ଶୃଙ୍ଖଳିତ ମତଦାନକୁ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧୪ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣଠାରୁ ଗଣତି ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନିର୍ବାଚନ କାର୍ଯ୍ୟ ସୁପରିଚାଳନା ନିମନ୍ତେ ରବିବାର ଖୋର୍ଦ୍ଧା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ମଧ୍ୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୬ ତାରିଖରେ ଟାଙ୍ଗୀ ଓ ବୋଲଗଡ଼, ୧୮ରେ ବାଣପୁର ଓ ବେଗୁନିଆ, ୨୦ରେ ଚିଲିକା ଓ ଖୋର୍ଦ୍ଧା, ୨୨ରେ ବାଲିପାଟଣା ଓ ଭୁବନେଶ୍ୱର ଏବଂ ଅନ୍ତିମ ପର୍ଯ୍ୟାୟ ୨୪ରେ ବାଲିଅନ୍ତା ଓ ଜଟଣୀ ବ୍ଲକ ପାଇଁ ଭୋଟ ଗ୍ରହଣ କରାଯିବ। ଜିଲାର ୧୦ଟି ବ୍ଲକରେ ୧୯୦ ସରପଞ୍ଚ, ସମିତି ସଭ୍ୟ, ୨୭୧୧ ୱାର୍ଡମେମ୍ବର ଏବଂ ୩୦ ଜିଲାପରିଷଦ ଜୋନ ନିମନ୍ତେ ମତଦାନ ହେବ। ଜିଲାରେ ୧୨୯ ଜିଲାପରିଷଦ, ୬୭୩ ସମିତି ସଭ୍ୟ, ୭୮୭ ସରପଞ୍ଚ ଏବଂ ୬୨୧୫ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ୧୦ ଲକ୍ଷ ୩୦ହଜାର୦୬୯ ମତଦାତା ମତଦାନ କରିବେ। ୨୭୧୧ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହେବ। ସେଥିରୁ ୫୦୦ ଅତି ସମ୍ବେଦନଶୀଳ, ୧୨୬୩ ସମ୍ବେଦନଶୀଳ ଓ ୯୪୮ ସାଧାରଣ ବୁଥ। ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଧାର୍ଯ୍ୟ ତାରିଖ ଓ ସମୟରେ ସଂପୃକ୍ତ ବ୍ଲକରେ ଯୋଗଦେବେ। ସେଠାରୁ ମତଦାନ କେନ୍ଦ୍ରକୁ ଯାତ୍ରା କରିବେ। ସ୍ଥାନୀୟ ତହସିଲଦର, ଥାନାଧିକାରୀ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିବେ। ଅତିସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥ୍‌ରେ ପୋଲିସ ମୁତୟନ କରାଯିବ। ରାଜ୍ୟ ନିର୍ବାଚନ କମିଶନଙ୍କ କୋଭିଡ୍‌ ଗାଇଡଲାଇନ ଅନୁସାରେ ମତଦାନ ସୁନିଶ୍ଚିତ କରାଯିବ। ମତଦାତାମାନେ କୋଭିଡ୍‌ ନିୟମ ଅନୁପାଳନ ଲାଗି ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାସ୍କ ପରିଧାନ ସହ ୬ଫୁଟ ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ରହିଛି। ମତଦାନ ସମୟରେ ସହଯୋଗ ଲାଗି ସମସ୍ତ ଭୋଟରଙ୍କୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ଅତିରିକ୍ତ ଜିଲାପାଳ ମଜୋଜ ପାଢୀ, ଅନୁଜ ଦାସ ପଟ୍ଟନାୟକ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଅତିରିକ୍ତ ଏସ୍‌ପି ସୁରେଶ କୁମାର ଦାଶ, ସଦର ଏସ୍‌ଡିପିଓ ସୁଶିଲ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲା ଏବଂ ବ୍ଲକସ୍ତରୀୟ ଅଧିକାରୀ ଓ ଥାନାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri