ଶୀର୍ଷ ଟିକସଦାତାଙ୍କୁ ପ୍ରୋତ୍ସାହନ;ମୋଦିଙ୍କ ସହ ମିଳିବ ଚା’ ପିଇବାର ସୁଯୋଗ

ନୂଆଦିଲ୍ଲୀ,୪-୬: କେନ୍ଦ୍ର ସରକାର ଶୀର୍ଷ ଟିକସଦାତାଙ୍କୁ ପୁରସ୍କୃତ କରିବା ଲାଗି ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଟିକସଦାତାଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଥବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଚା’ ପିଇବାର ସୁଯୋଗ ଦିଆଯିବ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆୟକର ବିଭାଗ ପକ୍ଷରୁ ଶୀର୍ଷ ଟିକସଦାତାଙ୍କ ଲାଗି ପୂର୍ବରୁ ବହୁ ପୁରସ୍କାର ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ଉପରେ ବର୍ଣ୍ଣିତ ଯୋଜନା ସମ୍ପୂର୍ଣ୍ଣ ଅଭିନବ ହେବ। କାରଣ ପ୍ରଧାନମନ୍ତ୍ରୀଙ୍କ ସହ ଚା’ ପିଇବାର ଅନନ୍ୟ ଅନୁଭୂତି ହାସଲ କରିବାକୁ ଯେକେହି ବି ଚାହିଁବ। ରିପୋର୍ଟ ଅନୁଯାୟୀ, ଅଧିକରୁ ଅଧିକ ଟିକସ ଆଦାୟ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଜୁଲାଇ ୫ରେ ଉପସ୍ଥାପନ କରାଯିବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟରେ ଉକ୍ତ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ଘୋଷଣା କରାଯିବ। ସୂଚନାଥାଉ କି, ନିୟମିତ ତଥା ଅଧିକ ମାତ୍ରାରେ ଟିକସ ଦେଉଥିବା ବ୍ୟକ୍ତିଙ୍କୁ ଆୟକର ବିଭାଗ ପକ୍ଷରୁ ମାନପତ୍ର ଜାରି କରାଯାଉଛି। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀଙ୍କୁ ମାନପତ୍ର ଦେବା ଏଭଳି ଉଦାହରଣ ମାତ୍ର। ଆୟକର ଆଇନରେ ସଂଶୋଧନ ପାଇଁ ଗଠିତ ଏକ କମିଟି ଜୁଲାଇ ଶେଷ ସୁଦ୍ଧା ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବାକୁ ଯାଉଛି। ଉଲ୍ଲେଖ କରାଯାଇପାରେ ଯେ, ବର୍ଷକରେ ୧୦ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ବାବଦରେ ୩୦ ପ୍ରତିଶତ ଟିକସ ଦେବାକୁ ପଡିଥାଏ। ସେହିପରି ୫୦ଲକ୍ଷରୁ ୧ କୋଟି ଟଙ୍କା ଆୟକାରୀ ଟିକସ ବ୍ୟତୀତ ୧୦ ପ୍ରତିଶତ ସରଚାର୍ଜ ଦେଇଥାନ୍ତି। ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆୟ ପାଇଁ ୧୫% ସରଚାର୍ଜ ଦେବାକୁ ପଡେ। ଅନୁରୂପ ଭାବେ ୧ କୋଟିରୁ ଅଧିକ କିନ୍ତୁ ୧୦ କୋଟି ଟଙ୍କାରୁ କମ୍‌ ବାର୍ଷିକ ଆୟ କରୁଥିବା କମ୍ପାନୀଙ୍କୁ ୭% ସରଚାର୍ଜ ଦେବାକୁ ପଡିଥାଏ। ତେବେ ବିଦେଶୀ କମ୍ପାନୀଙ୍କ କ୍ଷେତ୍ରରେ ଏହା ୨% ହୋଇଥାଏ। ୧୦ କୋଟି ଟଙ୍କାରୁ ଅଧିକ ଆୟ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଠାରୁ ୧୨% ଓ ବିଦେଶୀଙ୍କୁ ୫ ପ୍ରତିଶତ ସରଚାର୍ଜ ଆଦାୟ କରାଯାଇଥାଏ। ସରକାରୀ ତଥ୍ୟ ଅନୁଯାୟୀ, ୫ କୋଟି ଅଥବା ତଧୁର୍ଦ୍ଧ୍ୱ ଟଙ୍କା ଆୟ କରୁଥିବା ୧୦୫୩ ଜଣଙ୍କ ଠାରୁ ନିର୍ଦ୍ଧାରଣ ବର୍ଷ ୨୦୧୭-୧୮ରେ ୧୨ ହଜାର କୋଟି ଟଙ୍କା ଟିକସ ଆଦାୟ କରାଯାଇଥିଲା। ସରକାର ବିତ୍ତୀୟ ନିଅଣ୍ଟ ଭରଣା ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ସରକାର ବିଭିନ୍ନ ଯୋଜନା ପାଇଁ ଅତିରିକ୍ତ ଅର୍ଥ ଆବଶ୍ୟକ କରୁଥିବାରୁ ଟିକସ ଆଦାୟ ବୃଦ୍ଧି କରିବା ଜରୁରୀ ହୋଇପଡିଛି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ସରକାର ପ୍ରତ୍ୟକ୍ଷ ଟିକସ ବାବଦରେ ୧୨ ଲକ୍ଷ କୋଟି ଟଙ୍କା ଆଦାୟ କରିବେ ବୋଲି ସଂଶୋଧିତ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ମିଳିଥିଲା ୧୧.୫ ଲକ୍ଷ କୋଟି ଟଙ୍କା। କେନ୍ଦ୍ର ସରକାରଙ୍କ ଥିଙ୍କଟ୍ୟାଙ୍କ କୁହାଯାଉଥିବା ଇଣ୍ଡିଆନ କାଉନ୍‌ସିଲ୍‌ ଫର୍‌ ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାଶନାଲ ଇକୋନୋମିକ ରିଲେସନ୍ସର ଡାଇରେକ୍ଟର ତଥା ଚିଫ୍‌ ଏକ୍‌ଜିକ୍ୟୁଟିଭ ରଜତ୍‌ କାଠୁରିଆ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଅତିରିକ୍ତ ଆର୍ଥିକ ସହାୟତା ବହୁତ ବଡ଼ କଥା। କିନ୍ତୁ ଜଣେ ଧନୀ ବ୍ୟକ୍ତିଙ୍କ ପାଇଁ ନିଜ ଆୟରୁ ଅଧିକ ଟିକସ ଦେଲେ ସେଭଳି ଫରକ ପଡିବ ନାହିଁ। ସବୁଦୃଷ୍ଟିରୁ ଦେଖିଲେ ପେନ୍‌ସନ ଦେଇ ଅଥବା ନୂଆ ନିଯୁକ୍ତି ସୃଷ୍ଟି କରି ଆୟର ପୁନଃବଣ୍ଟନ କରିବା ମୋଦି ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ସାଧାରଣ ଲୋକଙ୍କ ପାଇଁ ଖୁସିଖବର, କମିଗଲା…

ନୂଆଦିଲ୍ଲୀ,୧୫।୧୨: ନଭେମ୍ୱର ମାସରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାର ନକାରାତ୍ମକ ହୋଇଗଲା, ଯାହା ବର୍ଷ ବର୍ଷ ଧରି 0.32% ହ୍ରାସ ପାଇଲା। ଏହି ହ୍ରାସ ମୁଖ୍ୟତଃ ଖାଦ୍ୟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri