ଶେଷ ହେବାକୁ ଯାଉଛି କରୋନା !

ଲଣ୍ଡନ,୨୪।୫: କରୋନା ସଂକ୍ରମଣରେ ଏବେ ସାରା ବିଶ୍ୱର ଜୀବନଯାତ୍ରା ବଦଳି ଯାଇଛି। ଏବେ ସମସ୍ତଙ୍କ ନଜର କରୋନା ଭ୍ୟାକ୍ସିନ ଉପରେ। ଅନ୍ୟପଟେ କେବେ କରୋନା ବିଶ୍ୱରୁ ବିଦାୟ ନେବ ତାକୁ ନେଇ ଚାଲିଛି ଗବେଷଣା। ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ କେତେଜଣ ବିଶେଷଜ୍ଞ କରୋନାର ବିଦାୟ ତାରିଖ ଘୋଷଣା କରିଥିବା କୁହାଯାଉଛି। ସିଙ୍ଗାପୁରର କେତେଜଣ ବିଶେଷଜ୍ଞ କହିଛନ୍ତି ସେପ୍ଟେମ୍ବର ୩୦ ପରେ ବ୍ରିଟେନରେ କରୋନା ଭାଇରସ ଆଉ ଦେଖାଯିବ ନାହିଁ। ସିଙ୍ଗାପୁର ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ ଡିଜାଇନ ନିଜର କିଛି ମ୍ୟାଥମେଟିକାଲ ମଡେଲ ଜରିଆରେ ଏହି ତାରିଖ ବିଷୟରେ ଉଲ୍ଲେଖ କରିଛି। ଏଥିରେ କୁହାଯାଇଛି କି ଆସନ୍ତା ୪ ମାସ ମଧ୍ୟରେ ବ୍ରିଟେନରେ କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ। ମେ’ ୭ରେ ବିଶେଷଜ୍ଞମାନେ ଏଭଳି ଆକଳନ କରିଥିବା ବେଳେ ସେତେବେଳକୁ ବ୍ରିଟେନରେ ପ୍ରାୟ ୩୦ ହଜାର ଲୋକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇସାରିଥିଲା। ସେହିପରି ମେ’୮ରେ ଏହି ବିଶେଷଜ୍ଞମାନେ କହିଥିଲେ କି ଇଟାଲୀରେ ୨୪ ଅକ୍ଟୋବର ସୁଦ୍ଧା କରୋନା ଭାଇରସର ପରମାୟୁ ଶେଷ ହୋଇଯିବ। ସେହିପରି ଆମେରିକାରେ ନଭେମ୍ବର ୧୧ ଓ ସିଙ୍ଗାପୁରରେ ୨୭ ଅକ୍ଟୋବର ମଧ୍ୟରେ କରୋନା ଭାଇରସର ଏକ୍ସପାରୀ ଡେଟ୍‌ ହୋଇଯାଇଥିବ। ଏହି ଭବିଷ୍ୟବାଣୀ ପରେ ବି ବିଶେଷଜ୍ଞମାନେ କହିଛନ୍ତି, କରୋନାକୁ ଏତେ ହାଲୁକା ଭାବରେ ନ ନେଇ ବରଂ ସତର୍କ ଓ ସଚେତନ ରହିବା ଜରୁରୀ। ତେବେ ଜୁନ୍‌ ମାସରେ ବ୍ରିଟେନରେ କରୋନା ମୃତ୍ୟୁ ଆଉ ହେବ ନାହିଁ ବୋଲି ସେହି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଥିବା କୁହାଯାଏ। ଦ ସନ୍‌ର ଏକ ରିପୋର୍ଟ ଅନୁଯାୟୀ ସେଣ୍ଟର ଫର୍‌ ଏଭିଡେନ୍ସ ବେସଡ୍‌ ମେଡିସିନର ଜଣେ ପ୍ରଫେସର କହିଛନ୍ତି ସଂକ୍ରମଣ ଓ ମୃତ୍ୟୁ ହାର ଯଦି ଏହି ଅନୁପାତରେ ଲାଗି ରହେ ତେବେ ଜୁନ୍‌ ଶେଷ ବେଳକୁ ଆମକୁ କରୋନା ସଂକ୍ରମିତ ରୋଗୀ ମିଳିବା କଷ୍ଟକର ହୋଇପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri