ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା: କେରଳ ଡିଜିପି ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି। ୨୪ ଫେବୃଆରୀ,୨୦୧୮ରେ ବାଥ୍‌ଟବ୍‌ରେ ବୁଡ଼ି ଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ପୂରା ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଥିଲା। କିନ୍ତୁ ତାଙ୍କ ମୃତ୍ୟୁର ବର୍ଷକ ପରେ ଆଇପିଏସ୍‌ ଅଧିକାରୀ ତଥା କେରଳର ଡିଜିପି (ଜେଲ) ରିଶିରାଜ ସିଂହ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ବୟାନ ପରେ ଉକ୍ତ ଘଟଣା ଏକ ନୂଆ ମୋଡ଼ ନେଇଛି। କେରଳର ଏକ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ଶ୍ରୀଙ୍କ ମୃତ୍ୟୁ ବାଥ୍‌ଟବ୍‌ରେ ହୋଇ ନ ଥିଲା, ବରଂ ତାଙ୍କୁ ହତ୍ୟା କରାଯାଇଥିଲା। ଶ୍ରୀଙ୍କ ମୃତହେହ ବ୍ୟବଚ୍ଛେଦ କରିଥିବା ଫରେନ୍‌ସିକ୍‌ ଏକ୍ସପର୍ଟ ଡାକ୍ତର ଉମାଦଥନ ରିଶିରାଜଙ୍କ ଘନିଷ୍ଠ ବନ୍ଧୁ। ଉମାଦଥନଙ୍କୁ ରିଶିରାଜ ଶ୍ରୀଙ୍କ ମୃତ୍ୟୁ ହତ୍ୟା ନା ଦୁର୍ଘଟଣା ବୋଲି ପଚାରିଥିଲେ। ଏହାର ଉତ୍ତରରେ ସେ କହିଥିଲେ, ତାଙ୍କର ମୃତ୍ୟୁ ହତ୍ୟା ଯୋଗୁ ହୋଇପାରେ। କାରଣ ଜଣେ ବ୍ୟକ୍ତି ଯେତେ ନିଶାସକ୍ତ ହେଲେ ବି ୧ ଫୁଟ ପାଣିରେ ମୃତ୍ୟୁବରଣ କରିପାରିବ ନାହିଁ। ଯଦି କେହି ତାଙ୍କର ଦୁଇ ଗୋଡ଼କୁ ଉପରକୁ ଟେକି ଧରି ମୁଣ୍ଡକୁ ପାଣିରେ ବୁଡ଼ାଇବ, ତେବେ ଯାଇ ତାଙ୍କର ମୃତ୍ୟୁ ସମ୍ଭବ ବୋଲି ଉମାଦଥନ କହିଥିଲେ। ତେବେ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ରୀଙ୍କ ମୃତ୍ୟୁ ନିଶାସକ୍ତ ଅବସ୍ଥାରେ ବାଥ୍‌ଟବ୍‌ରେ ପଡ଼ିବାରୁ ହୋଇଥିବା ନେଇ ଦର୍ଶାଯାଇଥିଲା। ସେହି ସମୟରେ ଏହାକୁ ଦୁର୍ଘଟଣା ବୋଲି ମାନି ନିଆ ଯାଇଥିଲା। ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀରେ ଦୁବାଇକୁ ସେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ହଠାତ୍‌ ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri