Posted inଫୁରସତ

ଶଗଡ଼ରୁ ଚନ୍ଦ୍ର: ଭାରତର ମହାକାଶ ଗବେଷଣାର ଏକ ଲମ୍ବା ଅଭିଯାନ

ନୂଆଦିଲ୍ଲୀ,୨୩।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଚନ୍ଦ୍ରୟାନ-୨କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଜିଏସ୍‌ଏଲଭି ମାର୍କ-୩ ରକେଟ ଦ୍ୱାରା ମହାକାଶକୁ ଉତ୍‌କ୍ଷେପଣ କରିଛି। ଭାରତର ଏହା ଦ୍ୱିତୀୟ ମୁନ୍‌ ମିଶନ୍‌। ଏହା ପୂର୍ବରୁ ଚନ୍ଦ୍ରୟାନ-୧ ପଠାଯାଇଛି। ଭାରତର ଚନ୍ଦ୍ରୟାନ-୨ ସଫଳତାକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଥିବାବେଳେ ମହାକାଶ ସମ୍ବନ୍ଧୀୟ କିଛି ପୁରୁଣା ଫଟୋ ଏବେ ଚର୍ଚ୍ଚାରେ ରହିଛି। ଆଇଏଫ୍‌ଏସ୍‌ ପ୍ରବୀଣ କସଓ୍ବାନ୍‌ ଟୁଇଟରରେ ୧୯୮୧ ମସିହାରେ ଭାରତର ପ୍ରଥମ କମ୍ୟୁନିକେଶନ ସାଟେଲାଇଟ ‘ଆପଲ’ର ପରୀକ୍ଷଣ ଫଟୋ ଶେୟାର କରଛନ୍ତି। ଏହା ମାଧ୍ୟମରେ ଭାରତର ମହାକାଶ ବିଜ୍ଞାନର ଅତୀତକୁ ସ୍ମରଣ କରାଇଦେଇଛନ୍ତି। ପ୍ରବୀଣ ଆପଲ ସାଟେଲାଇଟକୁ ଏକ ଶଗଡ଼ ଉପରେ ରଖାଯାଇଥିବା ଫଟୋର କ୍ୟାପଶନ ରଖିଛନ୍ତି‘ଫ୍ରମ୍‌ ବୁଲକ୍‌ କାର୍ଟ ଟୁ ମୁନ୍‌’। ଶଗଡ଼ ଉପରୁ ଆରମ୍ଭ ହୋଇଥିବା ସାଟେଲାଇଟର ଏହି ଯାତ୍ରା ଏବେ ପିଏସ୍‌ଏଲଭି, ଜିଏସ୍‌ଏଲଭି. ମମ୍‌,ମୁନ୍‌ ଆଣ୍ଡ୍‌ ମୁନ୍‌ ଲ୍ୟାଣ୍ଡର ଯାଏ ଲମ୍ବିଗଲାଣି। ଆସନ୍ତା ବର୍ଷ ସନ୍‌ ମିଶନର ଯୋଜନା ବି କରାଯାଇଛି। ଭାରତୀୟ ମହାକାଶ ବିଜ୍ଞାନର ସଫଳତା ଲାଗି ସବୁ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଭାରତ ପାଇଁ ଗୌରବର ବିଷୟ ବୋଲି ପ୍ରବୀଣ କହିଛନ୍ତି। ପ୍ରବୀଣ ପ୍ରଥମେ ଏହିି ଫଟୋ ପୋଷ୍ଟ କରିବା ପରେ ଅନ୍ୟମାନେ ଆଉ କିଛି ପୁରୁଣା ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଆପଲ ସାଟେଲାଇଟ ବିକାଶ କରାଯିବା ସମୟରେ ଇସ୍ରୋ ନିକଟରେ ଅଧିକ ମେନ୍‌ଫ୍ରେମ କମ୍ପ୍ୟୁଟର ନଥିଲା । ଥର୍ମାଲ , ଷ୍ଟ୍ରକ୍‌ଚରାଲ ଓ ମିଶନ ଆନାଲିସିସ ପାଇଁ ସେତେବେଳେ ଆବଶ୍ୟକ କମ୍ପ୍ୟୁଟିଂ ଟାଇମ୍‌ ମିଳୁନଥିଲା। ଇସ୍ରୋ ଇଞ୍ଜତ୍ିନିୟରମାନେ ରାତିରେ ଆଇଆଇଟି ମାଡ୍ରାସ,ଆଇଆଇଏସସି ଓ ଟିଆଇଏଫଆର୍‌କୁ ରାତିରେ ଯାଇ କମ୍ପ୍ୟୁଟରରେ କାମ କରୁଥିଲେ ବୋଲି କହନ୍ତି ଇସ୍ରୋର ବୈଜ୍ଞାନିକ ତଥା ଆପଲ ପ୍ରୋଜେକ୍ଟ ଡାଇକ୍ଟେର ଆର ଏମ୍‌ ଭାସଗମ୍‌। ଫ୍ରାନ୍ସର ଗୁଏନା ସ୍ପେସ ସେଣ୍ଟର, କୌରୋରରୁ ଉତ୍‌କ୍ଷେପଣ କରାଯିବା ପୂର୍ବରୁ ଚୂଡାନ୍ତ ପରୀକ୍ଷଣ କରାଯିବା ଲାଗି ତାହାକୁ ଟୌଲୋସକୁ ନେବାରେ ସମସ୍ୟା ରହିଥିଲା। ତଥାପି ଏହି ସମସ୍ୟାର ସମାଧାନ କରାଯାଇଥିଲା ଓ ତାହା ପୁଣି ବିଳମ୍ବରେ,ପରିବହନ ଖର୍ଚ୍ଚ ୧୫୦ଟଙ୍କାରେ। ଏକ ଶଗଡରେ ତାହାକୁ ନିଆଯାଇଥିଲା। ବିନା ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ନେବାକୁ ଥିବାରୁ ଏହି ବ୍ୟବସ୍ଥା କରାଯାଇଥିଲା । ଏକ ଖୋଲା ପଡିଆରେ ଏହାର ଆଣ୍ଟିନା ଟେଷ୍ଟ୍‌ କରାଯାଇଥିଲା। ଏହାପରେ ଫ୍ୟାନ୍ସର ଗୁଏନା ସ୍ପେସ୍‌ ସେଣ୍ଟରରୁ ଜୁନ ୧୯, ୧୯୮୧ରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା। ଏହି ସାଟେଲାଇଟର ଡିଜାଇନ ଓ ନିର୍ମାଣ ପାଇଁ ଦୁଇ ବର୍ଷ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri