ଶିବନାରାୟଣପୁରରୁ ବଞ୍ଚୋ ପର୍ଯ୍ୟନ୍ତ ବିଜେଡିର ଜନସମ୍ପର୍କ ଅଭିଯାନ

ହାଟଡିହୀ,୨୦।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୬ନଂ. ଜୋନ୍‌ ଶିବନାରାୟଣପୁର ଠାରୁ ବଞ୍ଚୋ ଯାଏ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଞ୍ଚୋ ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଏମ୍‌ପି ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁ ଯୋଗଦେଇଥିଲେ। ଏହି ଅବସରରେ ହଜାର ହଜାର ସମର୍ଥକଙ୍କ ସହ ଶିବନାରାୟଣପୁର ଠାରୁ ପଦଯାତ୍ରା ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରି ବଞ୍ଚୋରେ ପହଞ୍ଚିଥିଲା। ଏଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ସୁପ୍ରିମୋ ତଥା ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଆଗାମୀ ଦିନରେ ଭାଜପା ଓ କଂଗ୍ରେସର ମୂଳପୋଛ ପାଇଁ ଦଳୀୟ କର୍ମକର୍ତ୍ତାମାନେ ଆହ୍ବାନ ଦେଇଥିଲେ। ସରପଞ୍ଚ ଚମ୍ପାବତୀ ପୁହାଣ, ଏମ୍‌ପି ପ୍ରତିନିଧି ଶାନ୍ତନୁ ସେଠୀ, ବୁଦ୍ଧଦେବ ଜେନା, ଶଶାଙ୍କ ଶେଖର ପୁହାଣ, ସାବିତ୍ରୀ ସେଠୀ, ରବୀନ୍ଦ୍ର ନାୟକ, ବୈଦ୍ୟନାଥ ସାମଲ, ପୂର୍ବତନ ଏମ୍‌ପି ପ୍ରତିନିଧି ରତିକାନ୍ତି ରାଉତ, ସୁଧାକର ଓଝା, କଳ୍ପତରୁ ସେଠୀ, ଅମରେନ୍ଦ୍ର ଧଳ, ଧବଳ ପଟ୍ଟନାୟକ, ବିଶ୍ୱନାଥ ନାୟକ, ଗୋପାଳ ନାୟକ, ସରୋଜ ନାୟକ, ଶିଶିର ବେହେରା, ଅନନ୍ତ ପହି, ଗୌରାଙ୍ଗ ରଣା, ପ୍ୟାରୀମୋହନ ମଲିକ, ଜିଲା ସଭାପତି ବିମ୍ବାଧର ବିଶାଳ, ଜିଲା ପରିଷଦ ସଭ୍ୟ ସୁରେନ୍ଦ୍ର ଜେନା, ଚିନୁ ନାୟକ, ବିଜୟ ମଲିକ, ତ୍ରିଲୋଚନ ସା, ଯୁବନେତା ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri