ସଂସାର ଉଜାଡ଼ିଲା ସ୍ବାମୀ:ମେଡିକାଲ ଯିବା ପୂର୍ବରୁ ସ୍ତ୍ରୀଙ୍କୁ ହତ୍ୟା

ରାସୋଳ,୨୦ା୮(ଡି.ଏନ.ଏ.)କିଡ୍‌ନୀ ରୋଗରେ ପୀଡ଼ିତ ସ୍ବାମୀଙ୍କୁ ବଞ୍ଚାଇବାକୁ ଟଙ୍କା ଯୋଗାଡ଼ କରୁଥିବା ସ୍ତ୍ରୀକୁ ହାଣି ହତ୍ୟା କରିଛି ସ୍ବାମୀ। ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳରେ ସୋମବାର ଘଟିଛି ଏପରି ଏକ ଅଭାବନୀୟ ଘଟଣା। ମାନସିକ ଭାରସାମ୍ୟ ହରାଇ ଭୋର୍‌ ସମୟରେ ରୋଗଗ୍ରସ୍ତ ସ୍ବାମୀ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି। ତେବେ ଆକ୍ରମଣରୁ ବର୍ତ୍ତିଯାଇଛନ୍ତି ୯ ବର୍ଷର ଝିଅ ଓ ୫ ବର୍ଷର ପୁଅ। ଉଭୟ ଏବେ ଜେଜେମା’ଙ୍କ ନିକଟରେ ଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।
ଘଟଣାରୁ ଜଣାପଡିଛି, ରାସୋଳ ଥାନା କାରନ୍ଦା ପଞ୍ଚାୟତ ମାନିଆନାଳି ଗ୍ରାମର ପ୍ରଦୀପ ରାଉତ ୩ ବର୍ଷ ହେଲା କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କର ୨ଟି କିଡ୍‌ନୀ ଖରାପ ହୋଇଯାଇଥିବାରୁ ସେ କଟକ ଯାଇ ଚିକିତ୍ସିତ ହେଉଥିଲେ। ଶ୍ରମିକ ଭାବେ କାମ କରୁଥିବା ପ୍ରଦୀପ ରୋଗଗ୍ରସ୍ତ ହେବା ପରେ ସ୍ତ୍ରୀ ଭାରତୀ କଷ୍ଟେମଷ୍ଟେ ପରିବାର ଚଳାଇବା ସହ ସ୍ବାମୀଙ୍କୁ ଭଲ କରିବାକୁ ଅର୍ଥ ଯୋଗାଡ କରୁଥିଲେ। ତେବେ ଅର୍ଥାଭାବ, ପିଲାଙ୍କ ପାଠପଢ଼ା ଓ ବିଧବା ମା’ଙ୍କ ଭରଣପୋଷଣ ଚିନ୍ତା ଯୋଗୁ ୪/୫ ଦିନ ହେବ ପ୍ରଦୀପଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଇଥିଲା। ସୋମବାର କଟକ ମେଡିକାଲ ଯିବାକୁ ଭାରତୀ ଟଙ୍କା ଯୋଗାଡ଼ରେ ଥିବା ବେଳେ ଭୋର୍‌ ସମୟରେ ହଠାତ୍‌ ପ୍ରଦୀପ ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଦେଖି ଝିଅ ଚିତ୍କାର କରିବା ସହ ଗାଁ ଲୋକଙ୍କୁ ଡାକି ଆଣିବାରୁ ପ୍ରଦୀପଙ୍କୁ କାବୁ କରାଯାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ପୋଲିସ ପ୍ରଦୀପଙ୍କୁ ଗିରଫ କରିବା ସହ ମୃତଦେହ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ଢେଙ୍କାନାଳ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଛି। ଏ ସଂକ୍ରାନ୍ତରେ ଭାରତୀଙ୍କ ଭାଇ ଗୋବିନ୍ଦ ସାହୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୯୬/୧୯ରେ ଏକ ମାମଲା ରୁଜୁ କରିଛି। ପାରିବାରିକ ସମସ୍ୟା, ଅର୍ଥାଭାବ ଆଦି ଯୋଗୁ ପ୍ରଦୀପ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଆଇଆଇସି ଜ୍ଞାନ ରଞ୍ଜନ ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri