ଶିଶୁଙ୍କ ପାଇଁ ବିପଦ ସାଜିଛି ଖୋଲା ବୋରୱେଲ:ନିର୍ଦ୍ଦେଶ ସତ୍ତ୍ୱେ ପ୍ରତିକାର ପାଇଁ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୧୯ା୧: ଖୋଲା କିମ୍ବା ପରିତ୍ୟକ୍ତ ଟ୍ୟୁବୱେଲ ଓ ବୋରୱେଲ ଛୋଟଛୋଟ ପିଲାଙ୍କ ପାଇଁ ବିଭିନ୍ନ ସମୟରେ ବିପଦ ସାଜିଛି। ଖୋଲା ବୋରୱେଲ ଓ ଟ୍ୟୁବୱେଲଗୁଡ଼ିକରେ ପଡ଼ି ଛୋଟଛୋଟ ପିଲାଙ୍କ ଜୀବନ ମଧ୍ୟ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଷ୍ଟେଟ କମିଶନ ଫର ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ(ଓଏସ୍‌ସିପିସିଆର) ଏବଂ ଜଳ ସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ପୂର୍ବରୁ ୩ଥର ଏହାର ପ୍ରତିକାର ବ୍ୟବସ୍ଥା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ହୋଇଥିଲା। ହେଲେ ଏଯାଏ କୌଣସି ଜିଲାରୁ ଏନେଇ ଅନୁପାଳନ ରିପୋର୍ଟ ମିଳି ନ ଥିବା ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ଦାସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରି କି ପତ୍ରସଂଖ୍ୟା ୧୩୩୬/୧୬ା୧ା୨୦୨୦ରେ ନୂଆଦିଲ୍ଲୀ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ନିକଟରେ ତୁରନ୍ତ କାର୍ଯ୍ୟାନ୍ବୟନ ରିପୋର୍ଟ ଦାଖଲ କରିବାକୁ ସମସ୍ତ ଜିଲାପାଳଙ୍କୁ ସ୍ବତନ୍ତ୍ର ସଚିବ ଦାଶ ନୋଟିସ ଦେଇଛନ୍ତି।
ଯାଜପୁର ଜିଲାରେ ବିଭିନ୍ନ ଯୋଜନାରେ ଲକ୍ଷାଧିକ ବୋରୱେଲ ଓ ଟ୍ୟୁବ୍‌ୱେଲ ଖନନ କରାଯାଉଛି। ଖନନକାରୀ ସଂସ୍ଥା କିମ୍ବା ସମ୍ପୃକ୍ତ ମାଲିକ ଗାଇଡଲାଇନକୁ ମାନୁ ନାହାନ୍ତି ା ଏପରିକି ଖନନକାରୀ ସଂସ୍ଥା ଜିଲା ପ୍ରଶାସନ ପାଖରେ ପଞ୍ଜିକୃତ କରୁ ନାହାନ୍ତି। ଏଥିପାଇଁ ସୁପ୍ରିମକୋର୍ଟଙ୍କ ରାୟ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହେଉଛି। ଏହି ମର୍ମରେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରାଜେନ୍ଦ୍ର କୁମାର ପଟ୍ଟନାୟକ ଜିଲାପାଳମାନଙ୍କ ସମେତ ଓଡିଶା ଉଠାଜଳସେଚନ ନିଗମ ଲିଃ, ଭୂତଳ ଜଳ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କୁ ତାଙ୍କ ପତ୍ରସଂଖ୍ୟା ୨୦୯୯୬/୨୦ା୯ା୨୦୧୯ରେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ଏହାବାଦ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗର ଜଳଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗୀୟ ସଚିବ ୟୁ.ପି. ସିଂ ତାଙ୍କ ପତ୍ରସଂଖ୍ୟା ୨୪୬୦୩/୪ା୯ା୨୦୧୯ରେ ରେ ଦର୍ଶାଇଥିଲେ ଯେ, ନ୍ୟାଶନାଲ କ୍ରାଇମ ରେକର୍ଡ(ଏନ୍‌ସିଆର) ବ୍ୟୁରୋରୁ ମିଳିଥିବା ସୂଚନା ମୁତାବକ ପରିତ୍ୟକ୍ତ କିମ୍ବା ଖୋଲା ବୋରୱେଲରେ ପଡ଼ି ସଂଖ୍ୟାଧିକ ଶିଶୁଙ୍କ ଜୀବନ ଯାଉଛି ା ତେଣୁ ଏଭଳି ଦୁର୍ଘଟଣାରୁ ଦୂରେଇ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ। ଏଥିପାଇଁ ୧୧ା୨ା୨୦୧୦ ଓ ୬ା୮ା୨୦୧୦ରେ ସୁପ୍ରିମକୋର୍ଟ ପକ୍ଷରୁ ସୁରକ୍ଷା ଗାଇଡଲାଇନ ପ୍ରସ୍ତୁତ କରି ସମସ୍ତ ରାଜ୍ୟ ସରକାରଙ୍କୁ ସୂଚିତ କରାଯାଇଛି। ଏଥିପାଇଁ ଆବଶ୍ୟକ ନିରାକରଣ ବ୍ୟବସ୍ଥା ଗ୍ରହଣ କରି ଜିଲାପାଳ ଗାଇଡଲାଇନର ପାଳନ ଉପରେ ତଦାରଖ ଓ ନୀରିକ୍ଷଣ କରିବାକୁ ନିର୍ଦ୍ଦେଶ ହୋଇଛି ା ଗାଇଡଲାଇନ ଅନୁସାରେ ବୋରୱେଲ କିମ୍ବା ଟ୍ୟୁବୱେଲ ଖୋଲିବାର ୧୫ ଦିନ ପୂର୍ବରୁ ସମ୍ପୃକ୍ତ ଜମି ଓ ପରିସର ମାଲିକ ଜିଲାପାଳ କିମ୍ବା ସ୍ଥାନୀୟ ସରପଞ୍ଚ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଇବେ। ସମସ୍ତ ଖନନକାରୀ ସଂସ୍ଥା ଜିଲା ପ୍ରଶାସନ ପକ୍ଷରୁ ପଞ୍ଜିକୃତ ହୋଇଥିବ। ଏହାସହ ଖନନ ସମୟରେ ଖନନକାରୀ ସଂସ୍ଥା ଓ ବୋରୱୋଲ/ଟ୍ୟୁବୱେଲ ଖନନ କରୁଥିବା ମାଲିକର ସମ୍ପୂର୍ଣ୍ଣ ଠିକଣା ସମ୍ପୃକ୍ତ ସ୍ଥାନରେ ସୂଚିତ କରିବେ। ଏହାସହ ଖନନ ସମୟରେ ଚାରିପଟେ ତାରବାଡ଼ କିମ୍ବା ଅନ୍ୟ ଉପାୟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବେ। ଖନନ ସ୍ଥାନରେ ୦.୩୦ମିଟର ଗ୍ରାଉଣ୍ଡ ଲେଭଲ ଓ ୦.୩୦ ମିଟର ଗ୍ରାଉଣ୍ଡ ଲେଭଲରୁ କମ୍‌ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ କରାଯିବ ା ପମ୍ପ ମରାମତି ସମୟରେ ଟ୍ୟୁବୱେଲ ଖୋଲା ଛଡ଼ାଯିବ ନାହିଁ ା ଏଭଳି ଅନେକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ପକ୍ଷରୁ ଗାଇଡଲାଇନକୁ ସ୍ବୀକୃତି ଦିଆଯାଇଛି ା କିନ୍ତୁ ବୋରୱେଲ/ଟ୍ୟୁବୱେଲ ଖନନ ସମୟରେ ଯାଜପୁର ଜିଲାରେ ଏହିସବୁ ଗାଇଡଲାଇନକୁ କେହି ମାନୁ ନ ଥିବା ଦେଖିବାକୁ ମିଳିଛି। ଏନେଇ ଏସ୍‌ସିପିସିଆର ପକ୍ଷରୁ ତାଙ୍କ ପତ୍ରସଂଖ୍ୟା ୩୯୪୪/୨୪ା୧୨ା୨୦୧୯ ଏବଂ ଜଳ ସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ୨୮୨୬୪/ଡବ୍ଲ୍ୟୁଆର/୭ା୧୨ା୨୦୧୯ରେ ଜିଲାପାଳଙ୍କୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଥିଲା। ଏହିସବୁ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ପୁଣି ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ଦାଶ ତାଙ୍କ ପତ୍ରସଂଖ୍ୟା ୧୩୩୬/୧୬ା୧ା୨୦୨୦ରେ ନୂଆଦିଲ୍ଲୀ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ନିକଟରେ ତୁରନ୍ତ କାର୍ଯ୍ୟାନ୍ବୟନ ରିପୋର୍ଟ ଦାଖଲ କରିବାକୁ ଜିଲାପାଳଙ୍କୁ ନୋଟିସ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri