ଲୋକନାଥ ମନ୍ଦିର ବେଢାରେ ୨ ଫୁଟର ପାଣି

ପୁରୀ ଅଫିସ, ୧୦।୯: ଶ୍ରୀଲୋକନାଥ ମନ୍ଦିର ବେଢାରେ ଜମିଛି ପ୍ରାୟ ୨ଫୁଟର ପାଣି। ଫଳରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ଲାଗି ହଟହଟା ହେଉଛନ୍ତି ଭକ୍ତ ଏବଂ ସେବାୟତ। ସୋମବାର ଠାକୁରଙ୍କ ଦର୍ଶନ କରି ନ ପାରି ଭକ୍ତମାନେ ଫେରିଯାଉଥିବା ଦେଖିବାକୁ ମିଳିଥିଲା। ବେଢାର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାବେଳେ ଏଣେତେଣେ ଅଳିଆ ଆବର୍ଜନା ଭାସି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାରମ୍ବାର ମନ୍ଦିର ଭିତରେ ପାଣି ଜମୁଥିଲେ ମଧ୍ୟ ନିଷ୍କାସନ ଲାଗି କୌଣସି ପ୍ରକାର ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଏହାକୁ ନେଇ ସେବାୟତ, ଭୋଗ ଦୋକାନୀ ଏବଂ ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅସରାଏ ବର୍ଷା ହେଲେ ଲୋକନାଥ ମନ୍ଦିର ପରିସର ଜଳମଗ୍ନ ହୋଇପଡ଼ୁଛି। ନିଷ୍କାସନ ସୁବିଧା ନ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଜମି ରହୁଛି। ଗତ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢା ନିକଟସ୍ଥ ପାର୍ବତୀ ସାଗର ଜଳପୂର୍ଣ୍ଣ ହୋଇଯାଇଛି। ବେଢାରୁ ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଏଥିଯୋଗୁ ସେବାୟତ ଓ ଭକ୍ତ ହଇରାଣ ହେଉଛନ୍ତି। ସୋମବାର ପ୍ରଭୁ ଲୋକନାଥଙ୍କ ଦର୍ଶନ ଲାଗି ସକାଳେ ବହୁସଂଖ୍ୟକ ଶ୍ରଦ୍ଧାଳୁ ଆସିଥିଲେ। ହେଲେ ବେଢାରେ ପାଣି ଦେଖି ଅସନ୍ତୋଷ ବ୍ୟକ୍ତ କରି ମନ୍ଦିର ପାହାଚରୁ ଠାକୁରଙ୍କୁ ମୁଣ୍ଡିଆ ମାରି ଫେରିଯାଇଥିଲେ।
ସେବାୟତ ନିଯୋଗ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ବର୍ଷା ହେଲା ମାତ୍ରେ ମନ୍ଦିର ବେଢାରେ ପାଣି ଜମିବା ଏକପ୍ରକାର ନିଶ୍ଚିତ। ଏହାଦ୍ୱାରା ଠାକୁରଙ୍କ ସେବା ପୂଜା କରିବାରେ ସେବାୟତମାନେ ଯେତିକି ହଇରାଣ ହେଉଛନ୍ତି ଅଧିକ ସମସ୍ୟାରେ ପଡୁଛନ୍ତି ଭକ୍ତ। ଏମିତି କି ଥରେ ଥରେ ୨/୩ ଫୁଟ ଉଚ୍ଚର ପାଣି ଦୀର୍ଘଦିନ ଧରି ଜମି ରହିବା ନଜିର ରହିଛି। ବେଢା ପରିସରରୁ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ହେବା ଦରକାର। ପାଣି ଜମିରହି ସାପ, ବିଷାକ୍ତ ପୋକଜୋକ ଭାସୁଥିବାରୁ ଭକ୍ତଙ୍କୁ ଭିତରକୁ ଛଡ଼ାଯାଉନାହିଁ। ସେମାନେ ବାହାରେ ଠାକୁରଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ଫେରୁଛନ୍ତି। ସେହିପରି ଲୋକନାଥ ମନ୍ଦିର ମ୍ୟାନେଜର ଅପଚ୍ଛ ପରିଡ଼ା କହିଛନ୍ତି, ଏହି ମନ୍ଦିର ଖାଲୁଆ ଅଞ୍ଚଳରେ ରହିଛି। ମନ୍ଦିର ପରିସରରେ ଜଳ ନିଷ୍କାସନ ଲାଗି କୌଣସି ବ୍ୟବସ୍ଥା ନାହିଁ। ତେଣୁ ବର୍ଷା ହେଲେ ପାର୍ବତୀ ସାଗରର ଜଳପତ୍ତନ ଯାହା ରହୁଛି ମନ୍ଦିର ବେଢାରେ ସେହି ଉଚ୍ଚତାର ପାଣି ଜମୁଛି। ବର୍ତ୍ତମାନ ପାର୍ବତୀ ସାଗର ଜଳପୂର୍ଣ୍ଣ ରହିଥିବାରୁ ବେଢାରେ ପ୍ରାୟ ୨ଫୁଟ ଉଚ୍ଚର ପାଣି ଜମିଛି। ତଥାପି ଜଳ ନିଷ୍କାସନ ଲାଗି ବାହାର ବେଢାରେ ଗୋଟିଏ ପମ୍ପ ପଡ଼ିଛି। ପାର୍ବତୀ ସାଗରର ଜଳପତ୍ତନ ନ କମିଲେ ବେଢା ଭିତରୁ ପାଣି ଛାଡ଼ିବ ନାହିଁ। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri