ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରୁ ବୃଷଭ ମୂର୍ତ୍ତି ଗାଏବ ପ୍ରସଙ୍ଗ: ପୁଣି ସ୍ଥାପନ ପାଇଁ ଗଣାଯାଉଛି ଦିନ

ପୁରୁଣା ଭୁବନେଶ୍ୱର,୭ା୯(ଡି.ଏନ.ଏ.): ଐତିହ୍ୟ ସ୍ଥଳଗୁଡିକରେ ଥିବା ପୁରାତନ କୀର୍ତ୍ତିରାଜିଗୁଡ଼ିକର ଅବକ୍ଷୟ ହେଉଛି। ଏଭଳି ଏକ ଘଟଣା ମାସକ ତଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଥିଲା, ଯାହାକୁ ଅଦ୍ୟାବଧି ଏଏସଆଇ ସମ୍ପୂର୍ଣ୍ଣ କରି ନ ପାରିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହ ଆଡ କାଠ ନିକଟରେ ରହିଥିଲା ପ୍ରାଚୀନ ବୃଷଭ ମୂର୍ତ୍ତି। ମୂର୍ତ୍ତିଟି କାଳକ୍ରମେ ବିଭିନ୍ନ କାରଣରୁ ଅବକ୍ଷୟ ହୋଇ ଚଟାଣରୁ ଛାଡ଼ି ଯାଇଥିଲା। ମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଥିବା ଏଏସଆଇ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିବା ପୂର୍ବରୁ ଜନୈକ ସେବାୟତ ବୃଷଭ ମୂର୍ତ୍ତିଟିକୁ ଟେକି ଆଣି ବାହାରେ ଫିଙ୍ଗି ଦେଇଥିଲେ। ଘଟଣା ଜାଣିବା ପରେ ଏଏସଆଇର ଏକ ସ୍ବତନ୍ତ୍ର ଟିମ୍‌ ପ୍ରସ୍ତରରେ ଲୋପନ ପାଇଁ ସ୍ବତନ୍ତ୍ର ଅଠା ଏବଂ ଅନ୍ୟ ସରଞ୍ଜାମ ସହ ମନ୍ଦିରରେ ପହଞ୍ଚତ୍ଥିଲେ। ମାତ୍ର ବୃଷଭ ପଡି ଜଣେ ଶ୍ରଦ୍ଧାଳୁଙ୍କ ରକ୍ତ ଛିଟା ପଡିଥିବାରୁ ଏହାକୁ ନୀତି ନିର୍ଘଣ୍ଟ ପୂର୍ବକ ପ୍ରତିଷ୍ଠା ପାଇଁ କେତେକ ସେବାୟତ ଅଡ଼ି ବସିଥିଲେ। ସେତେବେଳେ ମନ୍ଦିର ପ୍ରଶାସନର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ରହିଥିଲେ। ତେଣୁ ଏଏସଆଇର ଟିମ୍‌ ଘଟଣାସ୍ଥଳରୁ ଫେରି ଆସିଥିଲେ। ଇତି ମଧ୍ୟରେ ଦିନ ପରେ ଦିନ ଗଡୁଥିଲେ ହେଁ କାହା ପକ୍ଷରୁ ଉକ୍ତ ପୁରାତନ ବୃଷଭ ପ୍ରତିମୂର୍ତ୍ତିକୁ ପୁଣି ସ୍ଥାପନ ପାଇଁ ଉତ୍ସୁକତା ନ ଥିବା ଭଳି ମନେହୁଏ। ତୁରନ୍ତ ବୃଷଭ ପ୍ରତିମୂର୍ତ୍ତିଟିକୁ ଠିକଣା ଜାଗାରେ ପ୍ରତିଷ୍ଠା କରାଇ ପୂର୍ବବତ୍‌ ପୂଜାର୍ଚ୍ଚନା କରିବାକୁ ଭକ୍ତ ମହଲରେ ଦାବି ହେଉଛି। ଏ ନେଇ ଏଏସଆଇର ଆଡ଼ମିନିଷ୍ଟ୍ରେଟିଭ ଅଫିସର ବିଜୟ କୁମାର ଦାସଙ୍କୁ ପଚାରିବାରେ ବୃଷଭ ମୂର୍ତ୍ତି ବସେଇବାକୁ ଯାଇଥିଲେ ହେଁ ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତି ଏବଂ ସେବାୟତଙ୍କ ସମର୍ଥନ ନ ମିଳିବାରୁ ଆମେ ଫେରି ଆସିଥିଲୁ।ଏ ସମ୍ପର୍କରେ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ଦୃଷ୍ଟିକୁ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ତହସିଲ୍ ଅଫିସ ପରିସରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri