ଶୀର୍ଷ ଟିକସଦାତାଙ୍କୁ ପ୍ରୋତ୍ସାହନ;ମୋଦିଙ୍କ ସହ ମିଳିବ ଚା’ ପିଇବାର ସୁଯୋଗ

ନୂଆଦିଲ୍ଲୀ,୪-୬: କେନ୍ଦ୍ର ସରକାର ଶୀର୍ଷ ଟିକସଦାତାଙ୍କୁ ପୁରସ୍କୃତ କରିବା ଲାଗି ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଟିକସଦାତାଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଥବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଚା’ ପିଇବାର ସୁଯୋଗ ଦିଆଯିବ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆୟକର ବିଭାଗ ପକ୍ଷରୁ ଶୀର୍ଷ ଟିକସଦାତାଙ୍କ ଲାଗି ପୂର୍ବରୁ ବହୁ ପୁରସ୍କାର ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ଉପରେ ବର୍ଣ୍ଣିତ ଯୋଜନା ସମ୍ପୂର୍ଣ୍ଣ ଅଭିନବ ହେବ। କାରଣ ପ୍ରଧାନମନ୍ତ୍ରୀଙ୍କ ସହ ଚା’ ପିଇବାର ଅନନ୍ୟ ଅନୁଭୂତି ହାସଲ କରିବାକୁ ଯେକେହି ବି ଚାହିଁବ। ରିପୋର୍ଟ ଅନୁଯାୟୀ, ଅଧିକରୁ ଅଧିକ ଟିକସ ଆଦାୟ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଜୁଲାଇ ୫ରେ ଉପସ୍ଥାପନ କରାଯିବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟରେ ଉକ୍ତ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ଘୋଷଣା କରାଯିବ। ସୂଚନାଥାଉ କି, ନିୟମିତ ତଥା ଅଧିକ ମାତ୍ରାରେ ଟିକସ ଦେଉଥିବା ବ୍ୟକ୍ତିଙ୍କୁ ଆୟକର ବିଭାଗ ପକ୍ଷରୁ ମାନପତ୍ର ଜାରି କରାଯାଉଛି। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀଙ୍କୁ ମାନପତ୍ର ଦେବା ଏଭଳି ଉଦାହରଣ ମାତ୍ର। ଆୟକର ଆଇନରେ ସଂଶୋଧନ ପାଇଁ ଗଠିତ ଏକ କମିଟି ଜୁଲାଇ ଶେଷ ସୁଦ୍ଧା ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବାକୁ ଯାଉଛି। ଉଲ୍ଲେଖ କରାଯାଇପାରେ ଯେ, ବର୍ଷକରେ ୧୦ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ବାବଦରେ ୩୦ ପ୍ରତିଶତ ଟିକସ ଦେବାକୁ ପଡିଥାଏ। ସେହିପରି ୫୦ଲକ୍ଷରୁ ୧ କୋଟି ଟଙ୍କା ଆୟକାରୀ ଟିକସ ବ୍ୟତୀତ ୧୦ ପ୍ରତିଶତ ସରଚାର୍ଜ ଦେଇଥାନ୍ତି। ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆୟ ପାଇଁ ୧୫% ସରଚାର୍ଜ ଦେବାକୁ ପଡେ। ଅନୁରୂପ ଭାବେ ୧ କୋଟିରୁ ଅଧିକ କିନ୍ତୁ ୧୦ କୋଟି ଟଙ୍କାରୁ କମ୍‌ ବାର୍ଷିକ ଆୟ କରୁଥିବା କମ୍ପାନୀଙ୍କୁ ୭% ସରଚାର୍ଜ ଦେବାକୁ ପଡିଥାଏ। ତେବେ ବିଦେଶୀ କମ୍ପାନୀଙ୍କ କ୍ଷେତ୍ରରେ ଏହା ୨% ହୋଇଥାଏ। ୧୦ କୋଟି ଟଙ୍କାରୁ ଅଧିକ ଆୟ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଠାରୁ ୧୨% ଓ ବିଦେଶୀଙ୍କୁ ୫ ପ୍ରତିଶତ ସରଚାର୍ଜ ଆଦାୟ କରାଯାଇଥାଏ। ସରକାରୀ ତଥ୍ୟ ଅନୁଯାୟୀ, ୫ କୋଟି ଅଥବା ତଧୁର୍ଦ୍ଧ୍ୱ ଟଙ୍କା ଆୟ କରୁଥିବା ୧୦୫୩ ଜଣଙ୍କ ଠାରୁ ନିର୍ଦ୍ଧାରଣ ବର୍ଷ ୨୦୧୭-୧୮ରେ ୧୨ ହଜାର କୋଟି ଟଙ୍କା ଟିକସ ଆଦାୟ କରାଯାଇଥିଲା। ସରକାର ବିତ୍ତୀୟ ନିଅଣ୍ଟ ଭରଣା ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ସରକାର ବିଭିନ୍ନ ଯୋଜନା ପାଇଁ ଅତିରିକ୍ତ ଅର୍ଥ ଆବଶ୍ୟକ କରୁଥିବାରୁ ଟିକସ ଆଦାୟ ବୃଦ୍ଧି କରିବା ଜରୁରୀ ହୋଇପଡିଛି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ସରକାର ପ୍ରତ୍ୟକ୍ଷ ଟିକସ ବାବଦରେ ୧୨ ଲକ୍ଷ କୋଟି ଟଙ୍କା ଆଦାୟ କରିବେ ବୋଲି ସଂଶୋଧିତ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ମିଳିଥିଲା ୧୧.୫ ଲକ୍ଷ କୋଟି ଟଙ୍କା। କେନ୍ଦ୍ର ସରକାରଙ୍କ ଥିଙ୍କଟ୍ୟାଙ୍କ କୁହାଯାଉଥିବା ଇଣ୍ଡିଆନ କାଉନ୍‌ସିଲ୍‌ ଫର୍‌ ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାଶନାଲ ଇକୋନୋମିକ ରିଲେସନ୍ସର ଡାଇରେକ୍ଟର ତଥା ଚିଫ୍‌ ଏକ୍‌ଜିକ୍ୟୁଟିଭ ରଜତ୍‌ କାଠୁରିଆ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଅତିରିକ୍ତ ଆର୍ଥିକ ସହାୟତା ବହୁତ ବଡ଼ କଥା। କିନ୍ତୁ ଜଣେ ଧନୀ ବ୍ୟକ୍ତିଙ୍କ ପାଇଁ ନିଜ ଆୟରୁ ଅଧିକ ଟିକସ ଦେଲେ ସେଭଳି ଫରକ ପଡିବ ନାହିଁ। ସବୁଦୃଷ୍ଟିରୁ ଦେଖିଲେ ପେନ୍‌ସନ ଦେଇ ଅଥବା ନୂଆ ନିଯୁକ୍ତି ସୃଷ୍ଟି କରି ଆୟର ପୁନଃବଣ୍ଟନ କରିବା ମୋଦି ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri