ଶିକ୍ଷକଙ୍କୁ ଅଡ଼ୁଆରେ ପକାଇଲା ହ୍ବାଟ୍ସଆପ୍‌ ମେସେଜ୍‌

ନାଉଗଁ।,୨୬ା୧୦(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଶୁକ୍ରବାର ବନ୍ଦ ରହିବ ବୋଲି ସରକାରୀ ନିର୍ଦ୍ଦେଶନାମା ଆସିଥିଲା। ସେହି ଅନୁସାରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ସ୍କୁଲକୁ ଅବଗତ କରାଯାଇଥିଲା। ଫଳରେ ଶୁକ୍ରବାର ସମସ୍ତ ସ୍କୁଲ ବନ୍ଦ ରହିଥିଲା। ତେବେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠିପରେ ବିଇଓଙ୍କ କାର୍ଯ୍ୟାଳୟର ଏକ ହ୍ବାଟ୍ସଆପ୍‌ ମେସେଜକୁ ନେଇ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଯାହାକି ସେମାନଙ୍କ ପାଇଁ ସମସ୍ୟାର କାରଣ ହୋଇଛି। ଉକ୍ତ ହ୍ବାଟ୍ସଆପ୍‌ ମେସେଜରେ ସମସ୍ତ ସ୍କୁଲ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ହେଲେ ନାଉଗଁ। ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଥିଲା। ବିଦ୍ୟାଳୟ ବନ୍ଦ ରହିଥିଲାବେଳେ ଶିକ୍ଷକମାନେ ମଧ୍ୟ ଆସି ନ ଥିଲେ। ଏ ସମ୍ପର୍କରେ କେତେଜଣ ଶିକ୍ଷକ ନାମ ଗୋପନ ରଖି କହିଛନ୍ତି, ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠିରେ ଶିକ୍ଷକମାନେ ଉପସ୍ଥିତ ରହିବା ନେଇ ଉଲ୍ଲେଖ କରାଯାଇନାହିଁ। ତେଣୁ ଆମେ କାହିଁକି ଯିବୁ। ତେବେ ଏହି ମେସେଜ ପାଇବା ପରେ ବ୍ଲକର କେତେଜଣ ଶିକ୍ଷକ ମଧ୍ୟାହ୍ନପରେ ଆସି ସ୍କୁଲ ଖୋଲିଥିଲେ। କିନ୍ତୁ ଅଧିକାଂଶ ବିଦ୍ୟାଳୟ ବନ୍ଦ ରହିଥିଲା। ବ୍ଲକ ଅଧୀନ ଗଜରାଜପୁରର ଗୋପାଳ ଜୀଉ ବିଦ୍ୟାଳୟ ବନ୍ଦ ରହିଥିବା ଦେଖି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ଲକର ଅଧିକାଂଶ ବିଦ୍ୟାଳୟ ବନ୍ଦ ରହିବା ଓ ଶିକ୍ଷକମାନେ ନ ଆସିବା ଖବର ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ଜାଣିବା ପରେ ବ୍ଲକ ଶିକ୍ଷାଧିକାରୀଙ୍କୁ କେଉଁ ବିଦ୍ୟାଳୟ ବନ୍ଦ ରହିଛି ତା’ର ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ବ୍ଲକ ଶିକ୍ଷାଧିକାରୀ ପ୍ରତି ବିଦ୍ୟାଳୟ ବୁଲି ତଦନ୍ତ କରିଥିଲେ। ଏହି ସମୟରେ ଗଙ୍ଗଦାହାଟ କ୍ଲଷ୍ଟରରେ ୨ଟି ବିଦ୍ୟାଳୟ ବନ୍ଦ ଥିବା ସିଆରସିସି କହୁଥିବାବେଳେ ପରବର୍ତ୍ତୀ ସମୟରେ ଘଟଣାକୁ ଘୋଡ଼ାଇବା ପାଇଁ ସମସ୍ତ ବିଦ୍ୟାଳୟ ଖୋଲା ଥିବା ରିପୋର୍ଟ ପ୍ରଦାନ କରିଥିଲେ। ଯାହାକି ସିଆରସିସି ଓ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀଙ୍କ ରିପୋର୍ଟରେ ତାଳ ମେଳ ନ ଥିବା ଜଣାଯାଇଛି। ଶିକ୍ଷକ ଉପସ୍ଥିତ ରହିବେ କି ନାହିଁ ସେ ପ୍ରସଙ୍ଗରେ କିଏ ନିର୍ଦ୍ଦେଶ ଦେଇଛନ୍ତି, ତାର ଠିକ ଉତ୍ତର ମିଳୁ ନ ଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମାଗୁଣି ଚରଣ ମହାନ୍ତିଙ୍କୁ ପଚାରିବାରେ ସେ କହିଥିଲେ, ଜିଲା ଶିକ୍ଷାଧିକାରୀଙ୍କ ଚିଠି ପାଇବା ପରେ ଆମେ ପ୍ରତି ସିଆରସିସିଙ୍କୁ ଶିକ୍ଷକମାନେ ବିଦ୍ୟାଳୟରେ ଉପସ୍ଥିତ ରହିବା ପାଇଁ ମେସେଜ କରିଥିଲୁ। କିନ୍ତୁ ଅନେକ ବିଦ୍ୟାଳୟ ବନ୍ଦ ରହିଛି ଓ ଶିକ୍ଷକ ଆସିନାହାନ୍ତି ବୋଲି ସୂଚନା ମିଳିଛି। ତେବେ ସେମାନେ ନିୟମ ଅବମାନନା କରିଥିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ପବିତ୍ର କରଙ୍କୁ ପଚାରିବାରେ ସିଆରସିସିଙ୍କ ରିପୋର୍ଟ ମୁତାବକ ସମସ୍ତ ବିଦ୍ୟାଳୟ ଖୋଲାଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri