ଶସ୍ତା ହେବ ଅଟୋ, ଗୃହ ଋଣ;ବ୍ୟାଙ୍କଗୁଡ଼ିକୁ ମିଳିବ ୭୦ ହଜାର କୋଟି

ନୂଆଦିଲ୍ଲୀ,୨୪-୮: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କର ପୁଞ୍ଜି ଉପଲବ୍ଧତା ବୃଦ୍ଧି ସହ ଋଣ ପ୍ରଦାନ କ୍ଷମତାକୁ ବଢ଼ାଇବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡ଼ିକ ଅଧିକ ମାତ୍ରାରେ ଋଣ ପ୍ରଦାନ କରିପାରିବେ। ଏହାଦ୍ୱାରା ବ୍ୟାଙ୍କିଙ୍ଗ ଫାଇାନାନ୍ସିଆଲ ସିଷ୍ଟମରେ ୫ ଲକ୍ଷ କୋଟି ଟଙ୍କା ପ୍ରବେଶ କରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଘୋଷଣା କରି କହିଛନ୍ତି।
ସେ କହିଛନ୍ତି ଯେ, ଆଗାମୀ ଦିନରେ ସମସ୍ତ ପ୍ରକାର ଋଣ ଶସ୍ତା ହୋଇଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସମସ୍ତ ବ୍ୟାଙ୍କ ଏଣିକି ଆର୍‌ବିଆଇର ରେପୋ ରେଟ ସହ ନିଜର ସୁଧ ହାରକୁ ଯୋଡିବେ। ଫଳରେ ଆଜି ଯାଏ ଚାଲିଆସୁଥିବା ମାର୍ଜିନାଲ କଷ୍ଟ ଅଫ୍‌ ଲେଣ୍ଡିଂ ରେଟ୍‌(ଏମ୍‌ସିଏଲ୍‌ଆର୍‌) ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇଯିବ। ଏହାଦ୍ୱାରା ଅଟୋ ଓ ଗୃହ ଋଣ ସମେତ ସମସ୍ତ ପ୍ରକାର ଋଣ ଉପରେ ଇଏମ୍‌ଆଇ(ଇକ୍ୟୁଏଟେଡ ମନ୍ଥଲୀ ଇନ୍‌ଷ୍ଟଲମେଣ୍ଟ) କମିଯିବ। ଏଠାରେ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସୀତାରାମନ୍‌ କହିଛନ୍ତି ଯେ, ଆଜିଯାଏ ଏମ୍‌ସିଏଲ୍‌ଆର୍‌ ଭିତ୍ତିରେ ବ୍ୟାଙ୍କଗୁଡ଼ିକ ଋଣ ଉପରେ ସୁଧ ହାର ସ୍ଥିର କରୁଥିଲେ। ଆର୍‌ବିଆଇ ଦ୍ୱାରା ରେପୋ ରେଟ ହ୍ରାସର ଫାଇଦା ଗ୍ରାହକଙ୍କୁ ମିଳୁ ନ ଥିଲା। ଏହାକୁ ନେଇ ବ୍ୟାଙ୍କମୁଖ୍ୟମାନଙ୍କ ସହ ଅର୍ଥ ମନ୍ତ୍ରଣାଳୟର ବୈଠକ ହୋଇଥିଲା। ସେମାନେ ସମସ୍ତ ପ୍ରକାର ଋଣକୁ ରେପୋ ରେଟ ସହ ଯୋଡିବାକୁ ରାଜି ହୋଇଯାଇଥିଲେ। ଆଗାମୀ ଦିନରେ ସମସ୍ତ ବ୍ୟାଙ୍କ ରେପୋ ରେଟ୍‌ ସହ ସୁଧ ହାରକୁ ଯୋଡି ଦେବେ ବୋଲି ସେ କହିଛନ୍ତି।
୧୫ ଦିନରେ କ୍ଲୋଜର ରିପୋର୍ଟ
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକ ଋଣ ଦେୟ ପ୍ରଦାନ ବନ୍ଦ ହେବାର ୧୫ ଦିନ ମଧ୍ୟରେ କ୍ଲୋଜର ରିପୋର୍ଟ ଦେବାକୁ ହେବ। ଏହାଦ୍ୱାରା ଗ୍ରାହକଙ୍କୁ ଅସୁବିଧାରୁ ମୁକ୍ତି ମିଳିବ। ଏଣିକି ବ୍ୟାଙ୍କ ଏବଂ ଏନ୍‌ବିଏଫ୍‌ସିକୁ ଋଣ ପାଇବା ଲାଗି ଆବେଦନ କରିଥିବା ଗ୍ରାହକ ନିଜ ଆବେଦନକୁ ଅନ୍‌ଲାଇନରେ ଟ୍ରାକ୍‌ କରିପାରିବେ ବୋଲି ସେ କହିଛନ୍ତି।
କ୍ରେଡିଟ ଲିମିଟ ବଢ଼ାଯିବ
ଚାହିଦା ବୃଦ୍ଧି ଲାଗି ଅର୍ଥମନ୍ତ୍ରୀ ସୀତାରାମନ୍‌ ଘର, ଗାଡ଼ି ଓ ଘରୋଇ ସାମଗ୍ରୀ କିଣିବା ଲାଗି ଫାଇନାନ୍ସ କମ୍ପାନୀଙ୍କୁ କ୍ରେଡିଟ ଲିମିଟ ବଢ଼ାଇବାକୁ ନେଇ ଘୋଷଣା କରିଛନ୍ତି। ଏଥିସହିତ ସେ ହାଉସିଂ ଫାଇନାନ୍ସ କର୍ପୋରେଶନ୍ସକୁ ୨୦ ହଜାର କୋଟି ଟଙ୍କା ପୁଞ୍ଜି ଦେବାକୁ ଘୋଷଣା କରିଛନ୍ତି।
ସିଏସ୍‌ଆର ଉଲ୍ଲଂଘନ ଆପରାଧିକ ହେବନି
ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି ଯେ, କର୍ପୋରେଟ ସାମାଜିକ ଦାୟିତ୍ୱ(ସିଏସ୍‌ଆର୍‌) ଉଲ୍ଲଂଘନ ହେବା କ୍ଷେତ୍ରରେ ଆପରାଧିକ ମକଦ୍ଦମା କରାଯିବ ନାହିଁ। ସେ କହିଛନ୍ତି ଯେ, ଏଣିକି ଏହାକୁ ଆପରାଧିକ ଭାବେ ଗ୍ରହଣ କରାଯିବ ନାହିଁ। ବଜେଟରେ ଏ ସମ୍ପର୍କରେ ଘୋଷଣା କରାଯିବା ପରେ ଉଦ୍ୟୋଗ ଜଗତ ଏହା ଉପରେ ଚିନ୍ତାବ୍ୟକ୍ତ କରିଥିଲେ ଏବଂ ଏହାକୁ ପ୍ରତ୍ୟାହାର କରିବା ଲାଗି ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri