ଶୋଚନୀୟ ଅବସ୍ଥାରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ: ୫୫ ବର୍ଷ ହେଲା ଚାଲିଛି ଭଡ଼ାଘରେ

ତାଳଚେର,୧୮ା୯(ନି.ପ୍ର.)-ତାଳଚେର ବଲଣ୍ଡାଠାରେ ଥିବା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନିୟୋଜନ କାର୍ଯ୍ୟାଳୟ (ସ୍ପେଶିଆଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ) ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ୫୫ ବର୍ଷ ହେଲା ଏମ୍‌ସିଏଲ୍‌ର ଏକ ଭଡା ଘରେ ଚାଲୁଥିବା ଏହି ଅଫିସ ଗୃହ ୩ ମାସ ହେଲା ଭାଙ୍ଗି ଯାଇଥିଲେ ବି ମରାମତି କରାଯାଉ ନାହିଁ। ସେହିପରି ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ମଧ୍ୟ ଅସନ୍ତୋଷର କାରଣ ହୋଇଛି।
୧୯୬୪ରେ ବଲଣ୍ଡାସ୍ଥିତ ଏମ୍‌ସିଏଲ୍‌ର ଏକ କ୍ୱାର୍ଟର୍ସରେ ଏହି କାର୍ଯ୍ୟାଳୟ ଖୋଲା ଯାଇଥିଲା। ସେବେଠାରୁ ଏହି ଅଫିସ ଭଡ଼ାଘରେ ଚାଲିଆସୁଛି। ବର୍ଷକୁ ୧୭ ହଜାର ଟଙ୍କା ଭଡା ବାବଦକୁ ଦିଆଯାଉଛି। ବାର୍ଷିକ ପ୍ରାୟ ୧୫ଶହ ଯୁବତୀ ଯୁବକ ଏଠାରେ ସେମାନଙ୍କ ନାମ ପଞ୍ଜୀକରଣ କରୁଛନ୍ତି। ଏବେ ବି ୧୦ ହଜାର ୩୩୫ ଜଣ ଯୁବତୀ ଯୁବକ ନାମ ପଞ୍ଜୀକରଣ କରି ଚାକିରି ଅପେକ୍ଷାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଯୁବତୀଙ୍କ ସଂଖ୍ୟା ୨୦୪୭ ହୋଇଥିବା ବେଳେ ଯୁବକଙ୍କ ସଂଖ୍ୟା ୮୨୮୮ ରହିଛି। ରାଜ୍ୟ ସରକାର ତାଳଚେର ଅଞ୍ଚଳରୁ ବାର୍ଷିକ ଶତାଧିକ କୋଟି ଟଙ୍କା ରାଜସ୍ବ ନେଉଥିଲେ ହେଁ ୫୫ ବର୍ଷ ହେଲା ଏକ ସରକାରୀ କାର୍ଯ୍ୟାଳୟର ନିଜସ୍ବ କୋଠା ନ ଥିବା ଅସନ୍ତୋଷର କାରଣ ହୋଇଛି। ଗତ ଜୁନ୍‌ରେ ହୋଇଥିବା ବର୍ଷା ପବନରେ ଏହି କାର୍ଯ୍ୟାଳୟ ଗୃହ କ୍ଷତିଗ୍ରସ୍ତ ହୋଇଛି। ଛାତରୁ ପାଣି ଗଳୁଥିବା ବେଳେ ବିଦ୍ୟୁତ୍‌ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଗଛ ପଡି ପ୍ରତୀକ୍ଷା ଗୃହ ଭାଙ୍ଗି ଯାଇଛି। ସେହିପରି ଆବଶ୍ୟକ କର୍ମଚାରୀଙ୍କ ଅଭାବ ମଧ୍ୟ ରହିଛି। ଅଫିସରଙ୍କ ସମେତ ଜୁନିୟର କ୍ଲର୍କ, ୨ ପିଅନ, ରାତ୍ର ଜଗୁଆଳି ପଦବୀ ଖାଲି ପଡିଛି। ହେଡ୍‌ କ୍ଲର୍କ ଓ ଜଣେ ବରିଷ୍ଠ କିରାଣିଙ୍କୁ ନେଇ ଅଫିସ ଚାଲିଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ଅଫିସ ବଡବାବୁ ସଞ୍ଜୟ ପରିଡା କହିଛନ୍ତି, ସମସ୍ୟା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ଘର ମରାମତି ନିମନ୍ତେ ଏମ୍‌ସିଏଲ୍‌କୁ ଅନୁରୋଧ କରାଯାଇଛି। ଖୁବଶୀଘ୍ର ଏହା ମରାମତି ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ପ୍ରେସମିଟ୍‌ରେ କହିଲେ ପାଣ୍ଡିଆନ, ୨୦୨୪ରେ ବିଜେଡି ହାତେଇବ କେତେ ସିଟ୍‌?

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ରହିଛି। ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଖୋଲା ମଞ୍ଚରେ ବିଜେଡିକୁ ଟାର୍ଗେଟ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ରାସ୍ତା ପାର୍‌ ହେବାବେଳେ ଘୋଷାଡି ନେଲା ଟ୍ରକ୍‌: ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୮।୫:ରାଜଧାନୀ ଭୁବନେଶ୍ୱରରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍‌ ବେଳେ ୨ ଜଣଙ୍କୁ ଘୋଷାଡ଼ି ନେଇଛି ଟ୍ରକ। ଫଳରେ ଘଟଣାସ୍ଥଳରେ...

ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୮।୫: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଭୋରରୁ ଏକ ପ୍ରେସ୍‌ମିଟ୍‌ ଡକାଇଛନ୍ତି। ଏହି ପ୍ରେସ୍‌ମିଟ୍‌ରେ ସେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।...

ରାତି ନ ପାହୁଣୁ ପ୍ରେସ୍‌ମିଟ୍‌ ଡକାଇଲେ କାର୍ତ୍ତିକ ପାଣ୍ଡିଆନ୍‌: କହିଲେ ଏସବୁ କଥା…

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପାର ହେଭିଓ୍ବେଟ୍‌ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri