇସ୍‌ ସହିତ ଚିକେନ୍‌, ପନିର ଖାଇଥାନ୍ତି। ସନ୍ଧ୍ୟାବେଳେ ଜୁସ୍‌ କିମ୍ବା କିଛି ଫଳ ଖାଆନ୍ତି। ଡିନର ଶୀଘ୍ର କରନ୍ତି। ଡିନରରେ ଦୁଇଟି ରୋଟି, ଡାଲି କିମ୍ବା ଚିକେନ ଖାଇଥାନ୍ତି। ତେବେ ଲଞ୍ଚ୍‌ ଓ ଡିନରରେ ଗ୍ରୀନ୍‌ ସାଲାଡ୍‌ ଖାଇଥାନ୍ତି। ସପ୍ତାହକୁ ୩ଦିନ ଡ୍ୟାନ୍ସ ପ୍ରାକ୍ଟିସ କରନ୍ତି। ଦିନକୁ ଦେଢ଼ ଘଣ୍ଟାଏ ସମୟର ସେ ଡ୍ୟାନ୍ସ କରନ୍ତି। ତେଲଯୁକ୍ତ, ମସଲାଯୁକ୍ତ ଓ ଜଙ୍କ୍‌ ଫୁଡ୍‌ଠାରୁ ସେ ସମ୍ପୂର୍ଣ୍ଣ ଭାବେ ଦୂରେଇ ରୁହନ୍ତି। ସପ୍ତାହରେ ଥରେ କିମ୍ବା ମାସରେ ଦୁଇଥର ବାହାରେ ଖାଏ ଓ ଅନ୍ୟ ସବୁବେଳେ ଘରୋଇ ଓ ସୁସ୍ଥ ଖାଦ୍ୟ ଖାଇବାକୁ ପସନ୍ଦ କରେ ବୋଲି କୁହନ୍ତି ମୈତ୍ରୀ। ଲୁଣ ଓ ଚିନି କମ୍‌ ଖାଆନ୍ତି। ମୈତ୍ରୀଙ୍କ ମତରେ ସମସ୍ତେ ଫିଟ୍‌ ରହିବା ଆବଶ୍ୟକ। ଆମେ ଫିଟ୍‌ ରହିଲେ ଫୂର୍ତ୍ତି ରହିବା ଓ ସବୁ କାମ ସହଜରେ କରିପାରିବା। ବୟସ ଯେତେ ବଢ଼େ ଆମର ହାଡ଼ ଓ ମାଂସପେଶୀ ଦୁର୍ବଳ ହୋଇ ଚାଲେ। ତେଣୁ ଦିନକୁ ଯଦି ଆମେ ଏକ ଯେ କୌଣସି ଏକ୍ସରସାଇଜ କରିବା ତେବେ ହେଲ୍‌ଦି ଓ ଲଙ୍ଗ୍‌ ଲାଇଫ୍‌ ପାଇବା ବୋଲି ମୈତ୍ରୀ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri