ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ସଂଳାପ ଲେଖକ ତଥା ନାଟ୍ୟକାର ଡ. ବିଜୟ ମିଶ୍ର ଓଡ଼ିିଆ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି। ସଂଳାପ ରଚନା ଓ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ତାଙ୍କୁ ୧ ଲକ୍ଷ ଟଙ୍କା ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଛି। ଏହାସହ ୨୦୧୮ ମସିହା ପାଇଁ ମୋଟ ୨୭ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ‘ଭିଜା ମାଟିର ସ୍ବର୍ଗ’କୁ ଏଥର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ’ ପ୍ରଦାନ କରାଯାଇଥିବାବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଏହି ଫିଲ୍ମର ମନମୋହନ ମହାପାତ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ‘ଭିଜା ମାଟିର ସ୍ବର୍ଗ’ର ମିହିର ଦାସ ପୁରସ୍କୃତ ହୋଇଥିବାବେଳେ ‘ଚମ୍ପିଆନ୍‌’ ଫିଲ୍ମ ପାଇଁ ଅର୍ଚ୍ଚିତା ସାହୁ ଏଥର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।


ଗୁରୁବାର ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଉଦ୍‌ଘାଟକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମୁଖ୍ୟଅତିଥି ଭାବେ କୃଷି ଓ କୃଷକ ସଶକ୍ତୀକରଣ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥିଭାବେ ସଂସ୍କୃତି ଉପଦେଷ୍ଟା ଜନ୍ମ୍ମେଜୟ ଲେଙ୍କା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ସ୍ବତନ୍ତ୍ର ସଚିବ ଡ. ରାମକୃଷ୍ଣ ସାହୁ, ଚଳଚ୍ଚିତ୍ର ଜୁରି କମିଟି ଅଧ୍ୟକ୍ଷ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରତିଭାଙ୍କୁ ପୁରସ୍କୃତ କରିଥିଲେ। ଭାରତର ଅର୍ଥନୀତିରେ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରମୁଖ ଅବଦାନ ରହିଥାଏ। କମର୍ସିଆଲ ଫିଲ୍ମ ଅର୍ଥନୀତିକୁ ସୁଦୃଢ କରିବା ସହ ଅନେକ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେଇଥାଏ ବୋଲି ମନ୍ତ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ଚଳଚ୍ଚିତ୍ର ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସେ କହିଥିଲେ। ଆଗାମୀ ଦିନରେ କିଭଳି ଓଡ଼ିଶାକୁ ଫିଲ୍ମ ଟୁରିଜମ୍‌ ଡେଷ୍ଟିନେଶନରେ ପରିଣତ କରାଯାଇପାରିବ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ସଂସ୍କୃତି ମନ୍ତ୍ରୀ ପାଣିଗ୍ରାହୀ କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟର କ୍ଲାସିକ୍‌ କାହାଣୀ ଓ ଉପନ୍ୟାସକୁ ନେଇ ଫିଲ୍ମ ତିଆରି କରିବାକୁ ସେ ଆହ୍ବାନ ଦେବାସହ ଆଗାମୀ ଦିନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭଳି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ଅବସରରେ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ। ଚଳିତବର୍ଷ ‘ଶ୍ରେଷ୍ଠ ଶିକ୍ଷାଭିିତ୍ତିକ ଶିଶୁ ଚଳଚ୍ଚିତ୍ର’ ପାଇଁ କେହି ଆବେଦନ କରି ନ ଥିବାରୁ ଏହି ବିଭାଗରେ କୌଣସି ସମ୍ମାନ ପ୍ରଦାନ କରାଯାଇ ନ ଥିଲା।

ମୁଁ ଭାଗ୍ୟଶାଳୀ: ବିଜୟ ମିଶ୍ର
ଏହି ପୁରସ୍କାର ମୋତେ ନିଶ୍ଚିତ ଭାବେ କିଛି ନୂଆ ଓ ଭିନ୍ନ ଧରଣର କାହାଣୀ ଲେଖିବା ପାଇଁ ପ୍ରେରଣା ଯୋଗାଇବ। ସବୁ ପୁରସ୍କାରର ଗୁରୁତ୍ୱ ରହିଛି ଏବଂ ମୁଁ ଏହି ପୁରସ୍କାର ପାଇ ଅତ୍ୟନ୍ତ ଭାଗ୍ୟଶାଳୀ।
ଆହୁରି ଭଲ ସିନେମା କରିବି:
ଅକ୍ଷୟ ପରିଜା
ଏହି ପୁରସ୍କାର ମୋତେ ଓଡ଼ିଆରେ ଅଧିକରୁ ଅଧିକ ନୂଆ ଓ ଗବେଷଣାତ୍ମକ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରେରଣା ଯୋଗାଇବ। ମୁଁ ଜାଣିଛି ମୋତେ ଦର୍ଶକଙ୍କ ସହଯୋଗ ଏବେ ଯେମିତି ମିଳୁଛି ଆଗକୁ ମଧ୍ୟ ସେମିତି ମିଳିବ। ଭଲ ସିନେମା ବିଶ୍ୱସ୍ତରରେ ସବୁବେଳେ ପ୍ରଶଂସନୀୟ।
ପୁରସ୍କାରର ଶ୍ରେୟ କାଷ୍ଟ୍‌, କ୍ର୍ୟୁ ମେମ୍ବରଙ୍କୁ ଦେବି: ମିହିର ଦାସ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା କଥା ଜାଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହା ମୋ ପାଇଁ ଏକ ବଡ଼ ଉପହାର। ‘ଭିଜା ମାଟିର ସ୍ବର୍ଗ’ ଚଳଚ୍ଚିତ୍ରଟି ପରିବାରର ଭାବନା ଏବଂ ବାପା-ପୁଅ ମଧ୍ୟରେ ଥିବା ସମ୍ପର୍କ ଉପରେ ଆଧାରିତ। ପୁରସ୍କାରର ଶ୍ରେୟ ମୁଁ ସମସ୍ତ କାଷ୍ଟ୍‌ ଓ କ୍ର୍ୟୁ ମେମ୍ବରମାନଙ୍କୁ ଦେବି।
ମୋ ଦାୟିତ୍ୱ ବଢ଼ିଯାଇଛି: ଅର୍ଚ୍ଚିତା
ମୁଁ ଭାଗ୍ୟବାନ୍‌ ଯେ ‘ଚାମ୍ପିଆନ୍‌’ ଭଳି ଏକ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିଲି। ଏଥିପାଇଁ ମୁଁ କେ. ମୁରଲୀ ଭାସ୍କର, ଦୀପ୍ତି ମ୍ୟାଡାମ୍‌, ଏନ୍‌. ଗଙ୍ଗାଧର ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଉଛି। ଏହାକୁ ମିଶାଇ ମୁଁ ୫ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛି। ଏହାପରେ ଇଣ୍ଡଷ୍ଟ୍ରି ପ୍ରତି ମୋ ଦାୟିତ୍ୱ ଏବଂ କର୍ତ୍ତବ୍ୟ ଆହୁରି ବଢ଼ିିଯାଇଛି ବୋଲି ଭାବୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri