ଶସ୍ତା ହେବ ଅଟୋ, ଗୃହ ଋଣ;ବ୍ୟାଙ୍କଗୁଡ଼ିକୁ ମିଳିବ ୭୦ ହଜାର କୋଟି

ନୂଆଦିଲ୍ଲୀ,୨୪-୮: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କର ପୁଞ୍ଜି ଉପଲବ୍ଧତା ବୃଦ୍ଧି ସହ ଋଣ ପ୍ରଦାନ କ୍ଷମତାକୁ ବଢ଼ାଇବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡ଼ିକ ଅଧିକ ମାତ୍ରାରେ ଋଣ ପ୍ରଦାନ କରିପାରିବେ। ଏହାଦ୍ୱାରା ବ୍ୟାଙ୍କିଙ୍ଗ ଫାଇାନାନ୍ସିଆଲ ସିଷ୍ଟମରେ ୫ ଲକ୍ଷ କୋଟି ଟଙ୍କା ପ୍ରବେଶ କରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଘୋଷଣା କରି କହିଛନ୍ତି।
ସେ କହିଛନ୍ତି ଯେ, ଆଗାମୀ ଦିନରେ ସମସ୍ତ ପ୍ରକାର ଋଣ ଶସ୍ତା ହୋଇଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସମସ୍ତ ବ୍ୟାଙ୍କ ଏଣିକି ଆର୍‌ବିଆଇର ରେପୋ ରେଟ ସହ ନିଜର ସୁଧ ହାରକୁ ଯୋଡିବେ। ଫଳରେ ଆଜି ଯାଏ ଚାଲିଆସୁଥିବା ମାର୍ଜିନାଲ କଷ୍ଟ ଅଫ୍‌ ଲେଣ୍ଡିଂ ରେଟ୍‌(ଏମ୍‌ସିଏଲ୍‌ଆର୍‌) ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇଯିବ। ଏହାଦ୍ୱାରା ଅଟୋ ଓ ଗୃହ ଋଣ ସମେତ ସମସ୍ତ ପ୍ରକାର ଋଣ ଉପରେ ଇଏମ୍‌ଆଇ(ଇକ୍ୟୁଏଟେଡ ମନ୍ଥଲୀ ଇନ୍‌ଷ୍ଟଲମେଣ୍ଟ) କମିଯିବ। ଏଠାରେ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସୀତାରାମନ୍‌ କହିଛନ୍ତି ଯେ, ଆଜିଯାଏ ଏମ୍‌ସିଏଲ୍‌ଆର୍‌ ଭିତ୍ତିରେ ବ୍ୟାଙ୍କଗୁଡ଼ିକ ଋଣ ଉପରେ ସୁଧ ହାର ସ୍ଥିର କରୁଥିଲେ। ଆର୍‌ବିଆଇ ଦ୍ୱାରା ରେପୋ ରେଟ ହ୍ରାସର ଫାଇଦା ଗ୍ରାହକଙ୍କୁ ମିଳୁ ନ ଥିଲା। ଏହାକୁ ନେଇ ବ୍ୟାଙ୍କମୁଖ୍ୟମାନଙ୍କ ସହ ଅର୍ଥ ମନ୍ତ୍ରଣାଳୟର ବୈଠକ ହୋଇଥିଲା। ସେମାନେ ସମସ୍ତ ପ୍ରକାର ଋଣକୁ ରେପୋ ରେଟ ସହ ଯୋଡିବାକୁ ରାଜି ହୋଇଯାଇଥିଲେ। ଆଗାମୀ ଦିନରେ ସମସ୍ତ ବ୍ୟାଙ୍କ ରେପୋ ରେଟ୍‌ ସହ ସୁଧ ହାରକୁ ଯୋଡି ଦେବେ ବୋଲି ସେ କହିଛନ୍ତି।
୧୫ ଦିନରେ କ୍ଲୋଜର ରିପୋର୍ଟ
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକ ଋଣ ଦେୟ ପ୍ରଦାନ ବନ୍ଦ ହେବାର ୧୫ ଦିନ ମଧ୍ୟରେ କ୍ଲୋଜର ରିପୋର୍ଟ ଦେବାକୁ ହେବ। ଏହାଦ୍ୱାରା ଗ୍ରାହକଙ୍କୁ ଅସୁବିଧାରୁ ମୁକ୍ତି ମିଳିବ। ଏଣିକି ବ୍ୟାଙ୍କ ଏବଂ ଏନ୍‌ବିଏଫ୍‌ସିକୁ ଋଣ ପାଇବା ଲାଗି ଆବେଦନ କରିଥିବା ଗ୍ରାହକ ନିଜ ଆବେଦନକୁ ଅନ୍‌ଲାଇନରେ ଟ୍ରାକ୍‌ କରିପାରିବେ ବୋଲି ସେ କହିଛନ୍ତି।
କ୍ରେଡିଟ ଲିମିଟ ବଢ଼ାଯିବ
ଚାହିଦା ବୃଦ୍ଧି ଲାଗି ଅର୍ଥମନ୍ତ୍ରୀ ସୀତାରାମନ୍‌ ଘର, ଗାଡ଼ି ଓ ଘରୋଇ ସାମଗ୍ରୀ କିଣିବା ଲାଗି ଫାଇନାନ୍ସ କମ୍ପାନୀଙ୍କୁ କ୍ରେଡିଟ ଲିମିଟ ବଢ଼ାଇବାକୁ ନେଇ ଘୋଷଣା କରିଛନ୍ତି। ଏଥିସହିତ ସେ ହାଉସିଂ ଫାଇନାନ୍ସ କର୍ପୋରେଶନ୍ସକୁ ୨୦ ହଜାର କୋଟି ଟଙ୍କା ପୁଞ୍ଜି ଦେବାକୁ ଘୋଷଣା କରିଛନ୍ତି।
ସିଏସ୍‌ଆର ଉଲ୍ଲଂଘନ ଆପରାଧିକ ହେବନି
ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି ଯେ, କର୍ପୋରେଟ ସାମାଜିକ ଦାୟିତ୍ୱ(ସିଏସ୍‌ଆର୍‌) ଉଲ୍ଲଂଘନ ହେବା କ୍ଷେତ୍ରରେ ଆପରାଧିକ ମକଦ୍ଦମା କରାଯିବ ନାହିଁ। ସେ କହିଛନ୍ତି ଯେ, ଏଣିକି ଏହାକୁ ଆପରାଧିକ ଭାବେ ଗ୍ରହଣ କରାଯିବ ନାହିଁ। ବଜେଟରେ ଏ ସମ୍ପର୍କରେ ଘୋଷଣା କରାଯିବା ପରେ ଉଦ୍ୟୋଗ ଜଗତ ଏହା ଉପରେ ଚିନ୍ତାବ୍ୟକ୍ତ କରିଥିଲେ ଏବଂ ଏହାକୁ ପ୍ରତ୍ୟାହାର କରିବା ଲାଗି ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri